ଭିନ୍ନକ୍ଷମ ଅଧିକାର ଓ ଅଧିନିୟମ-୨୦୧୬ ଓ ସଚେତନ ଶିବିର ଅନୁଷ୍ଠିତ

0
197
ଭିନ୍ନକ୍ଷମ ଅଧିକାର ଓ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ, ତା.(୪/୦୧) : ଭିନ୍ନକ୍ଷମ ଅଧିକାର ଓ ଅଧିନିୟମ -୨୦୧୬ ଉପରେ ଆଜି ସଚେତନତା ଶିବିର ସ୍ଥାନୀୟ ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l

ଜିଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟ ଭିନ୍ନକ୍ଷମ କମିଶନର ଶ୍ରୀମତୀ ଶୂଳଚନା ଦାସ ଯୋଗଦେଇ ଭିନ୍ନକ୍ଷମ ମାନଙ୍କ ଅଧିକାର ଓ ଅଧିନିୟମ ଉପରେ ବିସ୍ତୃତ ଭାବରେ ଉପସ୍ଥାପନ କରି କହିଲେ ଯେ, ରାୟଗଡ ଏକ ଦୁର୍ଗମ ଅଞ୍ଚଳ ଯେଉଁଠି କି ଭିନ୍ନକ୍ଷମ ବ୍ୟକ୍ତି ପ୍ରଶାସନ ପାଖରେ ସହଜରେ ଦାବି ଉପସ୍ଥାପନ କରିବା ସହଜ ହେବ ନାହିଁ। ତେଣୁକରି ସେମାନଙ୍କୁ ସେବା ଯୋଗାଇବା ନିମନ୍ତେ ସମସ୍ତେ ସମ୍ବେଦନଶୀଳ ହେବାକୁ ଉପସ୍ଥିତ ଅଧିକାରୀ ମାନଙ୍କୁ ଆନୁରୋଧ କରିଥିଲେ l35473653 0288 41cd b31b d45a3c3e5456 ଭିନ୍ନକ୍ଷମ ଅଧିକାର ଓ ଅଧିନିୟମ-୨୦୧୬ ଓ ସଚେତନ ଶିବିର ଅନୁଷ୍ଠିତ

ରାୟଗଡ ଜିଲ୍ଲାରେ ଭିନ୍ନକ୍ଷମ ମlନଙ୍କ ପକ୍ଷରୁ ସେହିଭଳି କୌଣସି ଅଭିଯୋଗମାନ ଆସୁ ନାହି ହୁଏତ ଅଧିକାର ଉପରେ ସଚେତନତା ନୁହନ୍ତି କିମ୍ବା ସେବା ଠିକ ଭାବରେ ଦିଆଯାଇଛି l ଭିନ୍ନକ୍ଷମ ମାନଙ୍କ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି ଏବଂ ସେମାନଙ୍କ ପାଇବାର ଅଧିକାର ଅଛି ଆମେ ଖାଲି ସେମାନଙ୍କୁ ସେଵା ଯୋଗାଇବା ଦରକାର ବୋଲି ଶ୍ରୀମତୀ ଦାସ କହିଥିଲେ l ସେମାନେ ସେଵା ମାଗିବାକୁ ଆସିଲେ ତାଙ୍କୁ ଦୟାକରି ଖରାପ ବ୍ୟବହାର କରନ୍ତୁ ନାହି । ସେମାନେ ସବୁ ପ୍ରକାର ସୁବିଧା ପାଇବା ପାଇଁ ହକଦlର ଅଟନ୍ତି ବୋଲି କହିଛନ୍ତି l

ଜିଲ୍ଲାପାଳ ଶ୍ରୀ ମିଶ୍ର ପାୱାର ପଏଣ୍ଟ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଯୋଜନାର ଅଗ୍ରଗତି ଵିଶେଷ କରି ମଧୁବାବୁ ପେନସନ , ଜାତୀୟ ପରିବାର କଲ୍ୟାଣ ଯୋଜନା, ୟୁଡ଼ିଡ଼ି, ବନଶ୍ରୀ,ଭିନ୍ନକ୍ଷମ ବୃତ୍ତି, ଜାତୀୟ ଭିନ୍ନକ୍ଷମ ବୃତ୍ତି, ଶିକ୍ଷଣିୟ ଉପକରଣ ବଣ୍ଟନ, ଭିନ୍ନକ୍ଷମ ସ୍ୱୟଂ ସହାୟକ ଗୋଷ୍ଠି ଗଠନ ଓ ଆର୍ଥିକ ସହାୟତା, ବିବାହ ସହାୟତା, ମାଗଣାରେ ଲାପଟପ ବଣ୍ଟନ, ସ୍ବୀକୃତି, ସହାୟ, ଅଭିଭାବକ, ଭୀମଭୋଇ ସାମର୍ଥ୍ୟ ଶିବିର ଆଦି ଯୋଜନାରେ ଲକ୍ଷ୍ୟ ହାସଲ ଉପରେ ଉପସ୍ଥାପନ କରିଥିଲେ l ସେହିପରି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ରାଜୁ ଏହି ଆଲୋଚନାରେ ନିଜର ବକ୍ତବ୍ୟରେ ସାମ୍ଭାବ୍ୟ କୋରଣlର ତୃତୀୟ ଲହର ସଂକ୍ରମଣ ଓ ଏହାର ମୁକାବିଲା ପାଇଁ ସମସ୍ତେ ସଚେତନ ହେବା ଓ କୋଭିଡ ନିୟମ ପାଳନ ପାଇଁ ଅନୁରୋଧ କରିଥିଲେ l

ଏହିପରି ଭିନ୍ନକ୍ଷମ ମହାସଂଘର ଯୁଗ୍ମ ସମ୍ପାଦକ କହିଲେ ଯେ, ପଂଚାୟତ ସ୍ଥରରେ ଜନପ୍ରତିନିଧି ମାନଙ୍କୁ ସଚେତନତା କରlଯାଉ, ବ୍ୟାଙ୍କ ମାଧ୍ୟମରେ ଆର୍ଥିକ ସହାୟତା ଠିକ ଭାବରେ ପ୍ରଦାନ କରିବା ଓ ଯାତ୍ରୀବlହି ବସରେ ଯାତ୍ରା ସୁଵିଧା ଯୋଗାଇଦେବାକୁ ଅନୁରୋଧ କରିଥିଲେ l ଏହା ଉପରେ ଗୁରୁତ୍ବର ସହ ଆଲୋଚନା କରି ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ବୈଠକରେ ମାନ୍ୟବର କମିଶନର ଶ୍ରୀମତି ଦାସ କହିଥିଲେ l

ଏହି ସଚେତନତା ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା, ପିଡ଼ି ଡିଆରଡିଏ ଶ୍ରୀ ରବି ନାରାୟଣ ତ୍ରିପାଠୀ, ଉପଜିଲ୍ଲାପାଳ ରାୟଗଡ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ,ଜିଲ୍ଲା ସାମାଜିକ ସୁରକ୍ଷାଧିକାରୀ ଶ୍ରୀମତୀ ଭିକ୍ତରିଆ କୁଲୁ, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲାସ୍ଥରିୟ ବିଭିନ୍ନ ବିଭାଗର ଅଧିକାରୀମାନେ, ଉପଖଣ୍ଡ ସାମାଜିକ ସୁରକ୍ଷାଧିକାରୀ ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଭିନ୍ନକ୍ଷମ ମହାସଂଘର ସଭାପତି, ସମ୍ପାଦକ, ଯୁଗ୍ମ ସଂପାଦକ ଯୋଗଦେଇଥିଲେ l