ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

0
149
ଷଡ଼ଙ୍ଗୀ ନୋଡାଲ

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୦୫/୦୧) : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଷଡ଼ଙ୍ଗୀ ରେ ଥିବା ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପରିଚାଳନା ପରିଷଦ ବୈଠକ ପରିଚାଳନା ପରିଷଦ ସଭାପତି ଶ୍ରୀମତୀ ସସ୍ମିତା ପୋଥାଳ ଙ୍କ ଅଧ୍ୟକ୍ଷତାରେ ଆଜି ପାଞ୍ଚ ତାରିଖ ଅପରାହ୍ନ ଦୁଇଟା ସମୟରେ ଅନୁଷ୍ଠିତ ହୋଇଯାଇଅଛି ।WhatsApp Image 2022 01 06 at 9.35.56 AM ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

ଏହି ବୈଠକରେ ପରିଚାଳନା ପରିଷଦ ଉପସଭାପତି ଙ୍କ ସହିତ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ହୋଇ ଆଲୋଚନା ରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ପ୍ରାରମ୍ଭ ରେ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ହରିହର ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।

ବିଦ୍ୟାଳୟ ସମିଶ୍ରଣ ପାଣ୍ଠି ର ସୁବିନିଯୋଗ ଉପରେ ଆଲୋଚନା ହୋଇଥିଲା । ବିଦ୍ୟାଳୟ ସମ୍ମୁଖରେ ଥିବା ଗ୍ରିଲ ଫାଟକ ଗ୍ରିଲ୍, କୂପ କଭର, ପଛପଟ ଗ୍ରିଲ୍ ସହିତ ସମୁଖ ଭାଗ ରଙ୍ଗ ହେବା, ବୋରିଙ୍ଗ କୂପ ମରାମତି, ଫୁଲ ବଗିଚା ସମ୍ମୁଖରେ ଇଟା ଦ୍ୱାରା ସଜାଇବା ସହିତ ଇକୋ କ୍ଲବ୍ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା ।

ବିଦ୍ୟାଳୟ କୁ ଏକ ସରସ ସୁନ୍ଦର ବିଦ୍ୟାଳୟ ରୂପେ ଗଢି ତୋଳିବା ପାଇଁ ପ୍ରଧାନ ଶିକ୍ଷକ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପ୍ରାକ୍ ଆକଳନ ଫଳାଫଳ ବିଷୟରେ ଆଲୋଚନା କରିଥିଲେ । ସାପ୍ତାହିକ ଆକଳନ ଫଳାଫଳ ରୁ ପିଲାମାନଙ୍କ ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା ।