Advertisements
Saturday, July 4, 2020
Home headline ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ଅନଶନରେ ବସିଲା ବରୀ ଯୁବ କଂଗ୍ରେସ

ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ଅନଶନରେ ବସିଲା ବରୀ ଯୁବ କଂଗ୍ରେସ

ଯାଜପୁର(ସତ୍ୟଜିତ ବାରିକ) : ଯାଜପୁର ଜିଲ୍ଲା ବରୀ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା କୃଷ୍ଣନଗର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦୀର୍ଘ ୧୮ ବର୍ଷ ହେଲା ସ୍ଥାୟୀ ଡାକ୍ତର ନାହାନ୍ତି । ଏ ନେଇ ବହୁବାର ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ।

୨୨ନଂ ଜିଲ୍ଲା ପରିଷଦ ଜୋନ ଅଧିନ ୭ ଗୋଟି ପଞ୍ଚାୟତ ରେ ପ୍ରାୟ ୩୩ ହଜାର ଲୋକ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରାନ୍ତି। ଦୀର୍ଘ ବର୍ଷ ହେବ ଏଠାରେ ଡାକ୍ତର ନଥିବା ରୁ ଅଞ୍ଚଳ ବସି ନାହିଁ ନଥିବା ହଇରାଣ ହେଉଥିବା ଗ୍ରାମ ବାସୀ କହିଛନ୍ତି।କିଛି ଦିନ ପୂର୍ଵ ରୁ ଯୁବ କଂଗ୍ରେସ ର ଏକ ପ୍ରତିନିଧି ଦଳ ଜିଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ଭେଟି ଦାବି ପତ୍ର ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ବାଧ୍ୟ ହୋଇ ଆଜି ପୂର୍ବତନ ଯୁବ କଂଗ୍ରେସ ସଭାପତି ଇଂ ଅମ୍ରେଶ ପରିଡା ଙ୍କ ନେତୃତ୍ୱରେ ଆଜି ଆମରଣ ଅନଶନ ରେ ବସିଛି ଯୁବ କଂଗ୍ରେସ । ଏହାକୁ ମଧ୍ୟ ଗ୍ରାମ ବାସୀ ସମର୍ଥନ କରିଥିବା ଦେଖିବାକୁ ମିଳିଛି। ଦୀର୍ଘ ୧୦ ଘଣ୍ଟା ଅନଶନ ରେ ବସିବ ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏଡିଏମ ଅନୁପ ଶର୍ମା, ଡ ଜୟନ୍ତ କୁମାର ଉପାଧ୍ୟାୟ ଓ ବରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ ହିମାଂଶୁ ଶେଖର ନାଥଶର୍ମା ପଂହଁଚି ଦୀର୍ଘ ସମୟ ବୁଝାସୁଝା କରିଥିଲେ। ଏଠାରେ ତୁରନ୍ତ ଡାକ୍ତର ନିଯୁକ୍ତି ନହେବା ଯାଏ ଅନଶନ ଚାଲୁ ରହିବ ବୋଲି କହିଥିଲେ ।୧୫ ଦିନ ମଧ୍ୟରେ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଫାର୍ମାସିଷ୍ଟ ନିଯୁକ୍ତି ହବ ଓ ଏକ ମାସ ମଧ୍ୟରେ ସ୍ଥାୟୀ ଡାକ୍ତର ନିଯୁକ୍ତି କରାଯିବ ସହ ଆସନ୍ତା ବୁଧବାର ଠାରୁ ରତ୍ନଗିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ସପ୍ତାହ କୁ ୩ ଦିନ ଏଠାରେ ଚିକିତ୍ସା କରିବେ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏଡିଏମ ଅନୁପ ଶର୍ମା ଲିଖିତ ପପ୍ରତିଶୃତି ଦେବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା ।ଅନ୍ୟ ମାନଙ୍କ ମଧ୍ୟରେ ସୌମ୍ୟରଂଜନ ଦାସ ,ସମୀର ଦାସ, ଅଂଶୁମାନ ଦାସ,କଳିଙ୍ଗ ରାଉତ,ଦୈତାରି ମଲ୍ଲିକ,ଅକ୍ଷୟ ଦାସ,ପ୍ରମୁଖ ସହ ବହୁ କଂଗ୍ରେସ କର୍ମୀ ଗ୍ରାମ ବାସୀ ଯୋଗଦେଇ ଥିଲେ |

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କଂଗ୍ରେସର ଚେତାବନୀ ତୈଳଦର ହ୍ରାସ ନ ହେଲେ ଆନ୍ଦୋଳନ ହେବ

ରିପୋର୍ଟ : ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୩/୦୭): ସାରା ବିଶ୍ୱ ଏବେ ମହାମାରୀ କରୋନା କବଳରେ କବଳିତ ହୋଇପଡିଛି । ଜୀବନ ସଂଗ୍ରାମରେ ସମସ୍ତେ କାଳାତିପାତ କରୁଥିବାବେଳେ ଅନେକ...

ରାୟଗଡ ଜିଲ୍ଲାପାଳ ଗୁଣପୁର ଗସ୍ତ ଓ କୋଭିଡ଼ି ସ୍ଥିତିକୁ ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା/ଗୁଣପୁର (ତା.୩/୭): ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଗୁଣପୁର ଗସ୍ତ ସମୟରେ ରାମନଗୁଡାସ୍ଥିତ ଅସ୍ଥାୟୀ ସଙ୍ଗ ରୋଧ କେନ୍ଦ୍ର ପରିଦର୍ଶନ...

କରୋନା କୁ ନେଇ ଆଇ ଇ ସି ସୁବ୍ରତ ବାଗଚିଙ୍କ ସୂଚନା

ଭୁବନେଶ୍ୱର (୦୩/୦୭): ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ଶୁକ୍ରବାର କରୋନା ସମ୍ପର୍କିତ କିଛି ତଥ୍ୟ ଦେଇଛନ୍ତି । ତାଙ୍କ କହିବା ମୁତାବକ, ରାଜ୍ୟରେ କରୋନା ମୁକାବିଲା ପାଇଁ ଆମକୁ...

କୋଦଳା ପୋଲିସ ଦ୍ୱାରା ବିଭିନ୍ନ ରାସ୍ତା ସିଲ୍

ରିପୋର୍ଟ: ରାକେଶ କୁମାର ମହାରଣା //କୋଦଳା(୦୩/୦୭): କରୋନା ମହାମାରୀ ପାଇଁ ସାରାରାଜ୍ୟ ଲକ ଡାଉନ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି |...

Recent Comments

%d bloggers like this: