Thursday, March 28, 2024

Top 5 This Week

Related Posts

ବଞ୍ଚିବା ପାଇଁ ସାହାରା ଖୋଜୁଛନ୍ତି ୪ ପ୍ରାଣୀ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୫/୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତ ର ନିମାଝୋଲା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଆରପାରିରେ ବାପା ମାଁ, ଅନାଥ ହୋଇଗଲେ ୩ ପ୍ରାଣୀ, ବଞ୍ଚିବା ପାଇଁ ସାହାରା ଖୋଜୁଛନ୍ତି । ସହାୟତା ର ଆବଶ୍ୟକ ।

ସୂଚନା ଅନୁଯାୟୀ ପ୍ରାୟ ୮ ବର୍ଷ ହେବ ମୃତ ବାପା ମାଣି କଣ୍ଡାଗରୀ ଙ୍କ ମୃତ୍ୟୁ ହୋଇଯାଇଥିଲା । ମାଁ ସିଙ୍ଗାରି କଣ୍ଡାଗରୀ ୩ ଝିଅ ଓ ଗୋଟିଏ ପୁଅ କୁ ନେଇ ବହୁ ଦୁଃଖ କଷ୍ଟରେ ଚଳି ଆସୁଥିଲେ । ପ୍ରଶାସନ ପକ୍ଷରୁ ୨୫ କିଲୋ ଚାଉଳ ମିଳୁଥିବା ବେଳେ ବିଧବା ଭତ୍ତା ୫୦୦ ଟଙ୍କା ପାଇ ଆସୁଥିଲେ । ଏତିକି ଟଙ୍କା ରେ ଘର ଚଳାଇବା ସହିତ ପିଲାଙ୍କ ପାଠ ପଢା ରେ ବହୁତ ଅସୁବିଧା ର ସମ୍ମୁଖୀନ ହେଉଥିବା ଯୋଗୁଁ ସେ ବଞ୍ଚିବା ପାଇଁ ଅନ୍ୟ ଘରେ କାମ କରିବା ସହିତ କୁଲି କାମ କରିବାକୁ ଯାଉଥିଲେ ।

ଯେଉଁ ଟଙ୍କା ପାଉଥିଲେ ସେଥିରେ ଘର ଚଳାଇବା ସହିତ ପିଲାଙ୍କ ପାଠ ପଢା ଖର୍ଚ୍ଚ କରିଆସୁଥିଲେ । ଏହା ପରେ ବଡ ଝିଅ ନନ୍ଦେଇ କଣ୍ଡାଗରୀ କୁ ନିକଟସ୍ଥ ବେଲକଣା ଗାଁରେ ବିବାହ କରିଥିଲେ । ଭାଗ୍ୟ ର ବିଡ଼ମ୍ବନା ଯେ ମାଁ ସିଙ୍ଗାରି ମଧ୍ୟ ହଠାତ ଅସୁସ୍ଥ ଅନୁଭବ କରି ଗତ ଡିସେମ୍ବର ମାସ ୨୫ ତାରିଖ ଦିନ ଆରପାରିକୁ ଚାଲିଗଲେ । ବର୍ତ୍ତମାନ ୩ ସନ୍ତାନ ବାପା ମାଁ ଛେଉଣ୍ଡ ବା ଅନାଥ ହୋଇ ଗଲେ ।

ଏହି ୩ ଜଣ ମଧ୍ୟରୁ ଦ୍ୱିତୀୟ ଝିଅ ଭବାନୀ କଣ୍ଡାଗରୀ (୧୨) ସପ୍ତମ ଶ୍ରେଣୀ, ତୃତୀୟ ଝିଅ ହାଇମା କଣ୍ଡାଗରୀ (୧୧) ଷଷ୍ଠ ଶ୍ରେଣୀ ଓ ସାନ ପୁଅ ନୀଳକଣ୍ଠ କଣ୍ଡାଗରୀ (୬) ପ୍ରଥମ ଶ୍ରେଣୀରେ ପାଠ ପଡୁଛନ୍ତି । ଏହି ଅନାଥ ବା ବାପା ମାଁ ଛେଉଣ୍ଡ ପିଲା ମାନେ କେମିତି ପାଠ ପଢ଼ିବେ, ସେମାନଙ୍କ ଘର କେମିତି ଚାଲିବ ବୋଲି ସମସ୍ତେ ଚିନ୍ତିତ ହୋଇଛନ୍ତି । ଏହି ପରିବାର କୁ ମଧ୍ୟ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ । ଯେହେତୁ ଘର ଖଣ୍ଡିଏ ମିଳି ପାରିନାହିଁ । ଗାଁରେ ଯିଏ ଯାହା ଦେଲେ ତାହା ଖାଇ ଛିଣ୍ଡା ମସିଣା ଭଙ୍ଗା ଘରେ ଭାଗ୍ୟ କୁ ଆଦରି ପଡିରହିଛନ୍ତି ।

ଏହି ଅନାଥ ପରିବାର କୁ ପ୍ରଶାସନ ପକ୍ଷରୁ ପିଲାଙ୍କ ଭବିଷ୍ୟତ ପାଇଁ ଭଲ ହଷ୍ଟେଲ ବ୍ୟବସ୍ଥା କରି ଥଇଥାନ ଓ ସହଯୋଗ କରାଯାଉ ବୋଲି ଗ୍ରାମ ର ବିନାୟକ କଣ୍ଡାଗରି, ରଘୁ ହୁଈକା, ରକି କଣ୍ଡାଗରୀ, ହଳ କଣ୍ଡାଗରି, ବୁର୍ସା କଣ୍ଡାଗରୀ, ନାରାୟଣ କଣ୍ଡାଗରି ପ୍ରମୁଖ ଦାବି କରିଛନ୍ତି ।

Popular Articles