Thursday, March 28, 2024

Top 5 This Week

Related Posts

ନାଳ ପାଣି ପାଇଁ ଜଣକୁ ପିଟି ପିଟି ହତ୍ୟା

ରିପୋର୍ଟ : ନରତ୍ତମ ପାଢୀ
ରାୟଗଡ଼ା, (୦୨/୦୧) : ଆଜି ରାୟଗଡା ଜିଲ୍ଲା ଅନ୍ତର୍ଗତ କୁମ୍ଭୀକଟା ଗ୍ରାମ ରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ନାଳ ପାଣି ପାଇଁ ଜଣକୁ ପିଟି ପିଟି ହତ୍ୟା କରିଥିବାର ସୂଚନା ମିଳିଛି ।WhatsApp Image 2022 01 04 at 10.39.57 AM 1 ନାଳ ପାଣି ପାଇଁ ଜଣକୁ ପିଟି ପିଟି ହତ୍ୟା

ସୂଚନା ରୁ ଜଣା ପଡିଛି ଯେ, ଗତ ଶୁକ୍ରବାର ଦିନ ଗ୍ରାମ ର ଅଲେଖମଣି ନାୟକ, ଘରେ କୁରା, ଅମ୍ବିକା କୁରା ଓ କ୍ଷେତ୍ରମନି ନାୟକ ନାଳ ପାଣି ପାଇଁ ଅଜୟ ଖୁସଲା ସହ ଝଗଡ଼ା ହୋଇଥିଲେ, ହେଲେ ଏହାର ସମାଧାନ ଗ୍ରାମବାସୀ ଙ୍କ ଉପସ୍ଥିତ ରେ ଶୁକ୍ରବାର ଦିନ ହିଁ ହୋଇଯାଇଥିଲା । ହେଲେ ଗତ କାଲି ସକାଳ ୯ ଟା ସମୟ ରେ ଅଜୟ ର ଶାଶୁ ଶଶୁର ଙ୍କୁ ଡାକି ଅଜୟ ର ମାଁ ପାଖ କୁ ଯାଇ ଅଜୟ ସାଙ୍ଗରେ ଝଗଡ଼ା କରି ମାରପିଟ କରିଥିଲେ । ଅଜୟ ଦୁର୍ବଳ ଥିବା ଯୋଗୁଁ ବେହୋସ ହୋଇ ତଳେ ପଡ଼ିଯାଇଥିଲେ । ପରିବାର ଲୋକେ ଅଜୟ ଙ୍କୁ ତୁରନ୍ତ କୁମ୍ଭୀକଟା ମେଡିକାଲ ରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ଅଜୟ ଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ପାଇ ପୋଲିସ ଉକ୍ତ ସ୍ଥଳେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ପଠାଇଥିବା ଜଣାପଡିଛି ।

Popular Articles