ଯୁବ ସାମ୍ବାଦିକ ସରୋଜ କୁମାର ଲେଙ୍କା ଙ୍କ ବିୟୋଗରେ ଶୋକସଭା

0
251
ଯୁବ ସାମ୍ବାଦିକ ସରୋଜ

ରିପୋର୍ଟ : ରବିଶଙ୍କର ମହାପାତ୍ର //
କୋଟପାଡ଼, (୦୭/୦୧) : କୋରାପୁଟ ଜିଲ୍ଲା ର ବୈପାରିଗୁଡା ବ୍ଲକ ର ସାମ୍ବାଦିକ ତଥା ଓଡିଶା ସାମ୍ବାଦିକ ସଂଘ, କୋରାପୁଟ ର ଯୁଗ୍ମ ସମ୍ପାଦକ, ଯୁବ ସାମ୍ବାଦିକ ସରୋଜ କୁମାର ଲେଙ୍କା ଙ୍କ ଅକାଳ ବିୟୋଗ ଯୋଗୁଁ ଚାରିଆଡେ ଶୋକର ଛାୟା ଖେଳିଯାଇଥିବା ବେଳେ ଆଜି ଅପରାହ୍ନରେ ସ୍ଥାନୀୟ ନୂଆ ବସ୍ ଷ୍ଟାଣ୍ଡ ପରିସରରେ ଭାରତ ମିଡିଆ ଆସୋସିଏସନ ତରଫରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।73411e08 499a 4950 9c84 dd41b1851065 ଯୁବ ସାମ୍ବାଦିକ ସରୋଜ କୁମାର ଲେଙ୍କା ଙ୍କ ବିୟୋଗରେ ଶୋକସଭା

ସ୍ବର୍ଗତ ଯୁବ ସାମ୍ବାଦିକ ସରୋଜ କୁମାର ଲେଙ୍କା ବିଭିନ୍ନ ପ୍ରିଣ୍ଟ ମିଡିଆ ସହ ଅନେକ ଇଲେକ୍ଟଟ୍ରନିକ ମିଡିଆରେ ନିଖୁଣ ଭାବେ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ । ଜନସାଧାରଣଙ୍କ ମୌଳିକ ସମସ୍ୟାଗୁଡିକୁ ଗଣମାଧ୍ୟମରେ ଉପସ୍ଥାପନ କରୁଥିଲେ।ମାତ୍ର ୩୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବାରୁ ଏହି ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ସୂଚନା ଅନୁଯାୟୀ ଗତକାଲି ସକାଳୁ ନିଜର ଦୋକାନ ଖୋଲିଲା ପରେ ପେଟରେ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରିବା ହେତୁ ବୈପାରିଗୁଡା ଡାକ୍ତରଖାନାରେ ଚିକିତ୍ସିତ ହେବା ସମୟରେ ଯନ୍ତ୍ରଣାରେ ସୁଧାର ଆସୁଥିବା ହେତୁ ଡାକ୍ତର ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ସମୟରେ ସରୋଜ ଙ୍କ ଦେହାନ୍ତ ହୋଇଥିଲା ।

ସ୍ବର୍ଗତ ଲେଙ୍କାଙ୍କ ଆତ୍ମାର ସଦଗତି ପାଇଁ ଭାରତ ମିଡିଆ ଆସୋସିଏସନ କୋଟପାଡ଼ ତରଫରୁ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏହି ଶୋକସଭାରେ ସଂଘ ର ସଭାପତି ହରିଶ ପଟ୍ଟନାୟକ, ରଶ୍ମିତା ପାଣିଗ୍ରାହୀ, ସୁଶାନ୍ତ ଅଧିକାରୀ, ସମ୍ପାଦକ ସୁନୀଲ ଦାସ, ବରିଷ୍ଠ ସାମ୍ବାଦିକ ସୁଧୀର ବରାଳ, ରାମଚନ୍ଦ୍ର ମହାଙ୍କୁଡ଼, ଅନୁପ ମିର୍ଧା, ଅଜୟ ମିଶ୍ର, ବିର କିଶୋର ଶର୍ମା, ଦୀପକ କୁମାର ପଟ୍ଟନାୟକ, ରାଜଶେଖର ରାଓ, ଶଙ୍କର ପଣ୍ଡା, ପଦ୍ମନ ବିଷୋଇ, ପ୍ରମୁଖଙ୍କ ସହ କୋଟପାଡ଼ ପ୍ରେସ୍ କ୍ଲବ୍, ଭାରତ ମିଡିଆ ଆସୋସିଏସନ ତଥା ଓଡିଶା ସାମ୍ବାଦିକ ସଂଘ ର ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।