କନ୍ଧ ସମାଜ ପଞ୍ଚରା ର ତ୍ରିସ୍ତରୀୟ ନିର୍ବାଚନ ରେ ଆସନ ସଂରକ୍ଷଣ ପାଇଁ ଦାବୀ ପତ୍ର ପ୍ରଦାନ

0
128
କନ୍ଧ ସମାଜ ପଞ୍ଚରା

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୩/୧) : କନ୍ଧ ସମାଜ ପଞ୍ଚରା ର ତ୍ରିସ୍ତରୀୟ ନିର୍ବାଚନ ରେ ଆସନ ସଂରକ୍ଷଣ ପାଇଁ ଦାବୀ ପତ୍ର ପ୍ରଦାନ କରାଯାଇଛି ।

ଆଗକୁ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ରାଜ୍ୟ ସରକାରଙ୍କ ଦ୍ୱାରା ଦ୍ୱିତୀୟ ଦଫାରେ ବୌଦ୍ଧ ଜିଲ୍ଲା ପାଇଁ ଜାରୀ କରାଯାଇଥିବା ସରପଞ୍ଚ ପଦବୀ ଗୁଡ଼ିକ ମଧ୍ୟରୁ କୌଣସି ପଞ୍ଚାୟତ ରେ ଅନୁସୂଚିତ ଜନଜାତି ଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ରହି ନ ଥିବା ଜଣା ପଡିବା ପରେ, କନ୍ଧ ସମାଜ ପଞ୍ଚରା ସମ୍ପ୍ରଦାୟ ର ଲୋକେ ଧିରେ ଧିରେ ମେଳି ହୋଇ ସଭା ସମିତି ଆଦି କରି ଆଗାମୀ ଦିନରେ ସରକାର ନେଇଥିବା ନିଷ୍ପତ୍ତି ର ପୁନର୍ବିଚାର କରିବା ଲାଗି ଦାବୀପତ୍ର ପ୍ରଦାନ କରୁଥିବା ଜଣାଯାଏ ।

ଏହି କ୍ରମରେ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳରେ ଥିବା କନ୍ଧ ସମାଜ, ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲାପାଳ ଙ୍କ ଉଦ୍ଧେଶ୍ୟ ରେ ବୌଦ୍ଧ ବ୍ଲକ ବି ଡି ଓ ଅନୁପସ୍ଥିତରେ ଏ ବି ଡି ଓ ଙ୍କ ଜରିଆରେ ତାଙ୍କ ଦାବୀ ପତ୍ର ପ୍ରଦାନ କରି ଥିବା ଜଣାପଡିଛି । ଏତଦ ବ୍ୟତୀତ ଓଡିଶା ସରକାରଙ୍କ ୧୯୬୪ ପଞ୍ଚାୟତିରାଜ ଅଧିନିୟମ ର ଏହା ବିରୋଦ୍ଧାଚରଣ କରୁ ଥିବା କଥା ମଧ୍ୟ ତାଙ୍କ ଦାବୀ ରେ ଉପସ୍ଥାପନା କରିଥିବା ଉଲ୍ଲେଖ ରହିଛି ।

ଏହାଦ୍ୱାରା ଆଦିବାସୀ ଜନ ଜାତି ସମୂହର ବୃହତ୍ତର ସ୍ୱାର୍ଥ ତଥା ଉନ୍ନତିରେ ବ୍ୟାଘାତ ସୃଷ୍ଟି କରୁଥିବା କଥା ଏହି ଦାବୀ ପତ୍ରରେ ସ୍ଥାନିତ ହୋଇଥିବା ଜଣାପଡିଛି । ସମାଜ କଲ୍ୟାଣ ସମିତି ର ସଭାପତି, ଉପ ସଭାପତି, ସା ସମ୍ପାଦକ ଏବଂ ସହ ସମ୍ପାଦକ ଯଥା ଗୋପାଳ ମଲ୍ଲିକ, ଚନ୍ଦ୍ରମଣି ଝାଙ୍କର, ବୀରମିତ୍ର ମଲ୍ଲିକ ଓ ବ୍ରଜକିଶୋର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଦାବୀ ପ୍ରଦାନ କରି ଥିବା ଦେଖିବାକୁ ମିଳିଛି ।