ପ୍ରଶାସନ ର ସହଯୋଗ ରେ ୫ ଦିନ ପରେ ଗାଁ କୁ ଆସିଲା ମୃତା ଧରିତ୍ରୀଙ୍କ ମର ଶରୀର

0
169
ପ୍ରଶାସନ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୭/୦୧) : ପ୍ରଶାସନ ର ସହଯୋଗ ରେ ୫ ଦିନ ପରେ ଗାଁ କୁ ଆସିଲା ପ୍ରବାସୀ ଶ୍ରମିକଙ୍କ ମୃତ ଦେହ l ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତ କେଲାକୋଟା ଗ୍ରାମ ର ଧରିତ୍ରୀ ପ୍ରଧାନ ତାମିଲନାଡୁ ର ଏକ ଘରୋଇ କମ୍ପାନୀ (ଅନୁ ଗାର୍ଗୀ ଗାରମେଣ୍ଟସ) ସୁତା କଳ ରେ କାମ କରିବା ପାଇଁ ଯାଇଥିଲା lWhatsApp Image 2022 01 07 at 10.31.53 AM ପ୍ରଶାସନ ର ସହଯୋଗ ରେ ୫ ଦିନ ପରେ ଗାଁ କୁ ଆସିଲା ମୃତା ଧରିତ୍ରୀଙ୍କ ମର ଶରୀର

ସେଠାରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ପାଖ ମେଡିକାଲ କୁ ଚିକିତ୍ସା ପାଇଁ ଭର୍ତ୍ତି କଲେ l ସେଠାରେ ଡ଼କ୍ଟର ତାଙ୍କୁ ୦୨/୦୧ ରେ ମୃତ ଘୋଷଣା କରିଥିଲେ l ଦେହ ଖରାପ ଯୋଗୁଁ ମେଡିକାଲ ସ୍ଥାନାନ୍ତରିତ ହେବା ସମୟରେ ତା’ ପାଖରେ ତା’ର କୌଣସି ସମ୍ପର୍କୀୟ ନ ଥିବାରୁ ତା’ର ପାଖରେ ଥିବା ସହଯୋଗୀ ତା’ ପରିବାର କୁ ଜଣାଇଲେ l ଧରିତ୍ରୀ ଙ୍କ ପରିବାର ର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ସେମାନେ ବୌଦ୍ଧ ଜ଼ିଲ୍ଲା ପ୍ରଶାସନ କୁ ଜଣାଇଲେ l

ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ ତଥା ତାଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଜ଼ିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପ୍ରଧାନ ଙ୍କୁ ତା’ର ଶବ କୁ ସେଠାରୁ ଆଣିବା ପାଇଁ ନିର୍ଦ୍ଦେଶ ଦେଲେ l ଜ଼ିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ପ୍ରଧାନ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ସେମାନଙ୍କ ସହାୟତା ରେ ମର ଶରୀର କୁ ଆମ୍ବୁଲାନ୍ସ ଯୋଗେ ଗାଁ କୁ ଆଣି ତା ପରିବାର କୁ ତା. ୬/୧/୨୦୧୨ ରିଖ ରେ ହସ୍ତାନ୍ତର କରିବାରେ ସମର୍ଥ ହୋଇଥିଲେ l ଏ ବାବଦ ରେ ବୌଦ୍ଧ ଜ଼ିଲ୍ଲା ପ୍ରଶାସନ ପକ୍ଷ ରୁ ତା ପରିବାର କୁ ଟ ୨୦,୦୦୦/- ଶବ ସତ୍କାର ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ସାହାୟତା ପାଣ୍ଠି ରୁ ପ୍ରଦାନ କରାଯିବ l

ଯେହେତୁ ତାର ଭାଇ ମାନେ ପ୍ରବାସୀ ଶ୍ରମିକ ଭାବରେ ଅନ୍ୟତ୍ର କାମ କରୁଛନ୍ତି, ସେମାନଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ରେ ସାମିଲ କରାଯିବ ବୋଲି ଆଶ୍ଵସ୍ତି ଦେବା ସହ ଶବଦାହ ସମୟରେ ଜ଼ିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ପ୍ରଧାନ ନିଜେ ସେଠାରେ ରହି ସହଯୋଗ କରିବା ସହ ତାଙ୍କ ପାରିବାର କୁ ସାନ୍ତ୍ୱନା ଦେଇଥିଲେ l