Friday, March 29, 2024

Top 5 This Week

Related Posts

କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତି ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ରିପୋର୍ଟ : ନରତ୍ତମ ପାଢୀ
ରାୟଗଡ଼ା, ତା.(୪/୧) : କରୋନା ର ସମ୍ଭାବ୍ୟ ତୃତୀୟ ଲହରୀ ଦେଶରେ ତଥା ରାଜ୍ୟରେ ପ୍ରଭାବ ବିସ୍ତାର କୁ ଦେଖି ରାୟଗଡ଼ା ଜିଲ୍ଲାପାଳ ତତ୍ପରତା ପ୍ରକାଶ କରିଛନ୍ତି l କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତି ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି lWhatsApp Image 2022 01 05 at 9.37.46 AM କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତି ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

କୋଭିଡ ମୁକାବିଲା ପାଇଁ ଗତକାଲି ତା ୩/୧/୨୨ ରିଖରେ ଏକ ଜରୁରୀ ଭରଚୁଆଲ ବୈଠକ ଡାକିଥିଲେ l ଏଥିରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଉପଜିଲ୍ଲାପାଳ ଗୁଣପୁର ଶ୍ରୀ ସନାଲ ଜେନା, ଉପଜିଲ୍ଲାପାଳ ରାୟଗଡ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ର ତହସିଲଦାର ଓ ଥାନା ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି l

ଏହି ବୈଠକରେ ବିଶେଷ କରି ଦେଶରେ ଦେଖାଦେଇଥିବା ଓମିକ୍ରନ ଯୋଗୁଁ ସମ୍ଭାବ୍ୟ ତୃତୀୟ ଲହର କୁ ମୁକବିଲା କରିବା ନିମନ୍ତେ କୋଭିଡ ନିୟମ କୁ ଯାଞ୍ଚ କରିବା ଯଥା ସାମାଜିକ ଦୁରତା, ମାସ୍କ ବ୍ୟବହାର, ସାନିଟାଇଜେର ବ୍ୟବହାର ଆଦି କୁ ଯାଞ୍ଚ କରିବାକୁ ତହସିଲଦାର ଓ ଥାନା ଅଧିକାରୀ ମାନଙ୍କୁ କୁହାଯାଇଛି l

ଏହି ସମୟରେ ପିକିନିକ ସ୍ଥାନରେ ଉଭୟ ତହସିଲଦାର ଓ ଥାନା ଅଧିକାରୀ ମିଳିତ ଭାବରେ ଚଢ଼ାଉ କରିବେ l ଭିଡ଼ ଜମୁଥିବା ଦୋକାନରେ ଚଢ଼ାଉ କରିବେ l ଜନସଚେତନତା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ଜନ ସଚେତନତା କରିବାକୁ ବିଡ଼ିଓ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l

Popular Articles