କଲ୍ୟାଣସିଂହପୁର ବ୍ଲକ ର ପ୍ରେସ କ୍ଳବ ପକ୍ଷରୁ ବାର୍ଷିକ ଵୈଠକ ଅନୁଷ୍ଠିତ

0
439
କଲ୍ୟାଣସିଂହପୁର ବ୍ଲକ ର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, ତା(୭/୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ର କାର୍ଯ୍ୟରତ ସାମ୍ବାଦିକ ସଂଘ ପ୍ରେସ କ୍ଳବ ପକ୍ଷରୁ ଆଜି ବାର୍ଷିକ ଵୈଠକ ସଦର ମହକୁମାରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି ।54f36dac 4a92 45cd be74 3f978e2fccd6 କଲ୍ୟାଣସିଂହପୁର ବ୍ଲକ ର ପ୍ରେସ କ୍ଳବ ପକ୍ଷରୁ ବାର୍ଷିକ ଵୈଠକ ଅନୁଷ୍ଠିତ

କଲ୍ୟାଣସିଂହପୁର ବ୍ଲକ ର ପ୍ରେସ କ୍ଳବ ପକ୍ଷରୁ ଉକ୍ତ ବୈଠକରେ ସାମ୍ବାଦିକ ମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା ହୋଇଥିଲା । ତା ସହ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ସରକାରୀ କାର୍ଯ୍ୟରେ ସୂଚନା ମିଳୁ ନ ଥିବା ଉପରେ ଆଲୋଚନା କରଯାଇଥିଲା । ସେହିପରି ସାମ୍ବାଦିକ ମାନଙ୍କ ଉପରେ ଯେ କୌଣସି ଅସୁବିଧା ହେଲେ ସବୁ ସାମ୍ବାଦିକ ଏକ ତ୍ରୀତ ହୋଇ ସମସ୍ୟା ର ସମାଧାନ କରାଯାଇପାରିବ ବୋଲି ନିଷ୍ପତ୍ତି ହୋଇଥିଲା । ସରକାରଙ୍କ ଜନ କଲ୍ୟାଣ ଯୋଜନା କୁ ଲୋକଲୋଚନ କୁ ଆଣିବା ଉଦ୍ଧେଶ୍ୟରେ ସାମ୍ବାଦିକ ଗଲେ ବସିବାକୁ ଚେୟାର ବ୍ୟବସ୍ଥା କରାଯାଉ ନାହିଁ ।

ଗଣମାଧ୍ୟମ କୁ ସୂଚନା ଦିଆ ଯାଉନାହିଁ ଅକ୍ଷୟ ପିଡିସିକା ପ୍ରକାଶ କରିଛନ୍ତି । ଏଇ ବାର୍ଷିକ ବୈଠକ ରେ ସନ୍ତୋଷ କୁମାର ବଚ୍ଛା, ସନ୍ତୋଷ ଲାମତା , ଧନେଶ୍ଵର ରାଉତ, ମଣ୍ଟୁ ଦଣ୍ଡ ସେନା, ପ୍ରଶାନ୍ତ କୁମାର ନାହାକ, ପ୍ରଶାନ୍ତ ସେନାପତି ଓ ମାଲେସ କୌଶଲ୍ୟା ପ୍ରମୁଖ ଉପସ୍ଥିତ ରହି ଥିବା ବେଳେ ବରିଷ୍ଠ ବୁଦ୍ଧି ଜୀବୀ ଙ୍କ ମତାମତ ପଚରାଉଚରା କରିବାରୁ ଏହି ନିଷ୍ପତ୍ତି ଉଚିତ ବୋଲି ବରିଷ୍ଠ ସାମ୍ବାଦିକ ମାଉଡି ବାରିକ, ବରିଷ୍ଠ ସାମ୍ବାଦିକ କିଶୋର ପାଢ଼ୀ କହିଥିଲେ ।