Related Contents

ବାଲ୍ୟ ବିବାହ ସଚେତନତା ସଭା

ଖପ୍ରାଖୋଲ (ଭୋଜରାଜ ବରିହା): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ପ୍ରଥାକୁ କିପରି ରୋକିବା ସେ ଉପରେ ବିଶେଷ ଆଲୋଚନା ସଭା ହୋଇଯାଇଥିଲା ।

ଖପ୍ରାଖୋଲ ବ୍ଲକରେ ବାଲ୍ୟ ବିବାହ କରିଥିବା ମହିଳା ମାନଙ୍କ ପ୍ରସବ ମୃତ୍ୟୁ ହାରକୁ କିପରି ରୋକିବା ପାଇଁ ଖପ୍ରାଖୋଲ ଡାକ୍ତର ପ୍ରହଲ୍ଲାଦ ମେହେର ଆଲୋଚନା କରିଥିଲେ । ଏହି ମୃତ୍ୟୁ ହାରକୁ ରୋକିବା ପାଇଁ ଗ୍ରାମ କିମ୍ୱା ପଞ୍ଚାୟ ସ୍ତରରେ କିପରି ଲୋକକୁ ସଚେତନା କରିବା, ଗ୍ରାମସଭାରେ ବାଲ୍ୟ ବିବାହକୁ ବିଶେଷ ଗୁରୁତ୍ୱ ଦେବାପାଇଁ ଖପ୍ରାଖୋଲ ବିଡ଼ିଓ ତରଣୀ ସୁନଙ୍କୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ହେଲଥ ଏସୋସେସନ ଅଫ ଇଣ୍ଡିଆ ଏବଂ ବିକଳ୍ପ ସଂସ୍ଥା କଣ୍ଟାବାଞ୍ଜିଙ୍କ ମିଳିତ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ହୋଇଥିଲା । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଖପ୍ରାଖୋଲ ବିଡ଼ିଓ ତରଣୀ ସୁନା, ସମ୍ମାନିତ ଅତିଥି ଖପ୍ରାଖୋଲ ଡ଼କ୍ତର ପ୍ରହଲ୍ଲାଦ ସାହୁ ଥିବା ବେଳେ । W.E.O, G.P.O, ଜିଲ୍ଲାପରିଷଦ,ମିଶନ ଶକ୍ତି, ଆଶା କର୍ମି,ଅଙ୍ଗନବାଡି କର୍ମି ପ୍ରମୁଖ ଯୋଗ ଦେଇଥିବା ବେଳେ ବିକଳ୍ପ ସଂସ୍ଥାର ବ୍ଲକ କୋଡିନେଟର ସୁରେଶ ବେହେରା ସଭା ସଂଯୋଜନା କରିଥିଲେ |

Comments are closed.