Advertisements
Monday, July 13, 2020
Home headline ରାଜଗାଙ୍ଗପୁର ରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ରାଜଗାଙ୍ଗପୁର ରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି (ରାଜେଶ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ଲାଇଙ୍ଗ ଠାରେ ବିଜେଡି ତରଫରୁ ଏକ ବିରାଟ ବଡ଼ ଜନ ସମ୍ପର୍କ ପଦଯାତ୍ରା ର ଆୟୋଜନ ହୋଇଥିଲା ।

ସେଠାରେ ଏକ ବଡ଼ ଧରଣର ମୋଟରସାଇକେଲ ରାଲି ହୋଇଥିଲା । ସରକାରଙ୍କର ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଂଚୁଛି କି ଜାଣିବା ପାଇଁ ପଦଯାତ୍ରା ଆୟୋଜନର ମୂଳ ଲକ୍ଷ୍ୟ ଥିଲା । ଏଠାରେ ସୁନ୍ଦରଗଡ଼ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଓ ରାଜଗାଙ୍ଗପୁରର ବିଧାୟକ ଶ୍ରୀଯୁକ୍ତ ମଙ୍ଗଳା କିସାନ, ଆଇ.ଟି ସେଲର ସଭାପତି ଡ଼ ଅମର ପଟ୍ଟନାୟକ, ରାଜ୍ୟ ସଭା ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଶାନ୍ତ ନନ୍ଦ, ବିଜେଡି ରାଜ୍ୟ ପରିଷଦର ସଦସ୍ୟ ଶ୍ରୀ ଜିତୁ ଦାସ, ରାଜଗାଙ୍ଗପୁରର ପୌର ଅଧ୍ୟକ୍ଷା ଶ୍ରୀମତୀ ସୁଶ୍ରୀତା ପାଇକରାଏ, ରାଜଗାଙ୍ଗପୁର ବିଜେଡି ଟାଉନ ସଭାପତି ଶ୍ରୀ ଅମ୍ବରେଶ ପଣ୍ଡା, ରାଜଗାଙ୍ଗପୁର ସରକାରୀ ଓକିଲ ଶ୍ରୀ ରାଜେନ୍ଦ୍ର ଲେଙ୍କା, ସୁନ୍ଦରଗଡ଼ ଜିଲ୍ଲାର ବିଶିଷ୍ଟ ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ ଅମାତ, ଉପସଭାପତି ଶ୍ରୀମତୀ କୁସୁମ ଟେଟେ, ସୁନ୍ଦରଗଡ଼ ଜିଲ୍ଲା ପରିଷଦର ସଭାପତି ଶ୍ରୀମତୀ ଏମା ଏକ୍କା, ବଣେଇର ପୂର୍ବତନ ବିଧାୟକ ଭୀମସେନ ଚୋୖଧୁରୀ ଓ ନିହାର ସୁରିନ, ମହିଳା ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଶ୍ରୀମତୀ ମିନତୀ ଦେବତା ଓ ଆହୁରି ଅନେକ କର୍ମକର୍ତ୍ତା ଯୋଗଦାନ ଦେଇଥିଲେ । ଏଠାରେ ପ୍ରାୟ ୬୦୦୦ରୁ ଉର୍ଦ୍ଧ ଲୋକ ଙ୍କ ଭିଡ଼ ଦେଖିବାକୁ ମିଳି ଥିଲା । ସରକାରଙ୍କ ସମସ୍ତ ବିକାଶମୂଳ କାର୍ଯ୍ୟ ଲୋକଙ୍କ ପାଖରେ ପହଂଚୁଛି କି ଲୋକମାନଙ୍କୁ ଅବଗତ କରାଇବା ପାଇଁ ସମସ୍ତେ ଏକଜୁଟ ହୋଇ ଥିଲେ । ପଶ୍ଚିମ ଓଡିଶା ଲୋକନୃତ୍ୟ ବହୁ ଧୁମ ଧାମରେ ଆୟୋଜନ କରାଯାଇଥିଲା ।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସମ୍ଭାବ୍ୟ COVID-19 ଟିକା – ଥାଇଲ୍ୟାଣ୍ଡ ର ନଭେମ୍ବରରେ ମାନବ ପରୀକ୍ଷା କରିବାକୁ ଯୋଜନା

ବ୍ୟାଙ୍କକକ୍ (୧୨/୦୭): ନଭେମ୍ବରରେ ନୂତନ କରୋନାଭାଇରସ୍ ପାଇଁ ଏକ ସମ୍ଭାବ୍ୟ ଟିକା ପାଇଁ ମାନବ ପରୀକ୍ଷା ଆରମ୍ଭ କରିବାକୁ ଥାଇ ଅନୁସନ୍ଧାନକାରୀମାନେ ଯୋଜନା କରିଛନ୍ତି ଏବଂ ୧୦,୦୦୦ ଡୋଜ...

ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୧୨୵ ୭): ବରଗଡ଼ ଜିଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତାକାମ ମରଣଯନ୍ତା ପାଲଟିଛି ।...

ସଟଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନରେ ମଧ୍ୟ ସାପ୍ତାହିକ ବଜାର ଗାଁ ଗହଳି ସୁନସାନ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧୧:୭:୨୦): କୋରାପୁଟ ଜିଲା ସହ ରାଜ୍ୟ ଓ ଭାରତ ଓ ଦେଶ ବିଦେଶ ଠାରେ ଦିନକୁ ଦିନ ମହାମାରୀ କରୋନା ଭୟଙ୍କର...

କଳାହାଣ୍ଡି ଜିଲ୍ଲାରେ ୪ ପଜିଟିଭ ଚିହ୍ନଟ, ଭବାନୀପାଟଣାସ୍ଥିତ ପ୍ରାଇଭେଟ ହସପିଟାଲ ସିଲ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (ତା.୧୧.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ତା.୧୧.୦୭.୨୦୨୦ ଶନିବାର ଦିନ ଚାରିଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।...

Recent Comments

%d bloggers like this: