Friday, March 29, 2024

Top 5 This Week

Related Posts

୧୫ ରୁ ୧୮ବର୍ଷ ପିଲାଙ୍କ ଟୀକା ଆରମ୍ଭ କଲେ ଡଃ.ରାଜାରାମ ସ୍ବାଇଁ

ରିପୋର୍ଟ : ରବିଶଙ୍କର ମହାପାତ୍ର //
ବୋରିଗୁମ୍ମା, (୩/୧) : ଆଜି ପୂର୍ବାହ୍ନରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ମୂଖ୍ୟ ଚିକିତ୍ସାଧିକାରୀ ଡ. ରାଜାରାମ ସ୍ବାଇଁ ଙ୍କ ଦ୍ବାରା ୧୫ ରୁ ୧୮ବର୍ଷ ପିଲା ଙ୍କ ଟୀକାକରଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଛି ।a97c3332 cdf3 43aa 97b2 968a03d4da68 ୧୫ ରୁ ୧୮ବର୍ଷ ପିଲାଙ୍କ ଟୀକା ଆରମ୍ଭ କଲେ ଡଃ.ରାଜାରାମ ସ୍ବାଇଁ

ଦିନ ୧୦ ଘଣ୍ଟା ସୁଦ୍ଧା ୮ ଜଣ ବାଳିକା ଓ ପ୍ରାୟ ୨୦ ଜଣ ବାଳକଙ୍କ ନାମ ପଞ୍ଜୀକୃତ ହୋଇଥିବା ତଥ୍ୟ ହସ୍ତଗତ ହୋଇଛି । ଟିକା ଯଥେଷ୍ଟ ପରିମାଣରେ ଥିବା ବେଳେ ଆଗାମୀ ପର୍ଯାୟରେ ପ୍ରତ୍ୟେକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରେ ଟୀକାକରଣ ଚାଲୁ ରହିବ ବୋଲି ଡ. ରାଜାରାମ ସ୍ବାଇଁ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ଓମିକ୍ରନ୍ ର ଆସନ୍ନ ବିଭୀଷିକା ମଧ୍ୟରେ ଠିକ୍ ସମୟରେ ୧୫ ରୁ ୧୮ବର୍ଷ ପିଲାଙ୍କ ଟୀକା ଆରମ୍ଭ ହୋଇଥିବାରୁ ଟୀକା ନେଇଥିବା କିଛି ବାଳିକା ସରକାର ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles