ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି (ଏ.ସତୀଶ): ନବରଙ୍ଗପୁର ସ୍ଥାନୀୟ ସର୍କଟ ହାଉସ ଠାରେ ଜିଲ୍ଲା ବିଜେପି ସଭାପତି ଗୋବିନ୍ଦ ଜୈନଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଏହି ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ରାଜ୍ୟରେ ଠିକ ଭାବରେ କାର୍ଯ୍ୟକାରୀ ହେଉଥିବା ନ ଥିବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କେନ୍ଦ୍ରର ସ୍ୱଚ୍ଛ ଭାରତ, ସୋଭାଗ୍ୟ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୁଡିକ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି କହିଥିଲେ।ରାଜ୍ୟ ସରକାର କେବଳ ବିଜ୍ଞାପନ ମାଧ୍ୟମରେ ପ୍ରଚାର କରୁଛନ୍ତି ଏହି ଯୋଜନା କେବଳ କାଗଜ କଲମରେ ସୀମିତ ବୋଲି ଅଭିଯୋଗ କରିଥିଲେ। କେନ୍ଦ୍ର ସରକାର ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ କୋଟି କୋଟି ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ଏହାକୁ ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି ।ଏହି ଯୋଜନାରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କୁ ସାମିଲ କରୁନଥିବା ନେଇ ଏକ ସାମ୍ବାଦିକ ପ୍ରଶ୍ନର ଉତ୍ତର ଦେଇ ସଭାପତି ବସନ୍ତ ପଣ୍ଡା କହିଥିଲେ। ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକ ଲୋକଲୋଚନକୁ ଆଣିବା ନିମନ୍ତେ ଏକ ସଚେତନତା ଅଭିଯାନ ଓ ରାଜ୍ୟ ସରକାରଙ୍କ ବିଫଳତା ନେଇ ପଦଯାତ୍ରା କରାଯିବ ବୋଲି ସୂଚନା ଦେଇଥିଲେ। ସ୍ୱଚ୍ଛ ଭାରତ ଓ ସୌଭାଗ୍ୟ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ରାଜ୍ୟପାଳ ଓ ବିଭାଗୀୟ ଉଚ୍ଚ ପଦାଧିକାରୀ ଙ୍କୁ ଅଭିଯୋଗ କରାଯାଇଛି ।ଏହାର କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଇନର ଆଶ୍ରୟ ନିଆଯିବ ବୋଲି କହିଥିଲେ। ନବରଙ୍ଗପୁର ଜିଲ୍ଲା ବିଜେପିର କେତେକ ନେତା ଓ କର୍ମୀ ମାନେ ବିଜେଡି ନେତା ମାନଙ୍କ ସହ ସମ୍ପର୍କ ଥିବା ନେଇ ସାମ୍ବାଦିକ ପ୍ରଶ୍ନ କରିଥିଲେ ଏହାକୁ ରାଜ୍ୟ ସଭାପତି ଖଣ୍ଡନ କରିବା ସହ ଏହି ପରି କୌଣସି ପ୍ରମାଣ ମିଳିଲେ ତାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ , ନିତ୍ୟା ଗଣ୍ଡ , ରମେଶ ସାହୁ , ଯୁବ ମୋର୍ଚ୍ଚା ସଭାପତି କାହ୍ନ ଦାସ , ଅରୁଣ ପୂଜାରୀ , ସୁବ୍ରତ ମିଶ୍ର , ମୋନାଜ ମହାଙ୍କଡ଼ , ଜଗଦୀଶ ବିଷୋୟୀ , ଦିବାକର ପୂଜାରୀ , ସଂଜୀବ ନନ୍ଦ ,ପୂର୍ଣ ଚନ୍ଦ୍ର ପଟନାୟକ , ରାଜୀବ ତ୍ରିପାଠୀ , ରଜତ ପଣ୍ଡା , ରଜ ଶେଖର ରାଓ ,ଜଗଦୀଶ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.