Advertisements
Saturday, July 4, 2020
Home headline ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ତେଲେଙ୍ଗାନା କଂଗ୍ରେସର କାର୍ଯ୍ୟକାରୀ ସଭାପତି ନିଯୁକ୍ତ

ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ତେଲେଙ୍ଗାନା କଂଗ୍ରେସର କାର୍ଯ୍ୟକାରୀ ସଭାପତି ନିଯୁକ୍ତ

ନୂଆଦିଲ୍ଲୀ (ଓଡିଶା ନ୍ୟୁଜ୨୪ ବ୍ୟୁରୋ ): ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ରାଜନୀତିକ କ୍ୟାରିୟର ପୁଣିଥରେ ଆରମ୍ଭ ହୋଇଛି।

୨୦୧୪ ଲୋକସଭା ନିର୍ବାଚନରେ ହାରିବା ପରେ ଆଝାରୁଦ୍ଦିନଙ୍କ ରାଜନୀତିକ କ୍ୟାରିୟର ବନ୍ଦ ଥିଲା | କିନ୍ତୁ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ତାଙ୍କୁ ରାଜ୍ୟର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଛି । ଆଝାରୁଦ୍ଦିନଙ୍କ ନିର୍ଦ୍ଦେଶରେ ଏବେ କଂଗ୍ରେସ ତେଲେଙ୍ଗାନା ନିର୍ବାଚନ ବୈତରଣୀ ପାର ହେବାକୁ ନଜର ରଖିଛି । କିଛିଦିନ ହେଲା କଂଗ୍ରେସ ଉପରେ ଆଝାରୁଦ୍ଦିନ ଖୁସି ନଥିବା ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ କଂଗ୍ରେସ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ମାଷ୍ଟରଷ୍ଟ୍ରୋକ ଖେଳିଥିବା କୁହାଯାଉଛି । ୨୦୦୯ରେ ଆଝାରୁଦ୍ଦିନ ଉତ୍ତର ପ୍ରଦେଶର ମୋରଦାବାଦରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୪ ନିର୍ବାଚନରେ ସେ ରାଜସ୍ଥାନର ଟୋଙ୍କ ସାୱାଇ ମାଧପୋରରୁ ପ୍ରାର୍ଥୀ ହୋଇଥିବା ବେଳେ ପରାସ୍ତ ହୋଇଥିଲେ । ଆଝାରୁଦ୍ଦିନଙ୍କ ବ୍ୟତୀତ ବିଏମ୍‌ ବିନୋଦ କୁମାର ଓ ଜାଫର ଜାଭେଦଙ୍କୁ କଂଗ୍ରେସ ରାଜ୍ୟର ଉପସଭାପତି ଭାବେ ଦାୟିତ୍ୱ ଦେଇଛି ।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ତୈଳ ଦର ବୃଦ୍ଧି କୁ ନେଇ କଂଗ୍ରେସ ପକ୍ଷରୁ ଦାବି ପତ୍ର

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ //ଲମତାପୁଟ (ତା ୩/୭/୨୦): ବ୍ଲକ କଂଗ୍ରେସ ଦଳ ପକ୍ଷରୁ ତୈଳ ଦର ବୃଦ୍ଧି କୁ ନେଇ ସ୍ଥାନୀୟ ଡାକ ବଙ୍ଗଳା ଛକରୁ ଏକ ପଦ...

କଂଗ୍ରେସର ଚେତାବନୀ ତୈଳଦର ହ୍ରାସ ନ ହେଲେ ଆନ୍ଦୋଳନ ହେବ

ରିପୋର୍ଟ : ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୩/୦୭): ସାରା ବିଶ୍ୱ ଏବେ ମହାମାରୀ କରୋନା କବଳରେ କବଳିତ ହୋଇପଡିଛି । ଜୀବନ ସଂଗ୍ରାମରେ ସମସ୍ତେ କାଳାତିପାତ କରୁଥିବାବେଳେ ଅନେକ...

ରାୟଗଡ ଜିଲ୍ଲାପାଳ ଗୁଣପୁର ଗସ୍ତ ଓ କୋଭିଡ଼ି ସ୍ଥିତିକୁ ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା/ଗୁଣପୁର (ତା.୩/୭): ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଗୁଣପୁର ଗସ୍ତ ସମୟରେ ରାମନଗୁଡାସ୍ଥିତ ଅସ୍ଥାୟୀ ସଙ୍ଗ ରୋଧ କେନ୍ଦ୍ର ପରିଦର୍ଶନ...

କରୋନା କୁ ନେଇ ଆଇ ଇ ସି ସୁବ୍ରତ ବାଗଚିଙ୍କ ସୂଚନା

ଭୁବନେଶ୍ୱର (୦୩/୦୭): ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ଶୁକ୍ରବାର କରୋନା ସମ୍ପର୍କିତ କିଛି ତଥ୍ୟ ଦେଇଛନ୍ତି । ତାଙ୍କ କହିବା ମୁତାବକ, ରାଜ୍ୟରେ କରୋନା ମୁକାବିଲା ପାଇଁ ଆମକୁ...

Recent Comments

%d bloggers like this: