ଶିମିଳିପାଟଣା ଉଚ୍ଚ ବିଦ୍ୟାଳୟ ର ୧୯୯୯ ବ୍ୟାଚ ର ବନ୍ଧୁ ମିଳନ ଅନୁଷ୍ଠିତ

0
147
ଶିମିଳିପାଟଣା ଉଚ୍ଚ ବିଦ୍ୟାଳୟ

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୦୬/୦୧) : ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଶିମିଳିପାଟଣା ଉଚ୍ଚ ବିଦ୍ୟାଳୟ ର ୧୯୯୯ ମସିହା ମେଟ୍ରିକ ବ୍ୟାଚ ର ବନ୍ଧୁ ମିଳନ ଭାପୁର ନିକଟ ସୁନ୍ଦରୀ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।

ସମସ୍ତ ବନ୍ଧୁମାନେ ଜିଲ୍ଲା ଓ ଜିଲ୍ଲା ବାହାରେ ନିଜର କର୍ମ ସଂସାନରେ ରହୁଥିବା ବେଳେ ବନ୍ଧୁମିଳନ ର ଖବରରେ ସମସ୍ତେ ସପରିବାର ଯୋଗ ଦେଉଛନ୍ତି । ଆଜି ଶିମିଳିପାଟଣା ଉଚ୍ଚ ବିଦ୍ୟାଳୟ ର ୧୯୯୯ ବ୍ୟାଚ ର ସମସ୍ତେ ସପରିବାର ସୁନ୍ଦରୀ ମଠ ଠାରେ ପହଞ୍ଚି ବନ୍ଧୁମିଳନରେ ଯୋଗ ଦେଇ ଆନନ୍ଦ ଉତ୍ସାହ ମନାଉଛନ୍ତି । ସ୍କୁଲ ସମୟ ର ସ୍ମୃତିକୁ ମନେ ପକାଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ବ୍ୟାଚ ର ବିଚିତ୍ର ସାହୁ, ଲକ୍ଷ୍ମୀଧର ସାହୁ, ମୁଖ୍ୟ ଆୟୋଜକ ଭାବେ ଆୟୋଜନ କରିଥିବାବେଳେ ପ୍ରଦିପ ସାହୁ, ସୁରେଶ ମହାପାତ୍ର, ସନ୍ତୋଷ ସାହୁ, ବଟକୃଷ୍ଣ ବେହେରା, ରବିନାରାୟଣ ସାହୁ, ବ୍ରଜବନ୍ଧୁ ସାହୁ, ସାଗର ସାହୁ, ମାୟାଧର ସାହୁ, ଗୋବର୍ଦ୍ଧନ ସାହୁ ଏବଂ ଅମାନି ସାହୁ ଓ ସମସ୍ତଙ୍କ ପରିବାର ଏଥିରେ ସହଯୋଗ କରି ଖୁସି ମନାଇଛନ୍ତି । ଏହା ସହିତ ଚଳିତ ବର୍ଷ ବ୍ୟାଚ ର ୨୫ ବର୍ଷ ପୁରଣ ହେଉଥିବାରୁ ଆଗାମୀ ଦିନରେ ସିଲଭର ଜୁବୁଲି ପାଳନ କରାଯିବା ପାଇଁ ଆଲୋଚନା କରାଯାଇଥିଲା ।