Advertisements
Sunday, July 5, 2020
Home Government News ବନ୍ଦ ଦୋକାନକୁ ଗୁଳି ମାଡ଼ର ମୁଖ୍ୟ ଆସାମୀ ଗିରଫ

ବନ୍ଦ ଦୋକାନକୁ ଗୁଳି ମାଡ଼ର ମୁଖ୍ୟ ଆସାମୀ ଗିରଫ

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାୟଗଡା ମୁଖ୍ୟ ବଜ଼ାର ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ପୋଷାକ ଦୋକାନ ରେକମେଣ୍ଡକୁ ବନ୍ଦ ଥିବା ଅବସ୍ଥାରେ ଗତ ୨୧ତାରିଖ ବିଳମ୍ବିତ ରାତ୍ରରେ ଗୁଳି ମାଡ଼ ହୋଇଥିଲା |

ଏହି ଘଟଣାରେ ସମ୍ପୃକ୍ତ ଆସାମୀକୁ ପୋଲିସ ଧରିବାରେ ସକ୍ଷମ ହୋଇଛି | ଏକ ସାମ୍ବାଦିକ ସମିଳନୀରେ ରାୟଗଡା ପୋଲିସ ଆରକ୍ଷୀ ଅଧିକ୍ଷକ ରାହୁଲ ପି ଆର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଏହି ଘଟଣାରେ ଆସାମୀକୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ ପ୍ରଭାତ ରଣାକୁ ପୋଲିସ ଗିରଫ କରିଛି | ତାହାର ଘର ହେଉଛି ଗାଜ଼ିଆବାଦରେ | ଏସ ପି ପୁଣି କହିଛନ୍ତି ଦୋକାନ ମାଲିକଙ୍କ ଜଣେ ମହିଳା ସମ୍ପର୍କୀୟକୁ ପ୍ରଭାତ ରଣା ଇଣ୍ଟେରନେଟରେ ବାରମ୍ବାର ଚାଟିଙ୍ଗ କରି ହଇରାଣ କରୁଥିଲା | ମହିଳା ଜଣଙ୍କ ଆକାଉଣ୍ଟ ବନ୍ଦ କଲାପରେ ମଧ୍ୟ୍ୟ ଅନ୍ୟ ଆକାଉଣ୍ଟକୁ ଚାଟିଙ୍ଗ କରି ହଇରାଣ କରିବା ଯୋଗୁଁ ଦୋକାନ ମାଲିକ ମୋହିତ ଆଶ୍ରନି ଏହିପରି ନ କରିବାକୁ ତାଗିଦ କରିଥିଲା | ସେଥିପାଇଁ ରଣା ଓ ମୋହିତଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହୋଇଥିଲା | ସେଥିପାଇଁ ସେ ମୋହିତକୁ ହତ୍ୟା କରିବା ନିମନ୍ତେ ଯୋଜନା କରିଥିଲା | ସେ ରାୟଗଡା ଆସି ଦୋକାନକୁ ଦୁଇ ରାଉଣ୍ଡ ଗୁଳି ଚାଳନା କରି ବିଶାଖାପାଟଣା ଚାଲିଯାଇଥିଲା | ପୋଲିସ ତଦନ୍ତ ସମୟରେ ଏହି ସମ୍ପର୍କରେ ଜାଣିବା ପରେ ଅଧିକ ଖୋଳତାଡ଼ କରିବା ସହ ଅଭଯୁକ୍ତ ଆସାମୀକୁ ଧରିବା ନିମନ୍ତେ ଜାଲ ବିଛାଇଥିଲେ | ଆସାମୀ ରଣା ବିଶାଖାପାଟଣାରେ ଥିବା ପୋଲିସ ଜାଣିପାରିଥିଲେ ଓ ପରବର୍ତୀ ମୁହୂର୍ତରେ ପୋଲିସ ରଣାକୁ ବିଶାଖାପାଟଣା ରୁ ଗିରଫ କରିବାରେ ସକ୍ଷମ ହୋଇଛି | ତା ପାଖରୁ ଗୋଟିଏ ଛୋଟ ହାତ ତିଆରି ଛୋଟ ବନ୍ଧୁକ ସହ ୭ଟି ଅଫୁଟା ଗୁଳି ଓ ମାରଣାସ୍ତ୍ର ଜବତ କରିଛି | ପୂର୍ବରୁ କିଛି ଅପରାଧୀ ମାମଲା ରଣା ନାମରେ ଅଛି ଓ ଏହାର ତଦନ୍ତ ଚାଲିଛି ବୋଲି ଏସ ପି ଜଣାଇଛନ୍ତି | ଆସାମୀକୁ କୋର୍ଟ ଚାଲାଣ କରାଯାଇଛି | ଆସାମୀକୁ ଧରିବା ନିମନ୍ତେ ଏସ ଡ଼ି ପି ଓ ରାଜକିଶୋର ଦାସଙ୍କ ନେତୃତ୍ୱରେ ଆଇ ଆଇ ସି କୃଷ୍ଣ ଚନ୍ଦ୍ର ଭତ୍ରା, ଏସ ଆଇ ରାଜକିଶୋର ବେହେରା, ଏ ଏସ ଆଇ ରାବଣ ରାଓ ବିଶାଖାପାଟନମ ଯାଇ ରଣାକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ | ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍ଡ଼ିପିଓ ରାଜକିଶୋର ଦାସ, ଆଇଆଇସି କୃଷ୍ଣ ଚନ୍ଦ୍ର ଭତ୍ରା ଉପସ୍ଥିତ ଥିଲେ |

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ମାଓବାଦୀ ଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ବାଭିମାନ ଅଞ୍ଚଳରେ ।

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

Recent Comments

%d bloggers like this: