Friday, March 29, 2024

Top 5 This Week

Related Posts

OBC ସଂରକ୍ଷଣ ସମ୍ପର୍କ ରେ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୦୫/୦୧) : ଆଜି ଢେଙ୍କାନାଳ ସହରରେ ପଛୁଆ ବର୍ଗ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ OBC ସଂରକ୍ଷଣ ସମ୍ପର୍କ ରେ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଛି ।

ରାଜ୍ୟରେ ପଛୁଆ ବର୍ଗ ଙ୍କ ଜନସଂଖ୍ୟା ୫୪% ରୁ ଉର୍ଧ୍ଵ ଯାହାକି ସଂଖ୍ୟା ରେ ୨.୫ କୋଟି ଅଟେ । ଗତ ୫ ଟି ପଞ୍ଚାୟତ ନିର୍ବାଚନ OBC ବର୍ଗ ର ପ୍ରାର୍ଥ ମାନେ ୨୭% ସଂରକ୍ଷଣ ଆଧାର ରେ ନିର୍ବାଚନ ଲଢ଼ିସାରିଛନ୍ତି । ଉଚ୍ଚ ନ୍ୟାୟାଳୟ ର ନିଷ୍ପତି ଆଳ ଦେଖାଇ ରାଜ୍ୟ ସରକାର ପଛୁଆ ବର୍ଗ କୁ ଆଗାମୀ ନିର୍ବାଚନ ରେ ବଞ୍ଚିତ କରିବାକୁ ଉଦ୍ୟମ କରୁଛନ୍ତି ।

ଜିଲ୍ଲା ପଛୁଆ ବର୍ଗ ମୋର୍ଚ୍ଚା ପ୍ରତିନିଧି ମଣ୍ଡଳ ର ସଭାପତି ପ୍ରଶାନ୍ତ କୁମାର ପ୍ରଧାନ, ଜିଲ୍ଲା ସେକ୍ରେଟାରୀ ଧ୍ରୁବ ଚରଣ ସ୍ୱାଇଁ, ଶତ୍ରୁଘନ ରାଉତ ଓ ଓଡିଶା ର କୃଷକ ମଞ୍ଚ ର ଉପସଭାପତି ରାମଚନ୍ଦ୍ର ପାତ୍ର ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ । ଏହାର କିଛି ପଦକ୍ଷେପ ନ ନେଲେ ରାଜରାସ୍ତା କୁ ଓଲ୍ହାଇବେ ବୋଲି ରାମଚନ୍ଦ୍ର ପାତ୍ର କହିଛନ୍ତି ।

Popular Articles