Advertisements
Monday, July 13, 2020
Home headline ସ୍ବର୍ଗତ ବିଜୁ ଜନତା ଦଳ ନେତା ଯଯାତି ସାହୁଙ୍କୁ ଶ୍ରଦ୍ଧାଞ୍ଜଳି

ସ୍ବର୍ଗତ ବିଜୁ ଜନତା ଦଳ ନେତା ଯଯାତି ସାହୁଙ୍କୁ ଶ୍ରଦ୍ଧାଞ୍ଜଳି

ରାୟଗଡା ଜ଼ିଲ୍ଲା ପ୍ରତିନଧି (ଅମୁଲ୍ୟ ନିଶଙ୍କ/ଗୋପୀନାଥ ଗୌଡ଼/ପ୍ରଭାତ ମିଶ୍ର): ରାୟଗଡା ଜ଼ିଲ୍ଲାର ପଦ୍ମପୁର ବ୍ଲକ ଅନ୍ତର୍ଗତ ଅନ୍ତର୍ଗତ ନାଇରା ଗ୍ରାମରେ ଗତ ୨୦୦୨ ମସିହା ନଭେମ୍ବର ୨୬ ତାରିଖ ରାତ୍ରୀ ପ୍ରାୟ ୧୦.୩୦ ସମୟରେ ମାଓବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ |

ଆଜି ତାଙ୍କୁ ମାନେ ପକାଈ ତାଙ୍କରି ଅନ୍ତର ଆତ୍ମା ର ଶାନ୍ତି ନିମନ୍ତେ ଯଯାତି ସାହୁ ସ୍ମୃତି କମିଟି ତରଫରୁ ନାଇରା ଗ୍ରାମ ଠାରେ ଅବସ୍ଥାପିତ ପ୍ରତିମୁର୍ତି ଉପରେ ପୁଷ୍ପାମାଲ୍ୟ ଅର୍ପଣ କରିଥିଲେ ଏହି ସ୍ମୃତି କମିଟି ପଦ୍ମପୁର ବିଜୁ କଲ୍ୟାଣ ମଣ୍ଡପ ଠାରୁ ବାହାରି ପ୍ରାୟ ୨୦ କିଲୋମିଟର ରାସ୍ତାରେ ଯଯାତି ଅମର ରହେ କହି ନାଇର ଠାରେ ପହଁଚିଥିଲେ | ପ୍ରତିମୁର୍ତି ଠାରେ ଯଯାତିଙ୍କ ସ୍ମୃତି ଚରଣ କରି ଏହି ବିଯେଡି ଦଳ ପାଇଁ ତାଙ୍କର ଅବଦାନ ସମ୍ପର୍କରେ ବର୍ଣ୍ଣନା କରିବା ସହ ପୁଷ୍ପମାଲ୍ୟ ଅର୍ପଣକରିଥିଲେ ଓ ସ୍ବର୍ଗତ ଯଯାତି କିପରି ଭାବେ କଂଗ୍ରେସର ଗଡ଼ କୁହାଯାଉଥିବା ଗୁଣୁପୁର ଅଂଚଳରେ ବିଜୁ ଜନତା ଦଳକୁ ପ୍ରତିଷ୍ଠା କରିଥିଲେ ତାହା କେବେ ମଧ୍ୟ ଭୁଲି ହେବନାହଁ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ | ଏହି ଗ୍ରାମର ସହସ୍ରାଧିକ ଯୁବକ ପୂର୍ବତନ ସରପଞ୍ଚ ସୁବାଷ ଶବର ଶ୍ୟାମ ସୁନ୍ଦର ମହାନ୍ତିଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ କରିଥିଲେ | ଏଥିରେ ପଦ୍ମପୁର ଯଯାତି ସାହୁ ସ୍ମୃତି କମିଟି ତରଫରୁ ରାୟଗଡା ଜ଼ିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ତଥା କୋରାପୁଟ ଲୋକସଭା ସାଂସଦ ପ୍ରତିନିଧି ଗୋଦାବରୀ ରାଉତ, ପଦ୍ମପୁର ବ୍ଲକ ର ପୂର୍ବତନ ଅଧକ୍ଷ କୈଳାଶ ପ୍ରାସ୍କା ବିଯେଡି ସଭାପତି ପଦ୍ମପୁର ବ୍ଲକ ରବିନାରାୟଣ ଆଚାର୍ଯ୍ୟ ମଣ୍ଟୁ, ପ୍ରଶାନ୍ତ ଦଳାଇ ଉପସ୍ଥିତ ରହି ଯଯାତିଙ୍କ ପ୍ରତିମୁର୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ପରେ ପରେ ପଦ୍ମପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ | ଏଥିରେ ଡାକ୍ତର ସୌମ୍ୟରଂଜନ ପତି ସହାୟତା କରିଥିଲେ ପ୍ରତି ବର୍ଷ ଏହି ଦିନ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଉଥିଲା କିନ୍ତୁ ଏହି ବର୍ଷ ଡାକ୍ତର ମାନଙ୍କ ଧର୍ମଘଟ ନିମନ୍ତେ ରକ୍ତଦାନ ଶିବିର ଅନଷ୍ଠିତ ହୋଇନଥିବା ଗୋଦାବରୀ ରାଉତ ପ୍ରକାଶ କରିଛନ୍ତି | ଦୁଃଖ ଓ ପରୀତାପର ବିଷୟ ମୃତ୍ୟୁର ୧୬ବର୍ଷ ଅତିବାହିତ ହୋଇଯାଇଛି ତଥାପି ହତ୍ୟାକାରୀ କୁ ଧରିବାରେ ପୋଲିସ ପ୍ରସାଶନ ସକ୍ଷମ ହୋଇନି କି ଏହି ବିଜୁ ଜନତା ଦଳ ତରଫରୁ ଏହି ପରିବାର ପ୍ରତି ସେମିତି କିଛି କୌଣସି ଆଖିଦୃଶିଆ କାମ କରିନାହିଁ ଯାହା ପାଇଁ ଆଜି ଏହି ଦଳ ନିଜର ପରିଚୟ ପାଇଛି | ଗୁଣୁପୁର ଅଂଚଳରେ ସେହି ବରିଷ୍ଠ ନେତା ଦଳ ପାଇଁ ଜୀବନ ଦେଇଦେଲେ ମାତ୍ର ଦଳ ତାଙ୍କୁ ଭୁଲିଗଲେ |

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସମ୍ଭାବ୍ୟ COVID-19 ଟିକା – ଥାଇଲ୍ୟାଣ୍ଡ ର ନଭେମ୍ବରରେ ମାନବ ପରୀକ୍ଷା କରିବାକୁ ଯୋଜନା

ବ୍ୟାଙ୍କକକ୍ (୧୨/୦୭): ନଭେମ୍ବରରେ ନୂତନ କରୋନାଭାଇରସ୍ ପାଇଁ ଏକ ସମ୍ଭାବ୍ୟ ଟିକା ପାଇଁ ମାନବ ପରୀକ୍ଷା ଆରମ୍ଭ କରିବାକୁ ଥାଇ ଅନୁସନ୍ଧାନକାରୀମାନେ ଯୋଜନା କରିଛନ୍ତି ଏବଂ ୧୦,୦୦୦ ଡୋଜ...

ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୧୨୵ ୭): ବରଗଡ଼ ଜିଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତାକାମ ମରଣଯନ୍ତା ପାଲଟିଛି ।...

ସଟଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନରେ ମଧ୍ୟ ସାପ୍ତାହିକ ବଜାର ଗାଁ ଗହଳି ସୁନସାନ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧୧:୭:୨୦): କୋରାପୁଟ ଜିଲା ସହ ରାଜ୍ୟ ଓ ଭାରତ ଓ ଦେଶ ବିଦେଶ ଠାରେ ଦିନକୁ ଦିନ ମହାମାରୀ କରୋନା ଭୟଙ୍କର...

କଳାହାଣ୍ଡି ଜିଲ୍ଲାରେ ୪ ପଜିଟିଭ ଚିହ୍ନଟ, ଭବାନୀପାଟଣାସ୍ଥିତ ପ୍ରାଇଭେଟ ହସପିଟାଲ ସିଲ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (ତା.୧୧.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ତା.୧୧.୦୭.୨୦୨୦ ଶନିବାର ଦିନ ଚାରିଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।...

Recent Comments

%d bloggers like this: