Friday, March 29, 2024

Top 5 This Week

Related Posts

ତାମିଲନାଡୁ ରେ ମୃତ ଓଡିଆ ଶ୍ରମିକଙ୍କ ଶବ ଗାଁକୁ ଆଣିବାକୁ ପରିବାର ପ୍ରଶାସନ ପାଖରେ ଦାବି

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୦୩/୦୧) : ତାମିଲନାଡୁ ରେ ମୃତ ଓଡିଆ ଶ୍ରମିକଙ୍କ ଶବ ଗାଁକୁ ଆଣିବାକୁ ପରିବାର ପ୍ରଶାସନ ପାଖରେ ଦାବି | ଓଡିଶା ସରକାରଙ୍କ ମାଳମାଳ ଯୋଜନା କରାଯାଉଥିଲେ ବି ତାହା ପହଂଚି ପାରୁନି ସାଧାରଣ ଜନତାଙ୍କ ପାଖରେ ସେଥିପାଇଁ ଓଡିଶା ର ପ୍ରାୟ ପ୍ରତ୍ୟେକ ଜିଲ୍ଲାରୁ ୫୦% ଶିକ୍ଷିତ ବେକାର ଯୁବକ ଯୁବତୀ ଦାଦନ ଖଟିବାବୁ ବାହାର ରାଜ୍ୟକୁ ପରିବାରକୁ ପଛରେ ପକାଇ ଏକାକୀ ଚାଲିଯାଆନ୍ତି |2c727108 3575 4f9d 9abd d41e35b09dc5 ତାମିଲନାଡୁ ରେ ମୃତ ଓଡିଆ ଶ୍ରମିକଙ୍କ ଶବ ଗାଁକୁ ଆଣିବାକୁ ପରିବାର ପ୍ରଶାସନ ପାଖରେ ଦାବି

ଗଲା ପରେ ବହୁ ବାଧ୍ୟ ବିଘ୍ନ ସମ୍ମୁଖୀନ ହୋଇଥାନ୍ତି | ଶେଷରେ ମୃତ୍ୟୁ ସହିତ ଲଢେଇ କରି ହାରିଯାଆନ୍ତି | ଏମିତି ଜୀବନ ଯୁଦ୍ଧରେ ହାରିଯାଇଥିବା ବୌଦ୍ଧ ଜିଲ୍ଲା ମଥୁରା ପଂଚାୟତ କେଳାକଟା ଗ୍ରାମର ସ୍ବର୍ଗତ ଜନ୍ମେଜୟ ପ୍ରଧାନଙ୍କ ଶିକ୍ଷିତ ଯୁବତୀ ଝିଅ ଧରିତ୍ରୀ ପ୍ରଧାନ | ଶିକ୍ଷିତ ହୋଇ କାମ ନ ପାଇ ବାପା ମରିଗଲା ପରେ ନିଜ ପରିବାରକୁ ପ୍ରତିପୋଷଣ କରିବା ପାଇଁ ତାମିଲନାଡୁ ରାଜ୍ୟକୁ ଦାଦନ ଶ୍ରମିକ ଭାବରେ କାମ କରିବାକୁ ଯାଇଥିଲେ | କିଛି ଦୀନ ପୂର୍ବରୁ ଦେହ ଅସୁସ୍ଥ ଥିଲା କିନ୍ତୁ ଗତ କାଳି ବୌଦ୍ଧ ଜିଲ୍ଲାରେ ସମସ୍ତେ ବୌଦ୍ଧ ସ୍ବର୍ଣ୍ଣକ୍ଷେତ୍ର ବହୁ ଆନନ୍ଦରେ ପାଳୁଥିବା ବେଳେ ସନ୍ଧ୍ୟା ୫ଟା ସମୟରେ ନୀରିହା ଧରିତ୍ରୀ ତାମିଲନାଡୁ ସରକାରୀ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା |

ଏହି ମୃତ୍ୟୁ ମହାମାରୀ କରୋନା କିମ୍ବା ଅମିକ୍ରନ ଆକ୍ରାନ୍ତରେ ଘଟିଥିବାର ସନ୍ଦେହ ଉଠିଛି ଏଵେ ଅଂଚଳ ବାସୀଙ୍କ ମନରେ | ପରିବାର ଗରିବ ହୋଇଥିବାରୁ ମର ଶରୀରକୁ ନିଜ ଭିଟାମାଟିକୁ ଆଣିବାକୁ ବିଧବା ମା ପକ୍ଷେ କଷ୍ଟ ହୋଇପଡିଛି | ତେଣୁ ମୃତ ଯୁବତୀଙ୍କ ମର ଶରୀର ନିଜ ଗାଁ କେଳାକଟା ବୌଦ୍ଧ ଜିଲ୍ଲା ପ୍ରଶାସନ ସହାୟତାରେ ଆଣିବାକୁ ବୌଦ୍ଧ ଜିଲ୍ଲା ପ୍ରଶାସନକୁ ଅସହାୟ ପରିବାର ସହିତ ପଂଚାୟତ ବାସୀଙ୍କ ଦାବି କରିଛନ୍ତି |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles