Friday, March 29, 2024

Top 5 This Week

Related Posts

ମନ୍ତ୍ରୀ ପଦ୍ମନାଭ ଙ୍କ ଦ୍ଵାରା ୨ଟି ପ୍ରକଳ୍ପ ର ଭିତ୍ତିପ୍ରସ୍ଥର ସ୍ଥାପନ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୫/୧) : ବିନିକା ଅଧିନସ୍ଥ ଡଭଲା-ସିନ୍ଦୁରପୁର-ଆଖିଦାଦର ଗ୍ରାମ୍ୟ ଉନ୍ନୟନ ରାସ୍ତା ର ଆଧୁନିକୀକରଣ ପାଇଁ ୫ କୋଟି ୪୦ ଲକ୍ଷ ୭୨ ହଜାର ଟଙ୍କା ମଞ୍ଜୁର ହୋଇଥିବାରୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ୨ଟି ପ୍ରକଳ୍ପ ର ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି ।

ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଫଳରେ ରାସ୍ତା ନେଇ ଅଞ୍ଚଳବାସୀଙ୍କ ମହଲ ରେ ଖୁସି ର ଲହରୀ ଦେଖାଦେଇଛି । ଏହି ରାସ୍ତା ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେହିପରି ମାଁ ମାନଙ୍କ ସମ୍ମାନ ପାଇଁ ଓ ସରକାରଙ୍କ ବିଭିନ୍ନ ଯୋଜନା ରୁ ସ୍ୱାବଲମ୍ବୀ ହେବା ସକାଶେ ସମ୍ବନିତ ଶିଶୁ ବିକାଶ କାର୍ଯ୍ୟାଳୟ ପରିସରରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ମିଶନ ଶକ୍ତି ଗୃହ ର ମଧ୍ୟ ମନ୍ତ୍ରୀ ଶ୍ରୀ ବେହେରା ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିନିକା ନଗର ସଭାପତି ସୋମନାଥ ମିଶ୍ର, ବ୍ଲକ ସଭାପତି ଦ୍ୱାରିକାନାଥ ସାହୁ, ସମ୍ପାଦକ ଟଙ୍କଧର ମେଲ୍ଲି ଙ୍କ ସମେତ ସୁଧାଂଶୁ ଶେଖର ଦାଶ ଭୀମସେନ ସାହୁ, ବିନୋଦ ବିହାରୀ ନାଏକ, ମାନସ ବେହେରା, କୃଷ୍ଣ ଚନ୍ଦ୍ର ପଣ୍ଡା, ପୀତବାସ ମେହେର, ରଙ୍କମଣି ସେବକ, ହାଡିବନ୍ଧୁ ମେହେର, କେଦାର ପଣ୍ଡା, ଆଇନଜୀବୀ ଜୟନାରାୟଣ ପଧାନ ଙ୍କ ସମେତ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ ।

Popular Articles