ପଞ୍ଚାୟତିରାଜ ନିର୍ବାଚନ ସଂରକ୍ଷଣ ନ ହେବା ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଦାବି

0
189
ପଞ୍ଚାୟତିରାଜ ନିର୍ବାଚନ

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୦୫/୦୧) : ପଞ୍ଚାୟତିରାଜ ନିର୍ବାଚନ ପୂର୍ବରୁ ସରକାର ହାଇକୋର୍ଟ ର ଆଳ ଦେଖାଇ ୨୭% ଓବିସି ସଂରକ୍ଷଣ କୁ ବାତିଲ କରିବା ନେଇ ତୀଵ୍ର ବିରୋଧ ପ୍ରଦର୍ଶନ କରାଯାଇଛି ।73b6963d 7b52 4417 a06f 0e3eda9f03dd ପଞ୍ଚାୟତିରାଜ ନିର୍ବାଚନ ସଂରକ୍ଷଣ ନ ହେବା ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଦାବି

ଓବିସି ମଞ୍ଚ ର ଡାକରା କ୍ରମେ ବଲାଙ୍ଗୀର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ବିରୋଧ ପ୍ରଦର୍ଶନ କରାଯାଇଛି । ପ୍ରକାଶ ଯେ, ମଞ୍ଚ ତରଫରୁ କୁହାଯାଇଛି ପଞ୍ଚାୟତିରାଜ ନିର୍ବାଚନ ପୂର୍ବରୁ ଜାଣି ଶୁଣି ୨୭% ଓ ବି ସି ସଂରକ୍ଷଣ କୁ ବାତିଲ, ଦେଶରେ ଓବିସି ସଂଖ୍ୟା ବାତିଲ ୫୨%, ଓଡ଼ିଶାରେ ୨୦୦ ଟି ଜାତି ଙ୍କ ସହିତ ଅଣ ଓବିସି ୯ ଟି ଜାତି କୁ ମିଶାଇ ଏସ.ଇ.ବି.ସି ଙ୍କ ସଂଖ୍ୟା ପ୍ରାୟ ୫୫% ।

ଏମାନଙ୍କ ଉତ୍ଥଥାନ ୧୯୯୪ ରୁ ସଂରକ୍ଷଣ କରାଯାଇ ଆଇନ ପ୍ରଣୟନ କରାଯାଇଥିଲା । ହେଲେ ପରିତାପର ବିଷୟ ଯେ ୨୦୧୭ ମସିହା ରୁ ଆଜି ସୁଦ୍ଧା ସରକାର ଏହି ବ୍ୟବସ୍ଥା ନେଇ କୌଣସି ପ୍ରକାର ପଦକ୍ଷେପ ନେଇ ନାହାନ୍ତି,ଚାକିରୀ ଯୋଗାଇବା ତ ଦୂରର କଥା ଶିକ୍ଷା,ସମ୍ପତି ଆଦି ସବୁ କ୍ଷେତ୍ରରେ ଅବହେଳା କରାଯାଉଛି ବୋଲି ପ୍ରକାଶ କରିଛନ୍ତି ।

ସେହିପରି ଧାନ ର ମୁଲ୍ୟ ଟ ୨୦୪୦୩ ଥିବା ବେଳେ ମାତ୍ର ଟ ୧୮୬୮ ଟଙ୍କା ଧାର୍ଯ୍ୟ କରି ଟ ୫୩୫ ଟଙ୍କା ସରକାରୀ ଶୋଷଣ କରାଯାଉଛି । ଏଣୁ ଓ ବିସି ସଂରକ୍ଷଣ ବ୍ୟବସ୍ଥା ନ କରିବା ପର୍ଯ୍ୟନ୍ତ ପଞ୍ଚାୟତିରାଜ ନିର୍ବାଚନ ସ୍ତଗୀତ ରଖିବା ଦାବି କରାଯାଇଛି । ଏ ନେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ବିପୁଳ ଜନସମାଗମ ସହ ବିକ୍ଷୋଭ ପ୍ରଦର୍ଶନ କରି ଦାବି ପତ୍ର ପ୍ରଦାନ କରାଯାଇଛି । ବିଶିଷ୍ଟ ଆଇନଯିବି ତଥା ମଞ୍ଚ ଆବାହକ ମନୋଜ ହାତୀ ତଥା ବରିଷ୍ଟ ଅନେକ ସଦସ୍ୟ ସ୍ତାନୀୟ ଯାଦବ ସମାଜ ରୁ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ ।