ସହରାଭିମୁଖୀ ଗ୍ରାମବାସୀଙ୍କୁ ଗ୍ରାମାଭିମୁଖୀ କରିବାକୁ ପ୍ରଶାସନର ଉଦ୍ୟମ

0
198
ସହରାଭିମୁଖୀ ଗ୍ରାମବାସୀଙ୍କୁ

ରିପୋର୍ଟ : ରବିଶଙ୍କର ମହାପାତ୍ର //
ବୋରିଗୁମ୍ମା, (୬/୧) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବେଣାସୁର ଗ୍ରାମରେ ଏକ ସୁସଜ୍ଜିତ ଆଧୁନିକ ପ୍ରମୋଦ ଉଦ୍ୟାନକୁ ପର୍ଯ୍ୟଟନ ସ୍ଥଳୀ ଭାବରେ ଲୋକାର୍ପଣ କରିଛନ୍ତି ଜୟପୁର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି l ସହରାଭିମୁଖୀ ଗ୍ରାମବାସୀଙ୍କୁ ଗ୍ରାମାଭିମୁଖୀ କରିବାକୁ ପ୍ରଶାସନର ଉଦ୍ୟମ |

ସହରାଭିମୁଖୀ ଗ୍ରାମବାସୀଙ୍କୁ ଗ୍ରାମାଭିମୁଖି କରିବାପାଇଁ ସମୁଦାୟ ୧୯ ଲକ୍ଷ ଟଙ୍କା ବିନିମୟରେ ନିର୍ମିତ ଏହି ପାର୍କ ଟି ରାଜ୍ୟ ଅର୍ଥକମିଶନ କେନ୍ଦ୍ର ଅର୍ଥ କମିଶନ ତଥା ମନରେଗା ପାଣ୍ଠି ର ଅର୍ଥ ବିନିଯୋଗରେ ନିର୍ମାଣ କରାଯାଇଥିବା ସୂଚନା ମିଳିଛି | କର୍ମକ୍ଲାନ୍ତ ଜୀବନରେ ସାମାନ୍ୟ ଅବସର ମିଳିଲେ ଗ୍ରାମ ଯୁବକ ମାନେ ଅବସର ବିନୋଦନ ପାଇଁ ସହରକୁ ଯାଇଥାନ୍ତି | କିନ୍ତୁ ଗ୍ରାମ ମଧ୍ୟରେ ଏକ ସୁନ୍ଦର ପାର୍କ ନିର୍ମାଣ ଦ୍ୱାରା ଯୁବ ବର୍ଗ ସହରାଭିମୂଖୀ ହେବାରୁ ବିରତ ହେବେ ତଥା ଗ୍ରାମରେ ସହରର ପରିବେଶ ସୃଷ୍ଟି ହୋଇପାରିବ ବୋଲି ଗ୍ରାମବାସୀ ମତବ୍ୟକ୍ତ କରିବା ସହ ବିଧାୟକ ଶ୍ରୀ ବାହିନୀପତିଙ୍କୁ ଓ ବୋରିଗୁମ୍ମା ବ୍ଲକ ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି |

ଏହି କାର୍ଯ୍ୟ କ୍ରମରେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିମଳା ଚଲାଣ. ବେଣାଶୁର ସରପଞ୍ଚ ରମ୍ଭାମଣି ମୁଦୁଲି, ସମିତି ସଭ୍ୟା ଶ୍ରୀମତି ରେବତି ଦଳେଇ, ଏ.ବିଡ଼ିଓ ଶ୍ରୀମତୀ ମାଧୁରୀ ଆଚାରୀ, AE ଶ୍ରୀ ସତ୍ୟ ନାରାୟଣ ସେଠି, J E ତୃପ୍ତି ଦାସ, ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଅଶୋକ କୁମାର ଗନ୍ତାୟତ, ବୋରିଗୁମ୍ମା ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ଜାନି ପ୍ରମୁଖ ଉପସ୍ଥିତ ଥିଲେ |