ଜନସେବା କେନ୍ଦ୍ର ରେ ଟଙ୍କା ହଡପ କରିଥିବା ନେଇ ଥାନାରେ ଅଭିଯୋଗ

0
200
ଜନସେବା କେନ୍ଦ୍ର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୭/୧) : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ମହାଲକ୍ଷ୍ମୀ ନେଟ ପଏଣ୍ଟ ଜନସେବା କେନ୍ଦ୍ର ନାମରେ ଥିବା ଜନସେବା କେନ୍ଦ୍ର ରେ ଗ୍ରାହକ ମାନଙ୍କ ଟଙ୍କା ହଡପ କରିଥିରୁ ଥାନାରେ ଅଭିଯୋଗ ହୋଇଛି ।

ଉକ୍ତ ଜନସେବା କେନ୍ଦ୍ର ରେ ନିରୀହ ଗରିବ ଲୋକମାନଙ୍କ ଟଙ୍କାକୁ ଉଠାଇ ନେଉଥିବା ଅଭିଯୋଗ ହୋଇଛି । ନିୟମଗିରି ପାହାଡ ପାର୍ଶାଲି ପଞ୍ଚାୟତର ସାନଡେଙ୍ଗୀଲେଲି ଗାଁର ଦଦୀ କାଡ୍ରାକା ଙ୍କ ବ୍ୟାଙ୍କ ଆକାଉଣ୍ଟ ଜମା ଖାତାରେ ୧୮୦୮୯ ଟଙ୍କା ରହିଥିଲା । ଏହି ଟଙ୍କା ନିୟମଗିରି ପାହାଡରେ କାର୍ଯ୍ୟକାରୀ ହେଉଥିବା ଓପିଲିପି ସଂସ୍ଥା ଠାରୁ ପାଇଥିଲେ । ସେହି ଟଙ୍କା ରୁ ୨୦୨୧ ଜୁନ ମାସ ୧୫ ତାରିଖରେ ୧୦ ହଜାର ଟଙ୍କା ଉଠାଇଥିଲେ ।ef6ab6ac 71af 432a 9678 0667a10ab3a7 ଜନସେବା କେନ୍ଦ୍ର ରେ ଟଙ୍କା ହଡପ କରିଥିବା ନେଇ ଥାନାରେ ଅଭିଯୋଗ

ବଳକା ୮୦୮୯ ଟଙ୍କା ରହିବା କଥା । କିନ୍ତୁ ତାଙ୍କ ଜମା ଖାତାରେ କେବଳ ୮୯ଟଙ୍କା ରହିଥିଲା । ଦଦୀ ତାଙ୍କ ଜମା ଖାତାରେ ଟଙ୍କା ରହିଛି ଜାଣି ମହାଲକ୍ଷ୍ମୀ ନେଟ ପଏଣ୍ଟ ବା ଭାରତୀୟ ଷ୍ଟେଟ ବ୍ୟାଙ୍କ କିଓସ୍କ ବ୍ୟାଙ୍କିଙ୍ଗ ଠାରେ ଉଠାଇବାକୁ ଯାଇଥିଲା । ସେଠାରେ ଥିବା ଜନସେବା ଅଧିକାରୀ ତୁମ ଖାତାରେ ଟଙ୍କା ନାହିଁବୋଲି କହିଥିଲେ । ବହି ଛପାଇବା ପରେ ତାଙ୍କ ବହିରେ ଟଙ୍କା ନଥିବା ଜାଣିବାକୁ ପାଇଥିଲେ । ସେ ୧୦ ହଜାର ଟଙ୍କା ଉଠାଇବା ବେଳେ ଜନସେବା ଅଧିକାରୀ ୧ହଜାର ଟଙ୍କା କମ କରି ୯ ହଜାର ଟଙ୍କା ଦେଇଥିଲେ ।

ତାପରେ ପୁଣି ଜମା ଖାତାରୁ ୬ହଜାର ଟଙ୍କା ଉଠାଯାଇଛି । ଜୁନ ୨୧ ରେ ପୁଣି ୨ହଜାର ଟଙ୍କା ଉଠାଇନେଇଥିବା ଗ୍ରାହକ ଅଭିଯୋଗ କରିଛନ୍ତି ।ଦଦୀ କେବଳ ୧୦ ହଜାର ଟଙ୍କା ଉଠାଇ ନେଇଥିବା ବେଳେ ବଳକା ଟଙ୍କା ଜନସେବା ଅଧିକାରୀ ଅମର ନାୟକ ଉଠାଇ ନେଇଥିବା ଗୁରୁତ୍ୱ ଅଭିଯୋଗ ଆଣିଛନ୍ତି ।ଏବିଷୟ ନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ।e3b9d1c0 0743 4c74 a892 3ea0e64e2600 ଜନସେବା କେନ୍ଦ୍ର ରେ ଟଙ୍କା ହଡପ କରିଥିବା ନେଇ ଥାନାରେ ଅଭିଯୋଗ

ଅଧିକାରୀ ଜଣକ କହିଥିଲେ ଜନସେବା କେନ୍ଦ୍ର ରେ କଣ ହେଇଛି ଆମେ ଜାଣିନାହୁଁ ବୋଲି କହିଥିବା କହିଥିଲେ ।ଏହାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।ଏହାର ସଠିକ ଭାବରେ ତଦନ୍ତ କରି ନିରୀହ ଗରିବ ଲୋକଙ୍କ ଟଙ୍କା ଫେରାଇଦେବା ପାଇଁ ବୁଦ୍ଧି ଜୀବୀ ଦାବି ହେଉଛି ।