Related Contents

ଲୋଇସିଂହା: ୮ବର୍ଷରେ ୫୪ଏଡ୍ସ ରୋଗୀ ଚିହ୍ନଟ

ଲୋଇସିଂହା (ବିମଳେନ୍ଦୁ ସାହୁ): ଲୋଇସିଂହା ଅଂଚଳରେ ମହାମାରୀ ଏଡ୍ସ କ୍ରମଶଃ ତାର କାୟା ବିସ୍ତାର କରିବାରେ ଲାଗିଛି । ଅନିୟନ୍ତ୍ରିତ ଡ୍ରଗ୍ସ ସେବନ, ବିଶୃଙ୍ଖଲିତ ଯୌନ ଜୀବନ ତଥା ଦେଶାନ୍ତରୀ ଶ୍ରମିକ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି ।

ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତ ୨୦୧୦ ମସିହାରୁ ଏଡ୍ସ ପରୀକ୍ଷା ଆରମ୍ଭ କରାଯାଇଥିଲା । ଚଳିତ ନଭେମ୍ବର ୩୦ ସୁଦ୍ଧା ଏହି ପରୀକ୍ଷା କେନ୍ଦ୍ରରେ ୨୩ ହଜାର ୬୭୮ ଜଣ ବ୍ୟକ୍ତି ରକ୍ତ ପରୀକ୍ଷା କରାଇ ଥିବାବେଳେ ତନ୍ମଧ୍ୟରୁ ପ୍ରାୟ ୫୪ ଜଣ ବ୍ୟକ୍ତିଙ୍କ ଶରୀରରେ ଏଚଆଇଭି ଭୁତାଣୁ ଥିବା ଜଣାଯାଇଛି । ଏହି ୫୪ ଜଣଙ୍କ ମଧ୍ୟରୁ ୩୭ ଜଣ ପୁରୁଷ, ୧୪ ଜଣ ମହିଳା ଓ ୩ ଜଣ କିନ୍ନର । ତେବେ ୩୭ ଜଣ ପୁରୁଷଙ୍କ ମଧ୍ୟରୁ ଅର୍ଦ୍ଧାଧିକ ହେଲେ ଯୁବକ ଆଉ ସେମାନଙ୍କ ବୟସ ୨୫ ରୁ ୩୫ ମଧ୍ୟରେ । ଏହି ପରୀକ୍ଷଣ କେନ୍ଦ୍ର ଆରମ୍ଭ ହେବାର ପ୍ରଥମ ବର୍ଷ ୮ ଜଣ ଏଡ୍ସ ରୋଗୀ ଚିହ୍ନଟ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହି ସଂଖ୍ୟ ୭ ଗୁଣ ବୃଦ୍ଧି ପାଇବା ନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତାର ଉଦ୍ରେକ ସୃଷ୍ଟି କରିଛି । ବିଶେଷ କରି ଯୁବଗୋଷ୍ଠୀ ମହାମାରୀ ଏଡ୍ସର ମାୟାଜାଲରେ କବଳିତ ହେବାକୁ ଯାଉଥିବା ବେଳେ ଏଡ୍ସ ସମ୍ବନ୍ଧୀୟ ସମସ୍ତ ସରକାରୀ ସଚେତନତା କାର୍ଯ୍ୟକ୍ରମ ଏଠାରେ ଫେଲ ମାରିଛି ବୋଲି ସ୍ପଷ୍ଟ ହୋଇଯାଇଛି ।

Comments are closed.