Advertisements
Thursday, July 9, 2020
Home Government News ସହଦେବଖୁଣ୍ଟା ଥାନା ଆଦର୍ଶ ଥାନା ମାନ୍ୟତା- ମୁଖ୍ୟମନ୍ତ୍ରୀଙ୍କ ଲୋକାର୍ପଣ

ସହଦେବଖୁଣ୍ଟା ଥାନା ଆଦର୍ଶ ଥାନା ମାନ୍ୟତା- ମୁଖ୍ୟମନ୍ତ୍ରୀଙ୍କ ଲୋକାର୍ପଣ

ବାଲେଶ୍ୱର ଜିଲ୍ଲା ପ୍ରତିନିଧି(ସୌଭାଗ୍ୟ ରଞ୍ଜନ ବାରିକ): ରାଜ୍ୟର ୩୫ ଥାନାକୁ ଆଦର୍ଶ ଥାନା ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେଥି ମଧ୍ୟରେ ବାଲେଶ୍ଵରର ସହଦେବଖୁଣ୍ଟା ଥାନା ମଧ୍ୟ ଆଦର୍ଶ ଥାନା ମାନ୍ୟତା ପାଇଛି।

୨୬ ତାରିଖ ସୋମବାର ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସିଂ ଦ୍ବାରା ଆଦର୍ଶ ଥାନା ସହଦେବଖୁଣ୍ଟାର ଲୋକାର୍ପଣ କରିଛନ୍ତି। ବାଲେଶ୍ୱର ସାଂସଦ ରବିନ୍ଦ୍ର କୁମାର ଜେନା ଥାନା ପରିସରରେ ଫଳକ ଅନାବରଣ କରିଥିଲେ। ସହଦେବଖୁଣ୍ଟା ଥାନା ଅତ୍ୟାଧୁନିକ ଢଙ୍ଗରେ କାର୍ଯ୍ୟକ୍ଷମ ହେବା ସହ ସହରବାସୀ ତଥା ସାଧାରଣ ଲୋକଙ୍କୁ ଅଧିକ ସେବା ଯୋଗାଇ ଦେବ ବୋଲି ସାଂସଦ ଶ୍ରୀ ଜେନା କହିଥିଲେ । ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ଏହି ଉଦଘାଟନ ଉତ୍ସବରେ ଯୋଗଦେଇ ଆଦର୍ଶ ଥାନାର ଆଭିମୁଖ୍ୟ ଓ କାର୍ଯ୍ୟଧାରା ସଂପର୍କରେ ସୂଚନା ଦେଇଥିଲେ । ବାଲେଶ୍ଵର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବି ଯୁଗଲ କିଶୋର, ବାଲେଶ୍ୱର ବିଧାୟକ ଜୀବନ ପ୍ରଦୀପ ଦାସ, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ପ୍ରମୁଖ ଏହି ଉତ୍ସବରେ ଯୋଗ ଦେଇଥିଲେ । ସହଦେବଖୁଣ୍ଟା ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ନାୟକ ଙ୍କ ତତ୍ତ୍ଵାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପୋଲିସର ବିଭିନ୍ନ ବରିଷ୍ଠ ଅଧିକାରୀ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ଯୋଗ ଦେଇଥିଲେ ।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଲ ମଧ୍ୟରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ରିପୋର୍ଟ: ମାନସ ରଞ୍ଜନ ରାଉତ //ଧର୍ମଗଡ (୦୮/୦୭): ଧର୍ମଗଡ ଥାନା ଲୁହଗାଁର ଏକ ବିଲରୁ ଜଣେ ଅଜଣା ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହେଇଛି ।

ଝାରବନ୍ଧ ସରପଞ୍ଚ ପ୍ରଦାନ କଲେ କରୋନା ଯୋଦ୍ଧା ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୮ ୵ ୭ ୵ ୨୦୨୦): ବିଶ୍ବ କରୋନା ପାଇଁ ଚିନ୍ତିତ ଅଛନ୍ତି । ଏ ପ୍ରସଙ୍ଗରେ ଓଡିଶା ସରକାର ଉଚିତ...

ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ରବିଶଙ୍କର ମହାପାତ୍ର //କୋରାପୁଟ ( ୯/୭): ଆଜି ମଧ୍ୟାହ୍ନରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ଢାମଣାହାଣ୍ଡି ପଞ୍ଚାୟତର ଗାନ୍ଧୀନଗର ଗ୍ରାମର "ଗାନ୍ଧୀ ଆଦର୍ଶ...

ନାଗାବଳୀ ନଦୀରେ ଯୁବତୀର ମୃତ ଦେହ ଉଦ୍ଧାର କଲା ପୁଲିସ

ରିପୋର୍ଟ: ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୯/୭): ରାୟଗଡ଼ା ଜିଲ୍ଲା କଲନରା ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡା ସଦର ଗାଁ ସାଙ୍ଗାନା ପ୍ରାସ୍କା ଙ୍କ ଝିଅ ସଂଯୁକ୍ତା ପ୍ରାସ୍କା...

Recent Comments

%d bloggers like this: