Advertisements
Monday, July 13, 2020
Home Death Case ହାଇଦ୍ରାବାଦ ସେଣ୍ଟ୍ରାଲ ୟୁନିଭରସିଟିର ମେଧାବୀ ଛାତ୍ର ରଶ୍ମିରଞ୍ଜନ ସୁନାଙ୍କ ପରଲୋକ

ହାଇଦ୍ରାବାଦ ସେଣ୍ଟ୍ରାଲ ୟୁନିଭରସିଟିର ମେଧାବୀ ଛାତ୍ର ରଶ୍ମିରଞ୍ଜନ ସୁନାଙ୍କ ପରଲୋକ

ରାମପୁର (ଡିଙ୍ଗର କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲମୁଣ୍ଡା ବ୍ଳକ ବାଞ୍ଜିପଦର ଗ୍ରାମର ସୁନୀଲ ସୁନାଙ୍କ ଏକମାତ୍ର ପୁଅ ଜଣେ PHD ସ୍କୋଲାର ଭାବେ ଗବେଷଣା ରତ ଥିଲେ ।

ଆମେରିକାର ସୋସାଇଟି ଅଫ ଫୋଟୋ ଅପ୍ଟିକାଲ ଇନ୍ସଟ୍ରୁମେଣ୍ଟେସନ ଇଞ୍ଜିନିଅର (SPI) ସମ୍ମିଳନୀ ୨୦୧୮ରେ ପୁରସ୍କୃତ ହେବା ପରେ ୨୦୧୯ ରେ ସାନଫ୍ରାନସିସ୍କୋରେ ହେବାକୁ ଥିବା ସମ୍ମିଳନୀରେ ଯୋଗଦେବାର ଥିଲା । ହେଲେ ତାଙ୍କୁ ଜ୍ୱର ହେବାରୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନ ହେବାରୁ ହାଇଦ୍ରାବାଦ ସିଟିଜେନ ହସ୍ପିଟାଲକୁ ଅଣାଯାଇ ତାଙ୍କୁ ଡେଙ୍ଗୁ ହୋଇଥିବାର ଚିହ୍ନଟ ହେଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ରଶ୍ମିରଞ୍ଜନଙ୍କୁ ୨୭ବର୍ଷ ବୟସ ହୋଇଥିଲା । ମୃତ୍ୟୁ ପରେ ୟୁନିଭରସିଟି କତ୍ତୃପକ୍ଷ ତାଙ୍କ ନିଜ ଖର୍ଚରେ ମରଶରୀରକୁ ବିମାନ ଯୋଗେ ହାଇଦ୍ରାବାଦରୁ ଭୁବନେଶ୍ୱର ଓ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରରୁ ତାଙ୍କ ଗାଁକୁ ପଠେଇଥିଲେ । ଆଜି ରଶ୍ମିରଞ୍ଜନଙ୍କ ମର ଶରୀର ନିଜ ଗାଁ ବାଞ୍ଜିପଦରରେ ପହଁଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ନିଜ ବନ୍ଧୁବାନ୍ଧବ ତଥା ଆଖ ପାଖର ବହୁଲୋକ ତାଙ୍କ ଅନ୍ତିମ ଦର୍ଶନ ପାଇଁ ରୁଣ୍ଡ ହୋଇଥିଲେ । ତେବେ ଏହି ପ୍ରତିଭା ସମ୍ପନ୍ନ ଛାତ୍ରଙ୍କ ପରିବାରକୁ ସନ୍ତାନ ଦେବାପାଇଁ ମଧ୍ୟ କୌଣସି ସରକାରୀ କର୍ମଚାରୀ ନ ଆସିବା ଅତ୍ୟନ୍ତ ପରିତାପର ବିଷୟ ।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

୧୫ ବାଟାଲିୟନ ବିଏସଏଫ ପକ୍ଷରୁ ଚରାରୋପଣ

ରିପୋର୍ଟ: ତ୍ରିନାଥ ଧୁରୁଆ //ଝରିଗାଁ (୧୩.୦୭.୨୦୨୦): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ୧୫ ବାଟାଲିୟନ ବିଏସଏଫ ପକ୍ଷରୁ ଝରିଗାଁ ଥାନା କ୍ୟାମ୍ପ ଓ ବିଏସଏଫ କ୍ୟାମ୍ପ ପରିସରରେ ଚାରାରୋପଣ...

ରାଷ୍ଟ୍ରପତି ଭୋଟରେ ପୋଲାଣ୍ଡର ଡୁଡା ଟ୍ରଜାସ୍କୋସ୍କିଙ୍କୁ କଲେ ପରାସ୍ତ

ପୋଲାଣ୍ଡ (୧୩/୦୭): ରବିବାରର ରାଷ୍ଟ୍ରପତି ଭୋଟରେ ପୋଲାଣ୍ଡର ବର୍ତ୍ତମାନର ରାଷ୍ଟ୍ରପତି ଆଣ୍ଡ୍ରେଜେ ଡୁଡା ଚ୍ୟାଲେଞ୍ଜର ରାଫାଲ ଟ୍ରଜାସ୍କୋସ୍କିଙ୍କୁ ସଂକୀର୍ଣ୍ଣ ଭାବେ ପରାସ୍ତ କରିଛନ୍ତି।

ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରୟ ବଙ୍ଗଳାର ଉତ୍ତର ଦିନାଜପୁରରେ ଝୁଲୁଥିବା ଦେଖିବାକୁ ମିଳିଛି : ଦଳ କହିଛି ଟିଏମସି ଦ୍ୱାରା ହତ୍ୟା

କଲିକତା (୧୩/୦୭-ଓଡିଶାନ୍ୟୁଜ୨୪ ବ୍ୟୁରୋ ): ସୋମବାର ସକାଳେ ଉତ୍ତର ଦିନାଜପୁର ଜିଲ୍ଲାର ହେମତାବାଦ ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ନାଥ ରୟଙ୍କ...

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ସୂଚନା ଦେଲେ ମନ୍ତ୍ରୀ

ରିପୋର୍ଟ: ଓଡିଶାନ୍ୟୁଜ୨୪ବ୍ୟୁରୋ //ଭୁବନେଶ୍ୱର (୧୩।୦୭): ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ହୋଇଛି । ଟାବୁଲେସନ ଆରମ୍ଭ ହୋଇଯାଇଛି । ଖୁବ୍‌ଶୀଘ୍ର ଫଳ ପ୍ରକାଶ ନେଇ ତାରିଖ ଘୋଷଣା ହେବ...

Recent Comments

%d bloggers like this: