Advertisements
Monday, July 13, 2020
Home Education & Literacy ତୁଜୁଙ୍ଗ ସ୍କୁଲରେ ବ୍ଳକ ସ୍ତରୀୟ ବିଜ୍ଞନ ମେଳା ଅନୁଷ୍ଠିତ

ତୁଜୁଙ୍ଗ ସ୍କୁଲରେ ବ୍ଳକ ସ୍ତରୀୟ ବିଜ୍ଞନ ମେଳା ଅନୁଷ୍ଠିତ

ମ.ରାମପୁର(ଡିଙ୍ଗର କୁମାର ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକ ର ତୁଜୁଙ୍ଗ ସ୍କୁଲ ରେ ଆଜି ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ କୁ ମ.ରାମପୁର ତହସିଲଦାର ଉଦ୍ଘାଟନ କରିଥିଲେ ।

କାର୍ଯ୍ୟକ୍ରମରେ ମ.ରାମପୁର ବ୍ଳକ ୧୧୦ ଟି ସ୍କୁଲ ର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ତେବେ ହାଇସ୍କୁଲ ସ୍ତରୀୟ ଛାତ୍ରଛାତ୍ରୀ ଙ୍କୁ ବରିଷ୍ଠ ଓ ପ୍ରାଥମିକ ତଥା ମାଧ୍ୟମିକ ସ୍ତରୀୟ ଛାତ୍ରଛାତ୍ରୀ ଙ୍କୁ କନିଷ୍ଠ ବିଭାଗ ରୂପେ ବିବେଚନା କରାଯାଇଥିଲା । ବରିଷ୍ଠ ବିଭାଗରେ ୨୬ଟି ପ୍ରଜେକ୍ଟ ପ୍ରଦର୍ଶିତ ହୋଇଥିବା ବେଳେ କନିଷ୍ଠ ବିଭାଗରେ ୫୩ଟି ପ୍ରଜେକ୍ଟ ପ୍ରଦର୍ଶିତ ହୋଇଥିଲା । ଛାତ୍ରଛାତ୍ରୀ ମାନେ scientific solution for chhallenges in life ବିଷୟ ଉପରେ ଅନେକ ପ୍ରଜେକ୍ଟ କରି, ତାହା ମାନବ ଜୀବନ ଉପରେ କି ପ୍ରକାର ପ୍ରଭାବ ପକେଇ ପାରିବ, ସେ ଉପରେ ବିଶ୍ଳେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦାମୋଦର ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ କିଶୋର କୁମାର ସାହୁ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରିଷିଡା ର ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ଦିଲିପ କୁମାର ରଣା ବିଚାରକ ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀ ଚୟନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମ.ରାମପୁର ବ୍ଳକ ଅଧ୍ୟକ୍ଷ ଶ୍ରୀ ଜିବେଶ କୁମାର ପଣ୍ଡା ଓ ମୁଖ୍ୟ ବକ୍ତା ଭାବେ ମ.ରାମପୁର ବ୍ଳକ ଶିକ୍ଷା ଅଧିକାରୀ ଶ୍ରୀ ଗଣେଶ କିଷାନ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସମ୍ଭାବ୍ୟ COVID-19 ଟିକା – ଥାଇଲ୍ୟାଣ୍ଡ ର ନଭେମ୍ବରରେ ମାନବ ପରୀକ୍ଷା କରିବାକୁ ଯୋଜନା

ବ୍ୟାଙ୍କକକ୍ (୧୨/୦୭): ନଭେମ୍ବରରେ ନୂତନ କରୋନାଭାଇରସ୍ ପାଇଁ ଏକ ସମ୍ଭାବ୍ୟ ଟିକା ପାଇଁ ମାନବ ପରୀକ୍ଷା ଆରମ୍ଭ କରିବାକୁ ଥାଇ ଅନୁସନ୍ଧାନକାରୀମାନେ ଯୋଜନା କରିଛନ୍ତି ଏବଂ ୧୦,୦୦୦ ଡୋଜ...

ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୧୨୵ ୭): ବରଗଡ଼ ଜିଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତାକାମ ମରଣଯନ୍ତା ପାଲଟିଛି ।...

ସଟଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନରେ ମଧ୍ୟ ସାପ୍ତାହିକ ବଜାର ଗାଁ ଗହଳି ସୁନସାନ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧୧:୭:୨୦): କୋରାପୁଟ ଜିଲା ସହ ରାଜ୍ୟ ଓ ଭାରତ ଓ ଦେଶ ବିଦେଶ ଠାରେ ଦିନକୁ ଦିନ ମହାମାରୀ କରୋନା ଭୟଙ୍କର...

କଳାହାଣ୍ଡି ଜିଲ୍ଲାରେ ୪ ପଜିଟିଭ ଚିହ୍ନଟ, ଭବାନୀପାଟଣାସ୍ଥିତ ପ୍ରାଇଭେଟ ହସପିଟାଲ ସିଲ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (ତା.୧୧.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ତା.୧୧.୦୭.୨୦୨୦ ଶନିବାର ଦିନ ଚାରିଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।...

Recent Comments

%d bloggers like this: