କାଳିଆ ଗୁଡା ଓ ପେଡିପଦର ରେ ହାତୀ ଆତଙ୍କ

0
279
କାଳିଆ ଗୁଡା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, ତା (୬/୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ଧାମୁଣି ପଙ୍ଗା ପଞ୍ଚାୟତ ର କାଳିଆ ଗୁଡା ଓ ପେଡିପଦର ଗାଁରେ ହାତୀ ଆତଙ୍କ ରେ ଭୟଭୀତ ହେଉଥିବା ଜଣାପଡ଼ିଛି ।WhatsApp Image 2022 01 07 at 10.50.00 AM କାଳିଆ ଗୁଡା ଓ ପେଡିପଦର ରେ ହାତୀ ଆତଙ୍କ

ଧାମୁଣି ପଙ୍ଗା ପଞ୍ଚାୟତ ର କାଳିଆ ଗୁଡା ଓ ପେଡିପଦର ଗାଁରେ ହାତୀ ଦେଖାଦେଇଥିବା ବେଳେ ଆଜି ହାତୀପଲ କଳାହାଣ୍ଡି ଜିଲ୍ଲା ର ସୀମାନ୍ତ ଦେଇ ପାପିବାଳି ପାହାଡ଼ ଦେଇ ସୁରୁମୁଳି ଠାରେ ପହଞ୍ଚି ଥିବା ଜଣା ପଡ଼ିଛି । ଗତ ମେ ମାସ ଠାରୁ ଜୁନ ମାସ ପର୍ଯ୍ୟନ୍ତ ସୁରୁମୁଳି ଠାରେ ଏହି ହାତୀ ପୋଲ ରହି ଆସୁଥିଲେ । କିଛି ଦିନ ହେଲା ସେହି ଜାଗା ଛାଡି ଚାଲିଯାଇଥିଲେ । ସେହି ଜାଗାରେ ହାତୀ ମାନଙ୍କ ରହିବା ପାଇଁ ଯୋଗ୍ୟ ଥିବାରୁ ପୁଣି ପାପିବାଳି କଳାହାଣ୍ଡି ଠାରୁ ପାପିବାଳି ଦେଇ ସୁରୁମୁଳି ପାହାଡ କୁ ଆସିଥିବା ବେଳେ କାହାର ଚାଷ ନଷ୍ଟ ହୋଇ ନ ଥିବା ଫରେଷ୍ଟର ଦିନବନ୍ଧୁ ଶବର କହିଛନ୍ତି ।

ଆଜି ସକାଳ ଠାରୁ ବନ ବିଭାଗ ପକ୍ଷରୁ ସୁରୁମୁଳି ଅଞ୍ଚଳରେ କୁମିଙ୍ଗ ଅଫେରସନ କରି ସେହି ହାତୀ ପଲ କୁ କଳାହାଣ୍ଡି ଆଡକୁ ଗୋଡ଼ାଇଥିବା ସୂଚନା ଦେଇଛନ୍ତି ।