ବସ ଦୁଇଟି ମୁହାଁମୁହିଁ ଧକ୍କା ହେବ ଫଳରେ ୮ ଯାତ୍ରୀ ଆହତ

ଡାବୁଗାଁ(ଜ୍ୟୋତି ପ୍ରକାଶ ସାହୁ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଓ ଉମରକୋଟ ମଝିରେ ଧମନା ଗୁଡା ନିକଟରେ ୨ଟି ବସ ମୁହାଁ ମୁହଁ ଧକ୍କା ହେବ ଫଳରେ ୮ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି |

ଆହତଙ୍କୁ ଡାବୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସରକାରୀ ବସଟି ଉମରକୋଟରୁ ବ୍ରମହପୁର ଯାଉଥିବା ବେଳେ ପ୍ରାଇଭେଟ ବସଟି ଜୟପୁରରୁ ଗୁରୁସିଙ୍ଘା ଯାଉଥିଲା | ସରକାରୀ ବସ ନ. ହେଲା ଓଡି୦୭ଡି ୭୭୦୨ ଓ ପ୍ରାଇଭେଟ ବସ ନ. ହେଲା ଓଡି୨୪ ବି ୯୫୮୫ |

Comments are closed.