ରିପୋର୍ଟ : ଦେବଦତ୍ତ ପଣ୍ଡା //
କଳାହାଣ୍ଡି, (୦୪/୦୧) : ସର୍ବ ଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରିକ୍ଷା ପାଇଁ ଦେୟ ମୁକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାନ୍ୟବର ଶକ୍ତି, ଶିଳ୍ପ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ପୃଷ୍ଠପୋଷକତାରେ ଗତ ଡିସେମ୍ବର ୧୬ ତାରିଖରେ ଆରମ୍ଭ ହୋଇଥିଲା ।
ଦିର୍ଘ ୨୦ ଦିନ ଧରି ଭବାନୀପାଟଣା ଏକ୍ସଟେନସନ ଟ୍ରେନିଂ ସେଣ୍ଟରରେ ଚାଲିଥିବା ଏହି ସୈନିକ ସ୍କୁଲ ପ୍ରବେଶିକା ପରିକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ଆଜି ଉଦଯାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଉତ୍ସାହିତ କରିବା ସହ ସମସ୍ତ ଶିକ୍ଷକଙ୍କୁ ତାଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ସମସ୍ତ ଛାତ୍ର ନିଜ ନିଜର ଅନୁଭୂତି ପରିପ୍ରକାଶ କରି ମନ୍ତ୍ରୀ ଏବଂ ଜିଲ୍ଲା ପ୍ରଶାସନ କୁ ପ୍ରଶିକ୍ଷଣ ପାଇଁ ସମସ୍ତ ସହଯୋଗ କରିଥିବାରୁ କୃତଜ୍ଞତା ଜଣାଇଥିଲେ ।
୨୦ ଦିନ ଧରି ପ୍ରଶିକ୍ଷଣ ପ୍ରଦାନ କରୁଥିବା ଶିକ୍ଷକ ରବି କାନୁନଗୋ, ରବିନ୍ଦ୍ର ପଟ୍ଟନାୟକ, ନାରାୟଣ ସାହୁ, ସୁଶାନ୍ତ ପଣ୍ଡା, ସତ୍ୟ ନାୟକ, କାଳୀପ୍ରସାଦ ରଥ, କୁମୁଦିନି ମିଶ୍ର, ସୁରେନ୍ଦ୍ର ପଟ୍ଟନାୟକ ପ୍ରମୁଖଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ଶିକ୍ଷାବିତ ଡଃ ଅଜୟ ମିଶ୍ର, ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ, କଳାହାଣ୍ଡି ଯୁବ ଓ ଛାତ୍ର ପରିଷଦ ସଭାପତି ଅବିନାଶ ଠାକୁର, ନାଟ୍ୟ ଅଭିନେତା ଅବଦୁଲ କାଦୀର, ରାଜୀବ ଲୋଚନ ଶତପଥୀ, ଯୁବନେତା ମଣ୍ଟୁ ନାଏକ, ଚକ୍ର ସେଠୀ, ସିତାରାମ ନାୟକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।