Advertisements
Saturday, July 4, 2020
Home Death Case ସୁବର୍ଣ୍ଣପୁର ଜିଲ୍ଲା ରେ ପ୍ରଥା ଘଟଣା - ବଳରଙ୍ଗl ଗ୍ରାମରେ ଯୁବ ଚାଷୀଙ୍କ ଆତ୍ମହତ୍ୟା

ସୁବର୍ଣ୍ଣପୁର ଜିଲ୍ଲା ରେ ପ୍ରଥା ଘଟଣା – ବଳରଙ୍ଗl ଗ୍ରାମରେ ଯୁବ ଚାଷୀଙ୍କ ଆତ୍ମହତ୍ୟା

ବିନିକା (ଧ୍ରୁବରାଜ ମିଶ୍ର): ବିନିକା ବ୍ଲକ ସିନ୍ଦୁରପୁର ପଞ୍ଚଯାତ ବଳରଙ୍ଗ ଗ୍ରାମର ଜୈନିକ ଏକ ଯୁବ ଚାଷୀ କୀଟନାଶକ ଔଷଧ ଖାଇଦେଇଥିଲେ | ଫଳରେ ପରିବାର ଲୋକେ ତାଙ୍କୁ ପ୍ରଥମେ ବିନିକା ଡାକ୍ତରଖାନା ପରେ ଅବସ୍ଥା ଗୁରୁତର ହେବାରୁ ତକକୁ ବୁର୍ଲା ଡାକ୍ତରଖାନଙ୍କୁ ଚିକିତ୍ସା ପାଇଁ ପଠାଯାଇଥିଲା | ସେଠାରେ ଗତ ୬ଦିନ ଧରି ଚିକିତ୍ସାଧୀନ ଥିବା ବେଳେ ଗତକାଲି ତାଙ୍କ ମୃତ୍ୟୁ ହୋଇଛି |

ଘଟଣାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ପରମେଶ୍ୱର ସେଠ୍ଙ୍କ ଏକମାତ୍ର ପୁତ୍ର ରାମଚନ୍ଦ୍ର ସେଠ(୨୬) ନିଜର ୧ ଏକର ଜମି ଓ ୩ଏକର ଜମି ଭାଗ ଚାଷ ଭାବରେ ସମୁଦାୟ ୪ଏକର ଜମି ଧାନ ଚାଷ କରିଥିଲେ | କିନ୍ତୁ ରୋଗପୋକ ପ୍ରାଦୁର୍ଭାବ ଯୋଗୁଁ ଚାଷରେ ଖର୍ଚ୍ଚ ହୋଇଥିବା ଟଙ୍କାଅନୁଯାୟୀ ଅମ୍ଳ ପରିମାଣ ବହୁତ କମିଯାଇଥିବା ଜଣାପଡିଛି | ଏପରିକି ଭଲ ଅମ୍ଳ ପାଇଁ ଆସ ରଖିଥିବା ଯୁବାବହସି ରାମଚନ୍ଦ୍ର ନିକଟସ୍ଥ ସିନ୍ଦୁରପୁର ସେବା ସମବାୟ ସମିତିରୁ ୩୦ହଜାର ଟଙ୍କାରୁ ଉର୍ଦ୍ଧ ଏବଂ ବିଭିନ୍ନ ସାହୁକାରଙ୍କ ଠାରୁ ଲକ୍ଷାଧିକ ଟଙ୍କା ଋଣ ଆଣି ଚାଷ କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି | ଫଳରେ ଚଳିତ ଖରିଫ ଚାଷରେ ଭଲ ଅମ୍ଳ ଆସ ମଉଳି ଯାଇଥିବାରୁ ଯୁବ ଚାଷୀ ରାମଚନ୍ଦ୍ର ମାନସିକ ଭାରସାମ୍ୟ ହରାଇ ଗତ ୧୬ତାରିଖ ରାତିରେ କୀଟନାଶକ ଔଷଧ ପିଇଦେଇଥିଲେ | କିଛି ସମୟ ପରେ ବାନ୍ତି ହେବାରୁ ତାଙ୍କୁ ପ୍ରଥମେ ବିନିକା ଡାକ୍ତରଖାନା ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା | କିନ୍ତୁ ସେଠାରେ ଚିକିତ୍ସାଧୀନ ଥିବା ସମୟରେ ଗତ ଗୁରୁବାର ତାଙ୍କର ମୃତ୍ୟୁ ହୋଇଯାଇଛି | ଫଳରେ ଏ ଅଂଚଳରେ ଶୋକର ଛାୟା ଖେଳିଯିବ ସହିତ ଧାନ ଗଛରେ ଚକଡା ପୋକର ଗ୍ରାସକୁ ନେଇ ଚାଷୀ ମହଲରେ ଆତଙ୍କର ବାତାବରଣ ସୃଷ୍ଟି କରିଛି | ତେବେ ଏହି ଚାଷୀ ଆତ୍ମହତ୍ୟା ଘଟଣାଟି ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ବର୍ଷ ପ୍ରଥମ ଘଟଣା ହୋଇଥିବାରୁଉ ଏ ଅଂଚଳରେ ଏହାକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଯାଇଛି |

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (୩:୭:୨୦୨୦): ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଆଜି ପ୍ରତିବାଦ...

ତୈଳ ଦର ବୃଦ୍ଧି କୁ ନେଇ କଂଗ୍ରେସ ପକ୍ଷରୁ ଦାବି ପତ୍ର

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ //ଲମତାପୁଟ (ତା ୩/୭/୨୦): ବ୍ଲକ କଂଗ୍ରେସ ଦଳ ପକ୍ଷରୁ ତୈଳ ଦର ବୃଦ୍ଧି କୁ ନେଇ ସ୍ଥାନୀୟ ଡାକ ବଙ୍ଗଳା ଛକରୁ ଏକ ପଦ...

କଂଗ୍ରେସର ଚେତାବନୀ ତୈଳଦର ହ୍ରାସ ନ ହେଲେ ଆନ୍ଦୋଳନ ହେବ

ରିପୋର୍ଟ : ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୩/୦୭): ସାରା ବିଶ୍ୱ ଏବେ ମହାମାରୀ କରୋନା କବଳରେ କବଳିତ ହୋଇପଡିଛି । ଜୀବନ ସଂଗ୍ରାମରେ ସମସ୍ତେ କାଳାତିପାତ କରୁଥିବାବେଳେ ଅନେକ...

ରାୟଗଡ ଜିଲ୍ଲାପାଳ ଗୁଣପୁର ଗସ୍ତ ଓ କୋଭିଡ଼ି ସ୍ଥିତିକୁ ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା/ଗୁଣପୁର (ତା.୩/୭): ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଗୁଣପୁର ଗସ୍ତ ସମୟରେ ରାମନଗୁଡାସ୍ଥିତ ଅସ୍ଥାୟୀ ସଙ୍ଗ ରୋଧ କେନ୍ଦ୍ର ପରିଦର୍ଶନ...

Recent Comments

%d bloggers like this: