ଧର୍ମପରାୟଣ ବ୍ୟକ୍ତି ୯୩ ବର୍ଷ ରେ ଦେହାନ୍ତ

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ ପଦ୍ମପୁର ବ୍ଲକସ୍ଥ ନାଇରା ଗ୍ରାମର ଧର୍ମ ପରାୟଣ ବ୍ୟକ୍ତି ଗୌରାଙ୍ଗ ସାହୁ (ଡାକନାମ ବେଜୁବାପା) ଙ୍କ ୯୩ବର୍ଷରେ ଗତ କାଲି ରାତ୍ର ୭.୩୦ଘଣ୍ଟାରେ ଇହଧାମ ତ୍ୟାଗ କରିଛନ୍ତି |

ଏହି ବୟସରେ ମଧ୍ୟ୍ୟ ସେ ଚଲାବୁଲା କାରି ସମସ୍ତ କାମଧାମ କରୁଥିଲେ | ମୃତ୍ୟୁର କିଛି ସମୟ ପୂର୍ବରୁ ସେ ମନ୍ଦିରକୁ ଯାଇ ଭଗବାନ ଦର୍ଶନ କରିଥିଲେ | ମୃତ୍ୟୁ ବେଳକୁ ତାଙ୍କ ମର ଶରୀର ନିକଟରେ ପୁଅ ଝିଅ ନାତି ନାତୁଣୀ ନାତୁଣୀ ଯୁଇଁ ଉପସ୍ଥିତ ଥିଲେ | ତାଙ୍କ ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି | ସହସ୍ରାଧିକ ଜାତି ବର୍ଣ୍ଣ ନିର୍ବିଶେଷରେ ପାର୍ଥିବ ଶରୀରକୁ ନେଇ ସ୍ମଶାନ ପର୍ଯ୍ୟନ୍ତ ଯାଇ ବିଦାୟ ଜଣାଇଥିଲେ | ଏହି ଗ୍ରାମରେ ଏକ ଶୋକର ଛାୟା ଖେଳି ଯାଇଛି |

Comments are closed.