Advertisements
Monday, July 13, 2020
Home Development ଜିଲ୍ଲା କୋର୍ଟ ପରିସରରେ ଦୁର୍ନୀତି ନିବାରଣ ଅଦାଲତର ସର୍କଟ ବେଞ୍ଚ ଉଦଘାଟିତ

ଜିଲ୍ଲା କୋର୍ଟ ପରିସରରେ ଦୁର୍ନୀତି ନିବାରଣ ଅଦାଲତର ସର୍କଟ ବେଞ୍ଚ ଉଦଘାଟିତ

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି (ଏ. ସତୀଶ) : ନବରଙ୍ଗପୁର ଜିଲ୍ଲା ଓକିଲ ସଂଘର ପ୍ରଚେଷ୍ଟାରେ ଓଡିଶା ଉଚ୍ଚ ନ୍ୟାୟାଳୟ ଙ୍କ ମଞ୍ଜୁରୀକ୍ରମେ ଜିଲ୍ଲା କୋର୍ଟ ପରିସରରେ ଦୁର୍ନୀତି ନିବାରଣ ଅଦାଲତର ସର୍କଟ ବେଞ୍ଚକୁ ମୁଖ୍ୟ ଅତିଥି ଜିଲ୍ଲା ଓ ଦୌରା ଜର୍ଜ ଶ୍ରୀ ରାଜେନ୍ଦ୍ର ପାଣିଗ୍ରାହୀ ଉଦଘାଟନ କରିଥିଲେ ।

ଏହାପରେ ବାର ସମ୍ମଳନୀ କକ୍ଷ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଉକ୍ତ ବୈଠକରେ ଜିଲ୍ଲା ଜର୍ଜ ରାଜେନ୍ଦ୍ର ପାଣିଗ୍ରାହୀ ,ଏଡିଜେ ବେଣୁଧର ପାତ୍ର , ସିଜେଏମ ରାଜ କିଶୋର ମହାପାତ୍ର , ଫେମିଳି ଜର୍ଜ ବିକ୍ରମ ପ୍ରଧାନ , ରାଜ୍ୟ ବାର କାଉନସିଲ ସଦସ୍ୟ ବିଷ୍ଣୁ ପାତ୍ର , ଜୟପୁର ଭିଜିଲାନ୍ସ ଏସପି ହରେକୃଷ୍ଣ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ। ଜିଲ୍ଲା ଓକିଲ ସଂଘର ସଭାପତି ନରସିଂହ ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ରାମ ପ୍ରସାଦ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।ଜିଲ୍ଲାରେ ଦୁର୍ନୀତି ନିବାରଣ ନିମନ୍ତେ ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରଯ୍ୟାପ୍ତ ସଚେତନତା କରିବା ପାଇଁ ଜିଲ୍ଲା ଜର୍ଜ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସଭା ଶେଷରେ ଜିଲ୍ଲା ଆଇନ ସଙ୍ଘ ଉପସଭାପତି ହରି ନାରାୟଣ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ । ସୂଚନା ଅନୁଯାୟୀ ଉଦଘାଟନ ଦିବସରେ କେସ ନମ୍ବର GR.10/2007 , GR.24/2008 , GR.39/2008 , GR.49/2008 , GR.20/2015 ଅନୁସାରେ ନବରଙ୍ଗପୁରର ପାଞ୍ଚ ଜଣଙ୍କ ମାମଲାର ସାକ୍ଷ୍ୟ ଗ୍ରହଣ ଓ ବିଚାରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ପ୍ରକାଶ ଚନ୍ଦ୍ର ମିଶ୍ର , ଏନ ଅହମ୍ମଦ , ଝାଡେଶ୍ୱର ଖାଡଙ୍ଗା, ଗଙ୍ଗାଧର ସାମନ୍ତରାୟ , ସୂର୍ଯ୍ୟ ତ୍ରିପାଠୀ , ସମରେଶ ଗନ୍ତାୟତ , ସଙ୍ଘର ସହ ସମ୍ପାଦକ ଦାମୋଧର ତ୍ରିପାଠୀ ,କୋଷାଧ୍ୟକ୍ଷ ସୀମାଞ୍ଚଳ ପାତ୍ର , ଦେବୀ ପ୍ରସାଦ ସିଂ ,ଆଶିଷ ରଞ୍ଜନ ପଟନାୟକ , କିଶୋରୀ ପଟନାୟକ , ଅନୁପମା ଗନ୍ତାୟତ ସହ ବହୁ ଓକିଲ ଯୋଗ ଦେଇଥିଲେ ।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସମ୍ଭାବ୍ୟ COVID-19 ଟିକା – ଥାଇଲ୍ୟାଣ୍ଡ ର ନଭେମ୍ବରରେ ମାନବ ପରୀକ୍ଷା କରିବାକୁ ଯୋଜନା

ବ୍ୟାଙ୍କକକ୍ (୧୨/୦୭): ନଭେମ୍ବରରେ ନୂତନ କରୋନାଭାଇରସ୍ ପାଇଁ ଏକ ସମ୍ଭାବ୍ୟ ଟିକା ପାଇଁ ମାନବ ପରୀକ୍ଷା ଆରମ୍ଭ କରିବାକୁ ଥାଇ ଅନୁସନ୍ଧାନକାରୀମାନେ ଯୋଜନା କରିଛନ୍ତି ଏବଂ ୧୦,୦୦୦ ଡୋଜ...

ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୧୨୵ ୭): ବରଗଡ଼ ଜିଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତାକାମ ମରଣଯନ୍ତା ପାଲଟିଛି ।...

ସଟଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନରେ ମଧ୍ୟ ସାପ୍ତାହିକ ବଜାର ଗାଁ ଗହଳି ସୁନସାନ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧୧:୭:୨୦): କୋରାପୁଟ ଜିଲା ସହ ରାଜ୍ୟ ଓ ଭାରତ ଓ ଦେଶ ବିଦେଶ ଠାରେ ଦିନକୁ ଦିନ ମହାମାରୀ କରୋନା ଭୟଙ୍କର...

କଳାହାଣ୍ଡି ଜିଲ୍ଲାରେ ୪ ପଜିଟିଭ ଚିହ୍ନଟ, ଭବାନୀପାଟଣାସ୍ଥିତ ପ୍ରାଇଭେଟ ହସପିଟାଲ ସିଲ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (ତା.୧୧.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ତା.୧୧.୦୭.୨୦୨୦ ଶନିବାର ଦିନ ଚାରିଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।...

Recent Comments

%d bloggers like this: