ସ୍ତ୍ରୀ କୁ ଟଣ୍ଟି ଚିପି ହତ୍ୟାଅଭିଯୋଗରେ ସ୍ୱାମୀ ଜେଲ

ବରଗଡ (ଚିତ୍ତରଞ୍ଜନ ସାହୁ): ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଟୁରଚା ଗ୍ରାମରେ ଏକ ଅଭାବ ନିୟ ଘଟଣା ବଲାଙ୍ଗୀର ଜିଲ୍ଲା ବେଳପଡା ଥାନା ଜାମଜୁରୀ ଗ୍ରାମର ସସ୍ମିତା ସାହୁ ୪ବର୍ଷ ହେଲା ବୈଧିକ ରୀତିରେ ଗାଇସିଲେଟ ବ୍ଲକ ଟୁରଚା ଗ୍ରାମର ପାନା ସାହୁଙ୍କ ପୁଅ ନରେନ୍ଦ୍ର ସାହୁକୁ ବାହା ହୋଇଥିଲେ।

ବାହା ହେବା ବର୍ଷେ ଗଲାପରେ ଯୌତୁକ ନ ଆଣିବାରୁ ନରେନ୍ଦ୍ର ତାର ସ୍ତ୍ରୀ ସସ୍ମିତା କୁ ବହୁ ଥର ମାଡ଼ ମାରିଥିବା ବେଳେ ଗ୍ରାମରେ ଭଦ୍ର ଲୋକଙ୍କ ଉପସ୍ଥିତିରେ ପଂଚୟତ ବସି ସମାଧାନ କରା ଯାଇଥିଲା । କିନ୍ତୁ ଗ୍ରାମ ସଭାକୁ ଖାତିର ନକରି ନରେନ୍ଦ୍ର ପୁନର୍ବାର ମାଡ଼ପିଟ କରିବାରୁ ଝିଅକୁ ଝିଅର କାକା ଗଣେଶ ସାହୁ ନିଜ ଗ୍ରାମ ଯମଜୁରୀକୁ ନେଇ ଯାଇଥିଲେ । ଝିଅର ବାପା ଇଟା ଗଢିବାକୁ ବାହାର ରାଜ୍ୟରେ ରହୁଥିବା ବେଳେ ଭାଇ ଗଣେଶ ସାହୁ ଘରର ସମସ୍ତଙ୍କ କଥା ବୁଝୁଛନ୍ତି । କିଛି ମାସ ଆଗରୁ ଗ୍ରାମର କିଛି ଭଦ୍ରବ୍ୟକ୍ତି ଙ୍କୁ ଧରି ନରେନ୍ଦ୍ର ଓ ତାର ବାପା ପାନ ଜାମଜୁରୀ କୁ ଯାଇ ଏକ ଚୁକ୍ତିନାମା ଲେଖି ସ୍ତ୍ରୀ ସସ୍ମିତାକୁ ଆଣିଥିଲେ। ଗତକାଲି ନରେନ୍ଦ୍ର ଓ ସ୍ତ୍ରୀସସ୍ମିତା ଏକାକୀ ଥିଲେ।କଣ ହେଲା ହଟାତ ଝିଅ ବାପା ଘରକୁ ଖବର ଦେଲା ସ୍ୱାମୀ ନରେନ୍ଦ୍ର ସସ୍ମିତା ମୃତ୍ୟୁ ହୋଇଯାଇଛି । ଖବରପାଇ ଝିଅର କାକା ଭାଉଜ ଓ ପରିବାର ଝିଅ ଶଶୁର ଘର ଟୁରଚାକୁ ଆସି ପହଂଚି ଦେଖିଲା ବେଳକୁ ଝିଅ ସସ୍ମିତା ଆଉ ନାହିଁ ବେକରେ ଦାଗ ଓ ଦେହରେ ଖଣ୍ଡିଆ ଦେଖି ସାଙ୍ଗେ ସାଙ୍ଗେ ଗାଇସିଲେଟ ଥାନାରେ ଝିଅର କାକା ଗଣେଶ ସାହୁ ଲିଖିତ ଭାବରେ ଦେବାପରେ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଜାରି ରଖି କେସ ନ ୧୬୫/୧୮ ରୁଜୁ କରି ନରେନ୍ଦ୍ରକୁ ଗିରଫ କରି କୋଟ ଚଲାଣ କରିଛି । ଶବକୁ ବ୍ୟବଛେଦ ପାଇଁ ପଦ୍ମପୁରକୁ ପଠାଯାଇଛି।

Comments are closed.