Advertisements
Monday, July 13, 2020
Home headline ବିଜେପିରେ ସାମିଲ ହେଲେ ପୂର୍ବତନ ପ୍ରଶାସନିକ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ

ବିଜେପିରେ ସାମିଲ ହେଲେ ପୂର୍ବତନ ପ୍ରଶାସନିକ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ

ନୂଆଦିଲ୍ଲୀ (ଓଡ଼ିଶା ନ୍ୟୁଜ୨୪): ବିଜେପି ରେ ସାମିଲ ହେଲେ ପୂର୍ବତନ ପ୍ରଶାସନିକ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ । ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବାସଭବନରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅରୁଣ ସିଂହ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ଜଣେ ଦକ୍ଷ ଅଫିସର ଭାବେ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ଥିଲା, ସେ ୧୯୯୪ ବ୍ୟାଚ୍‌ର ଆଇଏଏସ୍‌ | ନିଜ କାମକୁ ନେଇ ଲୋକଙ୍କ ପାଖରେ ଖୁବ୍ ପରିଚିତ ଥିଲେ। ସେ ଖୋର୍ଦ୍ଧା ଜିଲ୍ଲାପାଳ ଥିଲେ। ବିଏମ୍‌ସି କମିଶନର୍ ଥିବା ବେଳେ ରାଜଧାନୀର ସୌନ୍ଦର୍ଯ୍ୟକରଣ ଓ ଉଠା ଦୋକାନୀଙ୍କ ପାଇଁ ଭେଣ୍ଡିଂ ଜୋନ୍ ପ୍ରତିଷ୍ଠା ପରି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ ଅପରାଜିତା। ଗଣଶିକ୍ଷା ବିଭାଗର ସଚିବ ଭାବେ ମଧ୍ୟ ଉଲ୍ଲେଖନୀୟ ସଂସ୍କାର ଆଣିଥିଲେ ଅପରାଜିତା। ଶିକ୍ଷକଙ୍କ ଲାଗି ୟୁନିଫର୍ମ ବ୍ୟବସ୍ଥାର ପ୍ରଚଳନ କରାଇ ସେ ବେଶ ସୁନାମ ଅର୍ଜନ କରିଥିଲେ। ରାଜଧାନୀ ଭୁବନେଶ୍ୱରରେ ତାଙ୍କୁ ଭବ୍ୟ ସ୍ୱାଗତ କରିବାକୁ ଦଳ ପକ୍ଷରୁ ଯୋଜନା କରାଯାଇଛି। ଅପରାଜିତାଙ୍କ ଯୋଗଦାନ ବିଜେପିକୁ ଶକ୍ତ କରିବ ଓ ସଙ୍ଗଠନ ମଧ୍ୟ ମଜବୁତ୍ ହେବ ବୋଲି ଦଳୀୟ ନେତା ମାନେ ଆଶା ରଖିଛନ୍ତି ।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସମ୍ଭାବ୍ୟ COVID-19 ଟିକା – ଥାଇଲ୍ୟାଣ୍ଡ ର ନଭେମ୍ବରରେ ମାନବ ପରୀକ୍ଷା କରିବାକୁ ଯୋଜନା

ବ୍ୟାଙ୍କକକ୍ (୧୨/୦୭): ନଭେମ୍ବରରେ ନୂତନ କରୋନାଭାଇରସ୍ ପାଇଁ ଏକ ସମ୍ଭାବ୍ୟ ଟିକା ପାଇଁ ମାନବ ପରୀକ୍ଷା ଆରମ୍ଭ କରିବାକୁ ଥାଇ ଅନୁସନ୍ଧାନକାରୀମାନେ ଯୋଜନା କରିଛନ୍ତି ଏବଂ ୧୦,୦୦୦ ଡୋଜ...

ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୧୨୵ ୭): ବରଗଡ଼ ଜିଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତାକାମ ମରଣଯନ୍ତା ପାଲଟିଛି ।...

ସଟଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନରେ ମଧ୍ୟ ସାପ୍ତାହିକ ବଜାର ଗାଁ ଗହଳି ସୁନସାନ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧୧:୭:୨୦): କୋରାପୁଟ ଜିଲା ସହ ରାଜ୍ୟ ଓ ଭାରତ ଓ ଦେଶ ବିଦେଶ ଠାରେ ଦିନକୁ ଦିନ ମହାମାରୀ କରୋନା ଭୟଙ୍କର...

କଳାହାଣ୍ଡି ଜିଲ୍ଲାରେ ୪ ପଜିଟିଭ ଚିହ୍ନଟ, ଭବାନୀପାଟଣାସ୍ଥିତ ପ୍ରାଇଭେଟ ହସପିଟାଲ ସିଲ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (ତା.୧୧.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ତା.୧୧.୦୭.୨୦୨୦ ଶନିବାର ଦିନ ଚାରିଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।...

Recent Comments

%d bloggers like this: