Advertisements
Saturday, July 4, 2020
Home headline ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ କାଶୀପୁରରେ ଆକ୍ରମଣ

ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ କାଶୀପୁରରେ ଆକ୍ରମଣ

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୂଲ୍ୟ ନିଶଙ୍କ): ଉତ୍କଳ ଭାରତ ସଭାପତି ଖାରବେଳ ସ୍ବାଇଁଙ୍କ ଉପରକୁ ଗତକାଲି ରାୟଗଡା ଜ଼ିଲ୍ଲା କାଶୀପୁର ଠାରେ ଆକ୍ରମଣ ହୋଇଥିବା ଜଣାପଡିଛି |

କିଛି ଯୁବକ ସଭାସ୍ଥଳକୁ ଯାଇ ଖାରବେଳ ଙ୍କ ଉପରେ ଆକ୍ରମଣ କରିଥିଲେ | ଶ୍ରୀ ସ୍ବାଇଁ ଅଭିଯୋଗ କରିଛନ୍ତି ଯେ ସଭା ଚାଲିଥିବା ସମୟରେ ଯୁବକ ମାନେ ଏହିଠାକୁ କାହିଁକି ଆସିଛ ଓ ସଭା କରୁଛ କହି ଆକ୍ରଣ କରିଥିଲେ | ଶ୍ରୀ ସ୍ବାଇଁ ଦୁଇ ଦିନିଆ ରାୟଗଡା ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭାରେ ଯୋଗ ଦେଇଥିଲେ | ଗୁଣୁପୁର ରାମନାଗୁଡ଼ା ଟିକିରି ଓ ରାୟଗଡା ଠାରେ ପଥପ୍ରାନ୍ତରେ ଯୋଗ ଦେଇ କାଶୀପୁର ଠାରେ ସଭାରେ ଭାଷଣ ଦେଉଥିବା ସମୟରେ କିଛି ଯୁବକ ଅଚାନକ ଆସି ତାଙ୍କୁ ଗଲି ଗୁଲଜ କରିବା ସହ ଆକ୍ରମଣ କରିବା କଥା ଗଣମାଧ୍ୟମକୁ ରାୟଗଡା ଠାରେ ଜଣାଇଛନ୍ତି | ଏହି ବିଷୟ ନେଇ ଜ଼ିଲ୍ଲା ଉପ ଆରକ୍ଷୀ ଅଧିକ୍ଷକ ପତିତପାବନ ଚୌଧୁରୀ କହିଛନ୍ତି ଯେ ଆକ୍ରମଣକାରି ଯୁବକ ସୁମନ୍ତ ନାୟକକୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି | ସ୍ୱାଇଁ କହିଛନ୍ତି ଯେ ପୋଲିସ ଆମକୁ ସବୁ ଜାଗାରେ ପ୍ରୋଟେକ୍ସନ ଦେଇଥିଲେ କିନ୍ତୁ ଆଜି କାଶୀପୁରରେ ପ୍ରୋଟେକ୍ସନ ନ ଥିବାରୁ ଆମ ଉପରେ ଆକ୍ରମଣ ହୋଇଛି | ଏହାହଉଛି ମୋ ଉପରେ ଦୁତୀୟ ଥର ଆକ୍ରମଣ ପ୍ରଥମେ କେନ୍ଦ୍ରାପଡା ଓ ବର୍ତମାନ ରାୟଗଡା କାଶୀପୁରରେ | ଏହା ଏକ ରାଜନୈତିକ ଚାଲ ବୋଲି କହିଛନ୍ତି |

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିସି ରାସ୍ତା ଉଦଘାଟନ କଲେ ସାଂସଦ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକାକଲ୍ୟାଣସିଂହପୁର ( ତା ୩/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ର ୩ ଗୋଟି ପଞ୍ଚାୟତ ନାରାୟଣ ପୁର ,ସିଙ୍ଗାରି ଓ...

ଆସଲାମ ଖାନ, ସୋସିଆଲ ମେଡିଆ ସମ୍ପାଦକ ଭାବେ ମନୋନୀତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୪/୦୭): ଭାରତୀୟ ଜାତୀୟ କଂଗ୍ରେସ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସୁପାରିସରେ ଅଭିଷେଖ ମହାନନ୍ଦ ଚେୟାରମ୍ୟାନ(ସୋସିଆଲ ମେଡିଆ ତଥା ଡିଜିଟାଲ...

ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା

ରିପୋର୍ଟ: ତ୍ରିନାଥ ଧୂରୁଆ //ଝରୀଗାଁ(୦୪/୦୭) : ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା କଲା ବାପା, ହତ୍ୟାପରେ...

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (୩:୭:୨୦୨୦): ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଆଜି ପ୍ରତିବାଦ...

Recent Comments

%d bloggers like this: