Related Contents

ଅଙ୍ଗନବାଡି କର୍ମୀ ଚୟନରେ ଜାଲିୟାତିର ପ୍ରତିବାଦ- ଦୀର୍ଘ ୩୮ ଦିନ ଧରି ଅଙ୍ଗନବାଡି କେନ୍ଦ୍ରରେ ଝୁଲୁଛି ତାଲା

କୋରାପୁଟ ଜିଲ୍ଲା ପ୍ରତିନିଧି (ରବିଶଙ୍କର ମହାପାତ୍ର): କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଗୁଜୁନିଗୁଡା ଗ୍ରାମ ପଞ୍ଚାୟତର କୀର୍ସାନିଗୁଡା ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ଖାଲି ପଡ଼ିଥିବା ଏକ ଅଙ୍ଗନବାଡି କର୍ମୀ ଚୟନରେ ଦୁର୍ନୀତି ଅଭିଯୋଗ ଆଣି ପ୍ରତିବାଦରେ କେନ୍ଦ୍ରରେ ଗତ ଅକ୍ଟୋବର ୧୮ ତାରିଖରୁ ତାଲା ପକାଇଛନ୍ତି ଆନ୍ଦୋଳନକାରୀ କ୍ରୀସାନୀଗୁଡା ଗ୍ରାମବାସୀ ।

ଦେଖିବାକୁ ବାକି ରହିଲା ଆଉ କେତେ ଦିନ ତାଲା ଝୁଲିବା ପରେ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେଉଛି ଆଉ ଗ୍ରାମବାସୀଙ୍କ ମନୋନୀତ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଉଛି ।

Comments are closed.