Thursday, March 28, 2024

Top 5 This Week

Related Posts

ସୈନିକ ସ୍କୁଲ ପ୍ରବେଶିକା ପରିକ୍ଷା ପାଇଁ ଦେୟ ମୁକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ରିପୋର୍ଟ : ଦେବଦତ୍ତ ପଣ୍ଡା //
କଳାହାଣ୍ଡି, (୦୪/୦୧) : ସର୍ବ ଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରିକ୍ଷା ପାଇଁ ଦେୟ ମୁକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାନ୍ୟବର ଶକ୍ତି, ଶିଳ୍ପ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ପୃଷ୍ଠପୋଷକତାରେ ଗତ ଡିସେମ୍ବର ୧୬ ତାରିଖରେ ଆରମ୍ଭ ହୋଇଥିଲା ।5f98ea1d cec7 4173 8a25 f548cdc3605c ସୈନିକ ସ୍କୁଲ ପ୍ରବେଶିକା ପରିକ୍ଷା ପାଇଁ ଦେୟ ମୁକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଦିର୍ଘ ୨୦ ଦିନ ଧରି ଭବାନୀପାଟଣା ଏକ୍ସଟେନସନ ଟ୍ରେନିଂ ସେଣ୍ଟରରେ ଚାଲିଥିବା ଏହି ସୈନିକ ସ୍କୁଲ ପ୍ରବେଶିକା ପରିକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ଆଜି ଉଦଯାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଉତ୍ସାହିତ କରିବା ସହ ସମସ୍ତ ଶିକ୍ଷକଙ୍କୁ ତାଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ସମସ୍ତ ଛାତ୍ର ନିଜ ନିଜର ଅନୁଭୂତି ପରିପ୍ରକାଶ କରି ମନ୍ତ୍ରୀ ଏବଂ ଜିଲ୍ଲା ପ୍ରଶାସନ କୁ ପ୍ରଶିକ୍ଷଣ ପାଇଁ ସମସ୍ତ ସହଯୋଗ କରିଥିବାରୁ କୃତଜ୍ଞତା ଜଣାଇଥିଲେ ।

୨୦ ଦିନ ଧରି ପ୍ରଶିକ୍ଷଣ ପ୍ରଦାନ କରୁଥିବା ଶିକ୍ଷକ ରବି କାନୁନଗୋ, ରବିନ୍ଦ୍ର ପଟ୍ଟନାୟକ, ନାରାୟଣ ସାହୁ, ସୁଶାନ୍ତ ପଣ୍ଡା, ସତ୍ୟ ନାୟକ, କାଳୀପ୍ରସାଦ ରଥ, କୁମୁଦିନି ମିଶ୍ର, ସୁରେନ୍ଦ୍ର ପଟ୍ଟନାୟକ ପ୍ରମୁଖଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ଶିକ୍ଷାବିତ ଡଃ ଅଜୟ ମିଶ୍ର, ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ, କଳାହାଣ୍ଡି ଯୁବ ଓ ଛାତ୍ର ପରିଷଦ ସଭାପତି ଅବିନାଶ ଠାକୁର, ନାଟ୍ୟ ଅଭିନେତା ଅବଦୁଲ କାଦୀର, ରାଜୀବ ଲୋଚନ ଶତପଥୀ, ଯୁବନେତା ମଣ୍ଟୁ ନାଏକ, ଚକ୍ର ସେଠୀ, ସିତାରାମ ନାୟକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles