ମୋଦି ଙ୍କ ଉଦ୍ଦେଶ୍ୟରେ ଦୀପଦାନ : ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ

0
195
ମୋଦି ଙ୍କ

ରିପୋର୍ଟ : ଦେବଦତ୍ତ ରଥ
ଭୁବନେଶ୍ୱର/ଭଦ୍ରକ, (୦୭/୦୧) : ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସୁରକ୍ଷା ବ୍ୟବସ୍ଥା ଭଙ୍ଗ ହେବା ପରେ ମୋଦୀ ଏକ ସମ୍ଭାବ୍ୟ ବିପଦ ରୁ ମୁକ୍ତି ପାଇଥିବା ନେଇ ଭଦ୍ରକ ଲୋକନାଥଙ୍କ ମନ୍ଦିରରେ ମୋଦିଙ୍କ ଉଦ୍ଦେଶ୍ୟରେ ଦୀପଦାନ ଏବଂ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିଛି ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ।WhatsApp Image 2022 01 07 at 10.32.19 AM ମୋଦି ଙ୍କ ଉଦ୍ଦେଶ୍ୟରେ ଦୀପଦାନ : ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ

ଏହା ଉପରେ ପ୍ରତିକ୍ରିୟା ଦେଇ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ କହିଛନ୍ତି, ଗତକାଲି ଏକ ଅଭାବନୀୟ ଘଟଣା ଘଟିଗଲା । ଦେଶ ର ପ୍ରଧାନମନ୍ତ୍ରୀ ମୋଦି ଙ୍କ ସୁରକ୍ଷା ବ୍ୟବସ୍ଥା କୁ ବିପଦରେ ପକାଇ ଦେଲା ପଞ୍ଜାବ ର କଂଗ୍ରେସ ସରକାର । ତେବେ, ସୈଭାଗ୍ୟବଶତଃ କଂଗ୍ରେସ ର ଭୟଙ୍କର ଷଡ଼ଯନ୍ତ୍ର ବିଫଳ ରହିଲା । ଦେଶ ର ପ୍ରଧାନମନ୍ତ୍ରୀ, ଆମ ସମସ୍ତଙ୍କ ପ୍ରିୟ ମୋଦୀ ଜୀ’ ଆଜି ସୁରକ୍ଷିତ, ଦେଶ ସୁରକ୍ଷିତ ।

ମୋଦୀ ଜୀ’ ଙ୍କୁ ଘୃଣା କରୁଥିବା କାରଣ ରୁ ଦେଶ ର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଭଙ୍ଗ କରିବାକୁ ହୀନ ଉଦ୍ୟମ କରିଥିଲା କଂଗ୍ରେସ । ଯାହା କି ଅତ୍ୟନ୍ତ ନିନ୍ଦନୀୟ । ଦେଶ ସାରା ଏହା ବିରୋଧରେ ସ୍ୱର ଉଠୁଛି । ସ୍ୱର ଆହୁରୀ ତୀବ୍ର ହେବା ଉଚିତ୍ । ଜାତୀୟ କଂଗ୍ରେସ ଏକ ଜାତୀୟ ଘୃଣ୍ୟ କାମ କରିଛି । ଏଥିଲାଗି କଂଗ୍ରେସର ନକଲି ଗାନ୍ଧୀ ମାଁ – ପୁଅ ଯୋଡ଼ିଙ୍କ ସମେତ ପଞ୍ଜାବ ର କଂଗ୍ରେସ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଏବଂ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ ଦେଶ ଆଗରେ କ୍ଷମା ମାଗିବା ଉଚିତ୍ ବୋଲି ହରପ୍ରିୟା କହିଛନ୍ତି ।

ପଞ୍ଜାବ ର ଯେଉଁ ସ୍ଥାନରେ କାଲି ମୋଦୀ ଜୀ’ ଙ୍କ ସହିତ ଏପରି ଅଘଟଣ ଘଟିଲା ତାହା ପାକିସ୍ତାନ ଠାରୁ ଅନତି ଦୂରରେ । ଏମିତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନକୁ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଭାଇ ବୋଲି କୁହନ୍ତି । ଏଠାରେ ଆଶଙ୍କା ରହୁଛି ଉଦ୍ଦେଶ୍ୟ କିଛି ଅତି ଭୟଙ୍କର ନ ଥିଲା ତ’ ବୋଲି ପ୍ରଶ୍ନ କରିବା ସହ କଥା । ଏଠି କେବଳ ମୋଦୀଜୀ’ଙ୍କ ଜୀବନର କଥା ନୁହେଁ । ଦେଶ ର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କଥା, ଦେଶ ର ସୁରକ୍ଷା ର କଥା । ଯିଏ ଯେଉଁ ଦଳର ହେଉ ନାଁ କାହିଁକି, ଏହାକୁ କେବେ ବି ଜଣେ ସଚ୍ଚା ନାଗରିକ ଗ୍ରହଣ କରିପାରିବ ନାହିଁ ବୋଲି ହରପ୍ରିୟା ସାହୁ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଲିପିକା ବାରିକ, ସମ୍ପାଦିକା ଚୈତାଳି ଖିଲାର, ଜିଲ୍ଲା ମହିଳା ମୋର୍ଚ୍ଚା ଆଇଟି ସେଲ୍ ପ୍ରମୂଖ ସ୍ୱର୍ଣ୍ଣଲତା ମିଶ୍ର ଏବଂ ନଗର ସମ୍ପାଦିକା ପଦ୍ମନୀ ଦ୍ୱିବେଦୀ ପ୍ରମୂଖ ସାମିଲ୍ ଥିଲେ ।