ଢେଙ୍କାନାଳ ଜିଲ୍ଲାରେ ବୁଧବାର ଠାରୁ ମାଟ୍ରିକ୍ ସମେଟିଭ୍ ପରୀକ୍ଷା ଆରମ୍ଭ

0
193
ଢେଙ୍କାନାଳ ଜିଲ୍ଲାରେ ବୁଧବାର

ରିପୋର୍ଟ : ଶୁଭମ୍ ପାଣି
ଢେଙ୍କାନାଳ, (୫/୧) : କରୋନା ପାଇଁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ପରିବର୍ତ୍ତନ କରାଯାଇଛି । ଢେଙ୍କାନାଳ ଜିଲ୍ଲାରେ ବୁଧବାର ଠାରୁ ମାଟ୍ରିକ୍‌ ର ପ୍ରଥମ ସମେଟିଭ୍ (ମଧ୍ୟମା) ପରୀକ୍ଷା ଆରମ୍ଭ ହୋଇଛି ।

ଢେଙ୍କାନାଳ ଜିଲ୍ଲାରେ ୯୬ ଟି ପରୀକ୍ଷା କେନ୍ଦ୍ରରେ ୧୭ ହଜାର ୬୪୭ ପରୀକ୍ଷାର୍ଥୀ ସମେଟିଭ୍ ପରୀକ୍ଷା ଦେବାର ସ୍ଥିରୀକୃତ ହୋଇଥିଲା । ଢେଙ୍କାନାଳ ଜିଲ୍ଲାରେ ବୁଧବାର ଦିନ ପରୀକ୍ଷା ରେ ୧୫,୯୧୪ ପରୀକ୍ଷାର୍ଥୀ ଉପସ୍ଥିତ ଥିଲେ । ୬୬୦ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତି ନ ଥିବାରୁ ସେମାନେ ବଞ୍ଚିତ ହୋଇଥିଲେ । ଜଣେ ପରୀକ୍ଷାର୍ଥୀ କପି କରି ଧରାପଡି ମାଲପ୍ରାଟିକ୍ସ (ଏମ୍‌ପି) ହୋଇଛନ୍ତି । ପରୀକ୍ଷା ର ପ୍ରଥମ ସିଟିଂ ସକାଳ ୧୦ ଟା ରୁ ୧୧ ଟା ଯାଏଁ ଏବଂ ଦ୍ୱିତୀୟ ସିଟିଂ ୧୨ ଟାରୁ ୧ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

ପ୍ରଥମ ଦିନ ପରୀକ୍ଷାରେ ମାତୃଭାଷା ଏବଂ ଦ୍ୱିତୀୟ ସିଟିଂ ରେ ଗଣିତ ବିଷୟ ପରୀକ୍ଷା ହୋଇଥିଲା । ଏଥିରେ ଓଏମ୍‌ଆର୍ ମାଧ୍ୟମରେ ୫୦ ମାର୍କ ର ସଂକ୍ଷିପ୍ତ ପ୍ରଶ୍ନ ରହିଥିଲା । ପ୍ରତିଦିନ ଦୁଇଟି ସିଟିଂରେ ପରୀକ୍ଷା ହୋଇ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଜିଲ୍ଲା ର ୯ ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ରହିଛି । ନୋଡାଲ ସେଣ୍ଟର ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

କରୋନା ଦୃଷ୍ଟି ରୁ ପରୀକ୍ଷା କେନ୍ଦ୍ର ଗୁଡିକ ସାନିଟାଇଜ୍ କରାଯିବା ସହିତ ମାସ୍କ ପରିଧାନ, ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି । ସକାଳ ୯ ଟାରେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଥିଲେ । ବିଦ୍ୟାଳୟ ପ୍ରବେଶ ଫାଟକରେ ଛାତ୍ରଛାତ୍ରୀଙ୍କର ଥର୍ମାଲ ଚେକିଂ, ହାଣ୍ଡ ସାନିଟାଇଜ୍‌, ମାସ୍କ ଚେକିଂ କରାଯିବା ପରେ ଭିତର କୁ ଛଡାଯାଇଥିଲା ।