ଜୟପୁର ଠାରେ ସହିଦ ଲକ୍ଷ୍ମଣ ନାୟକଙ୍କ ୧୨୦ତମ ଜୟନ୍ତୀ ପାଳନ

ଜୟପୁର (ସୌମ୍ୟରଂଜନ ସାହୁ): ଜୟପୁର ଠାରେ ସହୀଦ ଲକ୍ଷଣ ନାୟକଙ୍କ ୧୨୦ ତମ ଜୟନ୍ତୀ ପାଳନ କରାଯାଇଥିଲା ।

ଜୟପୁର ସ୍ଥିତ ଶହୀଦ ଲକ୍ଷଣ ନାୟକଙ୍କ ପ୍ରତିମୂର୍ତ୍ତଙ୍କୁ ପୁଷ୍ପମାଳ ଅର୍ପଣ କରି ୧ମିନିଟ ସମୟ ପର୍ଯ୍ୟନ୍ତ ସ୍ଥିର ମନରେ ସହୀଦଙ୍କ ଆତ୍ମାର ଅମରତ୍ୟ ପାଇଁ ସ୍ମରଣ କରାଯାଇ ସେଠାରୁ ବାହାରି ଜୟପୁର ରାଜମହଲ ପର୍ଯ୍ୟନ୍ତ ସର୍ବ ଭାରତୀୟ ଗଣତାନ୍ତ୍ରିକ ବିଦ୍ୟାଥୀ ସଂଗଠନ(AIDSO)ର ଓଡିଶା ରାଜ୍ୟ ପରିଷଦର ସଦସ୍ୟ ସୁଜିତ ସ୍ୱାଇଁ, ରାନାଲି ନାୟକ,କୈଳାସ ଚନ୍ଦ୍ର ବିଷୋୟୀ,ପ୍ରାଦୁମ୍ୟ ଶାନ୍ତରା , ଲକ୍ଷ୍ମଣ ମିର୍ଗାନ, ବସନ୍ତି ଖରା, ଙ୍କ ଆହ୍ୱାନ କ୍ରମେ ଜୟପୁର ସ୍ଥିତ ରାଜମହଲ ପର୍ଯ୍ୟନ୍ତ ସଭାଯାତ୍ରା କରାଯାଇଥିଲା । ଏହି ଶୋଭାଯାତ୍ରାରେ ଜୟପୁରର ମୁରଲୀ ପଟନାୟକ ସମାଜ ସେବୀ ମଧ୍ୟ ଯୋଗ ଦେଇଥିଲେ । ସହୀଦଙ୍କ ଅମର ପାଇଁ ବିକ୍ରମ ସ୍ୱୟଂଶାସିତ ମହାବିଦ୍ୟାଳୟର ୧୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗ ଦେଇ ଶୋଭାଯାତ୍ରାକୁ ସଫଳ କରିଥିଲେ | ଏବଂ ଶେଷରେ ଜୟପୁର ସ୍ଥିତ ଚିକିତ୍ସାଲୟରେ ସଭାବସିଥିଲା ସେଠାରେ ସହିଦଙ୍କ ଅବଦାନକୁ ମନେ ପକେଇବା ସହ ସହୀଦଙ୍କ ଭଳି ହେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

Comments are closed.