Advertisements
Saturday, July 4, 2020
Home Education & Literacy ଆଦିବାସୀ ଛାତ୍ର ଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଜ଼ିଲ୍ଲା ସ୍ଥରୀୟ ସର୍ଗିଫୂଲ କାର୍ଯ୍ୟକ୍ରମ ପ୍ରେରଣା...

ଆଦିବାସୀ ଛାତ୍ର ଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଜ଼ିଲ୍ଲା ସ୍ଥରୀୟ ସର୍ଗିଫୂଲ କାର୍ଯ୍ୟକ୍ରମ ପ୍ରେରଣା ଯୋଗାଇବ- ଲୋକସଭା ସାଂସଦ ଝୀଂନ ହିକକା

ରାୟଗଡା ଜ଼ିଲ୍ଲା ପ୍ରତନିଧି (ଅମୁଲ୍ୟ ନିସଙ୍କ): ସ୍ଥାନୀୟ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପ୍ରାଙ୍ଗଣରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ଦୁଈ ଦିନିଆ ଜ଼ିଲ୍ଲା ସ୍ଥରୀୟ ସର୍ଗିଫୂଲ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି |

ସର୍ଗିଫୂଲ ଆଦିବାସି ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ମୁଖ୍ୟ ଅତିଥି କୋରାପୁଟ ଲୋକ ସଭା ସାଂସଦ ଝିନ ହିକକା ମତଦେଇଥିଲେ | ମୁଖ୍ୟ ବକ୍ତା ଆଦିବାସି ବିକାଶ ପରିଷଦ ସଭାପତି ଜଗନାଥ ନୂତୃକା ନିଜର ବକ୍ତବ୍ୟରେ କହିଥିଲେ ଆଦିବାସୀ ଛାତ୍ରଛାତ୍ରୀଙ୍କ କଳା ଓ ପ୍ରତିଭାକୁ ଉଜ୍ଜୀବିତ କରିବା କ୍ଷେତ୍ରରେ ଶିକ୍ଷକ ସମାଜ ଓ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ | ପିଲା ସଦା ସର୍ବଦା ପ୍ରତିଯୋଗିତା ମୂଳକ ମନୋଭାବ ନେଇ ନିଜର ଲକ୍ଷ୍ୟ ହାଶଲ ପାଇଁ ଉଦ୍ୟମ କରିବା ନିମନ୍ତେ ଅତିଥିମାନେ ପରାମର୍ଶ ଦେଇଥିଲେ | ଏହି ଅବଶରରେ ଏକ ବିଜ୍ଞାନ ମେଳାର ଆୟୋଜନ କରାଯାଇଥିଲା | ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଶ ସମ୍ପର୍କରେ ପ୍ରକଳ୍ପ ଗ୍ୟାସ ଉତ୍ପାଦନ, ଦୂଷିତ ଜଳକୁ ସଂରକ୍ଷଣ କରି ବିଶୁଦ୍ଧ ଜଳରେ ପରିଣତ କରିବା ଇତ୍ୟାଦି ୩୩ଟି ପ୍ରକଳ୍ପକୁ ଅତିଥି ମାନେ ବୁଲି ଦେଖିଥିଲେ | ଜ଼ିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳ ସର୍ଗି ଫୂଲ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ | ଏହି ପ୍ରତିଯୋଗିତାରେ ୧୪୧ଟି ମଙ୍ଗଳ ବିଭାଗ ସ୍କୁଲରୁ ୧୨୯୦ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ | ଏଥିରେ ବିଷମକଟକ ବିଧାୟକ ଜଗନ୍ନାଥ ସାରକା, ବିଭାଗୀୟ ଡି ଆଇ ଶ୍ୟାମଘନ ଭୁଁଆ, ପୁଟାସିଂ ଏଲ ଏସ ଡି ଏ ସ୍ୱତନ୍ତ୍ର ଅଧିକାରୀ କୃପାସିଧୁ ବେହେରା, ମଞ୍ଚାସିନ ଥିଲେ | ଏକଲବ୍ୟ ବିଦ୍ୟାଳୟର ଅଧ୍ୟକ୍ଷ ଡାକ୍ତର ବସନ୍ତ କୁମାର ପାତ୍ର, ଶିକ୍ଷକ ସଞ୍ଜୟ ବେହେରା, ଚକ୍ରପାଣି ରତ୍ନାଲୁ, ପ୍ରଦୀପ ଚୌଧୁରୀ, ବେଣୁଧର ଛୀଧୁରୀ, ଶିବ ପଣ୍ଡା, ସତ୍ୟ ମିଶ୍ର, ଅଶୋକ ବିଶ୍ୱାଳ, ଦିଲ୍ଲୀପ ଚୌଧୁରୀ, ନୃସିଂହ ପାତ୍ର ପରିଚାଳନା କରିଥିଲେ |

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କଂଗ୍ରେସର ଚେତାବନୀ ତୈଳଦର ହ୍ରାସ ନ ହେଲେ ଆନ୍ଦୋଳନ ହେବ

ରିପୋର୍ଟ : ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୩/୦୭): ସାରା ବିଶ୍ୱ ଏବେ ମହାମାରୀ କରୋନା କବଳରେ କବଳିତ ହୋଇପଡିଛି । ଜୀବନ ସଂଗ୍ରାମରେ ସମସ୍ତେ କାଳାତିପାତ କରୁଥିବାବେଳେ ଅନେକ...

ରାୟଗଡ ଜିଲ୍ଲାପାଳ ଗୁଣପୁର ଗସ୍ତ ଓ କୋଭିଡ଼ି ସ୍ଥିତିକୁ ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା/ଗୁଣପୁର (ତା.୩/୭): ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଗୁଣପୁର ଗସ୍ତ ସମୟରେ ରାମନଗୁଡାସ୍ଥିତ ଅସ୍ଥାୟୀ ସଙ୍ଗ ରୋଧ କେନ୍ଦ୍ର ପରିଦର୍ଶନ...

କରୋନା କୁ ନେଇ ଆଇ ଇ ସି ସୁବ୍ରତ ବାଗଚିଙ୍କ ସୂଚନା

ଭୁବନେଶ୍ୱର (୦୩/୦୭): ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ଶୁକ୍ରବାର କରୋନା ସମ୍ପର୍କିତ କିଛି ତଥ୍ୟ ଦେଇଛନ୍ତି । ତାଙ୍କ କହିବା ମୁତାବକ, ରାଜ୍ୟରେ କରୋନା ମୁକାବିଲା ପାଇଁ ଆମକୁ...

କୋଦଳା ପୋଲିସ ଦ୍ୱାରା ବିଭିନ୍ନ ରାସ୍ତା ସିଲ୍

ରିପୋର୍ଟ: ରାକେଶ କୁମାର ମହାରଣା //କୋଦଳା(୦୩/୦୭): କରୋନା ମହାମାରୀ ପାଇଁ ସାରାରାଜ୍ୟ ଲକ ଡାଉନ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି |...

Recent Comments

%d bloggers like this: