Friday, March 29, 2024

Top 5 This Week

Related Posts

କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତି ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ, ତା.(୪/୦୧) : କରୋନାର ସମ୍ବାବ୍ୟ ତୃତୀୟ ଲହରୀ ଦେଶରେ ତଥା ରାଜ୍ୟରେ ପ୍ରଭାବ ବିସ୍ତାରକୁ ଦେଖି ରାୟଗଡ ଜିଲ୍ଲାପାଳ ତପ୍ତରତା ପ୍ରକାଶ କରିଛନ୍ତି l କୋଭିଡ ମୁକାବିଲା ନିମନ୍ତେ ଗତକାଲି ତା ୩/୧/୨୨ ରିଖରେ ଏକ ଜରୁରୀ ଭର୍ଛୁଆଲ ବୈଠକ ଡାକିଥିଲେ leca2b337 a27c 4ea2 b959 516c03b67808 କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତି ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ଏଥିରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଉପଜିଲ୍ଲାପାଳ ଗୁଣପୁର ଶ୍ରୀ ସନାଲ ଜେନା, ଉପଜିଲ୍ଲାପାଳ ରାୟଗଡ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ର ତହସିଲଦାର ଓ ଥାନା ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି l ଏହି କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକରେ ବିଶେଷ କରି ଦେଶରେ ଦେଖାଦେଇଥିବା ଓମିକ୍ରନ ଯୋଗୁଁ ସମ୍ବାବ୍ୟ ତୃତୀୟ ଲହରକୁ ମୁକାବିଲା କରିବା ନିମନ୍ତେ ନିୟମକୁ ଯାଞ୍ଚ କରିବା ଯଥା ସାମାଜିକ ଦୁରତା, ମାସ୍କ ବ୍ୟବହାର, ସାନିଟାଇଜେର ବ୍ୟବହାର ଆଦିକୁ ଯାଞ୍ଚ କରିବାକୁ ତହସିଲଦାର ଓ ଥାନା ଅଧିକାରୀ ମାନଙ୍କୁ କୁହାଯାଇଛି ଏହି ସମୟରେ ପିକିନିକ ସ୍ଥାନରେ ଉଭୟ ତହସିଲଦାର ଓ ଥାନା ଅଧିକାରୀ ମିଳିତ ଭାବରେ ଚଢ଼ାଉ କରିବେ l ଭିଡ଼ ଜମୁଥିବା ଦୋକାନରେ ଚଢ଼ାଉ କରିବେ l ଜନସଚେତନତା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ଜନ ସଚେତନତା କରିବାକୁ ବିଡ଼ିଓ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles