ଚନ୍ଦ୍ରରେ କଳାଦାଗ ପରି ପ୍ରେମ ପାହାଡ଼ ନିକଟରେ ଦେଶୀ ମଦ ତିଆରି କାରଖାନା

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିସଙ୍କ): ପାହାଡ ପରିବେଶରେ ପରିପୂର୍ଣ ରାୟଗଡା ସହର | ଏହି ସହର ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ | ଏଥି ପାଇଁ ବହୁ ଦୂର ଦୂରାନ୍ତରୁ ପର୍ଯ୍ୟଟକ ଏହି ସହରକୁ ବୁଲିବା ନିମନ୍ତେ ନିଜ ର ପରିବାର ସହ ଆସିଥାନ୍ତି |

ରାୟଗଡା ସହର ମା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣିକୁ ଦର୍ଶନ କରି ସରିଲା ପରେ ସୌନ୍ଦର୍ଯ୍ୟରେ ପରିପୂର୍ଣ ଝୁଲା ପୋଲ ଓ ପ୍ରେମ ପାହାଡ଼କୁ ଆସନ୍ତି, କିନ୍ତୁ ଏହିଠାରେ ଅବସ୍ଥାପିତ ସରକାରୀ ଲାଇସେନ୍ସ ପ୍ରାପ୍ତ ଦେଶୀ ମଦ ଭାଟି ପର୍ଯ୍ୟଟକଙ୍କ ମାନଙ୍କ ମନରେ ଘୃଣା ଭାବ ସୄସ୍ତୁ କରିଦିଏ ଦେଶୀ ମଦ ଭାଟି ଯୋଙ୍ଗୁ ପ୍ରେମ ପାହାଡରସୌଦର୍ଯ୍ୟ ରେ କଲା ଦାଗ ରାୟଗଡା ସହର ନିକଟସ୍ଥ ଚେକଗୁଡ଼ା ଗ୍ରାମରେ ଅବସ୍ତିତ ଥିବା ଦେଶୀ ମଦ ଭାଟି ଦ୍ୱାରା ପ୍ରେମ ପାହାଡ ର ସୌନ୍ଦର୍ଯ୍ୟ ରେ କଲା ଦାଗ ପଡ଼ିବାକୁଯାଉଛି ଏହି ପ୍ରେମପାହାଡ଼ କୁ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ଦିଆଯାଇ ଏହାର ବିକାଶ ନିମନ୍ତେ ରାଜ୍ୟ ସରକାର ୩କୋଟି ତାଙ୍କ ବୟ କରି ଏହି ପାହାଡ ର ବିକାଶ କରିବା ନିମନ୍ତେ ଆଗେଇ ଆସି ପାହାଡ ଚାରି ପାର୍ଶ୍ଵରେ ପାଦ ଚଲା ରାସ୍ତା ପର୍ଯ୍ୟଟକଙ୍କ ବସିବା ନିମନ୍ତେ ଚୌକିରେ ବ୍ୟବସ୍ଥା କରିଛନ୍ତି କିନ୍ତୁ ଏହି ପ୍ରେମ ପାହାଡ଼କୁ ଫିକା ପକାଇଦେଉଛି ଚେକଗୁଡ଼ା ଠାରେ ଅବସ୍ଥାପିତ ଦେଶୀ ମଦ ଭାଟି ଏହି ପାହାଡ଼ରେ ୨ଗୋଟି ମହାଦେବଙ୍କ ମନ୍ଦିର ଅବସ୍ଥିତ | ଶହ ଶହ ସଂଖ୍ୟକ ଶ୍ରଦ୍ଧାଳୁ ଭଗବାନଙ୍କ ଦର୍ଶନ ନିମନ୍ତେ ଆସିଥାନ୍ତି | କିନ୍ତୁ ଏହି ଭାଟିରୁ ନିର୍ଗତ ଧୂଆଁ ଯୋଗୁଁ ଶ୍ରଦ୍ଧାଳୁ ମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି | ଏହି ପାହାଡ଼କୁ ଲାଗି ବରିଷ୍ଠ ନାଗରିକଙ୍କ କାର୍ଯ୍ୟାଳୟ ଅବସ୍ଥିତ ସକାଳ ଓ ସନ୍ଧ୍ୟା ସମୟରେ ବରିଷ୍ଠ ନାଗିରକ ମାନେ ଏହି କାର୍ଯ୍ୟାଳୟକୁ ଆସି ପାହାଡ଼ ଚାରି ଦିଗରେ ଭ୍ରମଣ କରିଥାନ୍ତି କିନ୍ତୁ ଏହି ମଦ ଭାଟିର ଦୁର୍ଗନ୍ଧ ବାଷ୍ପ ଓ ମହୁଲ ପୋଛାର ଦୁର୍ଗନ୍ଧର ଅତିଷ୍ଠ ହୋଇପଡନ୍ତି | ଏହି ଭାଟିର ଅନ୍ୟ ପାର୍ଶ୍ୱରେ ସୌଦର୍ଯ୍ୟରେ ଭରା ଝୁଲା ପୋଲ ଅବସ୍ଥିତ ପର୍ଯ୍ୟଟକ ମାନେ ରାୟଗଡା ସହରରୁ ଭ୍ରମଣରେ ଆସି ଝୁଲା ପୋଲ ଓ ପ୍ରେମ ପାହାଡ଼କୁ ଆସନ୍ତି କିନ୍ତୁ ଏହି ମଦ ଭାଟିର ଦୁର୍ଗନ୍ଧ ମୟ ପରିବେଶ ଯୋଗୁଁ ଆସ୍ତେ ଆସ୍ତେ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି | ଠିକ ସେହି ପରି ଏହି ପାହାଡ଼ ନିକଟରେ ୩ ଟି ସ୍କୁଲ ମଧ୍ୟ ଅବସ୍ତିତ ଏହିଠାରେ କୋମଳମତି ଶିଶୁ ମାନେ ପଢୁଛନ୍ତି | ସେମାନଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡେ | ଏଥିପାଇଁ ସ୍ଥାନୀୟ ଜନସାଧାରଣ ଦୀର୍ଘ ୫ ବର୍ଷ ଧରି ଜ଼ିଲ୍ଲା ପ୍ରସାଶନ ଠାରେ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ପ୍ରକାଶ କରିଛନ୍ତି | ଏହି ମଦ ତିଆରି ପରେ ବାହାରୁ ଥିବା ଦୁର୍ଗନ୍ଧ ପାଣି ଗ୍ରାମ ନିକଟରେ ଜମା ରହିବା ଦ୍ୱାରା ବିଭିନ୍ନ ରୋଗ ମଧ୍ୟ ବ୍ୟାପିଥାଏ | ସବୁ ଜାଗାରେ ପୋଛା ମହୁଲର ଗନ୍ଧ ଓ ମଦ୍ୟ ପାନ କରିସାରିଲା ପରେ ତାହାର ପଲିଥିନ ପାକେଟ ରାସ୍ତରେ ବହୁ ସଖ୍ୟରେ ଜମା ହେବାଦ୍ବାରା ବିଭିନ ପ୍ରକାର ରୋଗ ମଧ୍ୟ ବ୍ୟାପିଥାଏ | ଅନ୍ୟ ପକ୍ଷରେ ଭାଟିର ବର୍ତ୍ତମାନର ମ୍ୟାନେଜେର ଓ ଏକ କର୍ମଚାରୀ ଗୋପୀ ଙ୍କ ବ୍ୟବହାର ଓ ଦାଦାଗିରି ଓ ଭାଟି ମ୍ୟାନେଜେର କୁହନ୍ତି ଆମେ ସମସ୍ତ ସରକାରୀ କାମଚାରୀ ଅଧିକାର ରାଜନେତା ମାନଙ୍କୁ ମାସିକ ଚାନ୍ଦ ଦେଉଛୁ ଆମରି କିଛି କେହି କରିପାରିବେ ନାହିଁ ବୋଲି କହୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରନ୍ତି, ତଥାପି କର୍ତୃପକ୍ଷ କୌଣସି ପଦକ୍ଷପ ନେଉନଥିବା ପ୍ରକାଶ | ଏହି ଭାଟି ଏହି ଠାରୁ ସହର ବହୁ ଦୁରକୁ ସ୍ଥାନାନ୍ତର କରିବା ନିମନ୍ତେ ଜନସଧାରଣ ଜ଼ିଲ୍ଲା ପ୍ରସାଶନଠାରେ ଦାବି କରିଛନ୍ତି କିନ୍ତୁ ଜ଼ିଲ୍ଲା ପ୍ରସାଶନ ନିଦାବିଷ୍ଣୁ ପରି ଚୁପ ବସିଛନ୍ତି | କ୍ୟାମେରା ସାମ୍ନାରେ କିଛି କହିବା ନିମନ୍ତେ ଅନିଚ୍ଛା ପ୍ରକାଶ କରନ୍ତି | ଏହି ପ୍ରେମ ପାହାଡ଼ର ସୌଦର୍ଯ୍ୟ କିରଣ ନିମନ୍ତେ ମଦ ଭାଟି ଉଠାଇବା ନିହାତି ଆବଶ୍ୟକ ବୋଲି ବହୁ ଜନସାଧାରଣ ମତଦେଉଛନ୍ତି | କେବଳ ଏହି ଭାଟିରୁ ବାର୍ଷିକ ପ୍ରାୟ ୨ କୋଟି ୮୮ ଲକ୍ଷ ଟଙ୍କାର ରାଜସ୍ୱମିଳୁଛି ସେଥିପାଇଁ ରାଜସ୍ୱ ବିଭାଗ କିମ୍ବା ଅବକାରୀ ବିଭାଗ ଏହି ମଦ ଭାଟି ଉଠାଇବା ନିମନ୍ତେ ଇଚ୍ଛା ପ୍ରକାଶ କରୁନଥିବା ଜଣାପଡୁଛି | ଏହି ଠାରେ ମଦ୍ୟପୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଓ ସେମାନଙ୍କର ଦୌରାତ୍ମ୍ୟ ଯୋଗୁଁ ମହିଳା ମାନେ ସେହି ରାସ୍ତା ଦେଇ ଯାଇପାରନ୍ତି ନାହିଁ | ଏହି ଭାଟି ନିକଟ ଦେଇ ମୁଖ୍ୟ ରାସ୍ତା ଯାଇଛି, ଏହି ରାସ୍ତା ଶତାଧିକ ଯାତ୍ରୀ ଯିବା ଆସିବା କରନ୍ତି କିନ୍ତୁ ନିଜକୁ ନରପାଦ ମଣୁ ନାହାନ୍ତି | ମଦ ପାଉଚ ପ୍ଲାଷ୍ଟିକ ଖୋଳରାସ୍ତା କଡରେ ପଡ଼ିରହୁଥିବାରୁ ଅଂଚଳର ପରିବେଶ ଦୂଷିତ ହୁଏ ମାତ୍ର ଏଥି ପ୍ରତି ରାଜ୍ୟ ପ୍ରଦୂଷଣ ବିଭାଗର ନଜର ନାହିଁ | କହିଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନି ଏହି ଭାଟିର କିଛି କେଶ ହାଇକୋର୍ଟରେ ବିଚାରଧୀନ ଥିବାରୁ କିଛି ପଦକ୍ଷେପ ଗ୍ରହଣ କରାଯାଇପାରିନାହିଁ ବୋଲି ବିଭାଗୀୟ ଅଧିକାରୀ ପ୍ରଶାନ୍ତ କର ମତଦେଇଛନ୍ତି | ଏହି ଭାଟି ଏକ ନିରୀହ ଆଦିବାସିଙ୍କ ଜମିରେ ଭାଟି ତିଆରି କରିଛନ୍ତି ଓ ଏହି ଭାଟିର କର୍ମଚାରୀମାନଙ୍କ ଦାଦାଗିରି ଯୋଗୁଁ ଏହି ଗ୍ରାମ ଚେକଗୁଡ଼ା ର ଲୋକମାନେ ମଧ୍ୟ ଭୟରେ କିଛି କହିପାରୁନଥିବା ଜଣାପଡିଛି | ଏହିଠାରେ ଥିବା କର୍ମଚାରୀ ମାନେ ସମସ୍ତେ ବିହାର ପ୍ରଦେଶର ସେମାନଙ୍କୁ ସ୍ଥାନୀୟ ଏକ କର୍ମଚାରୀ ଗୋପୀ ସେମାନଙ୍କୁ ଦାଦାଗିରି କରିବା ନିମନ୍ତେ ପ୍ରଶ୍ରୟ ଦେଉଥିବା ଜଣାପଡିଛି | ଏହିଠାରେ ପ୍ରତ୍ୟେକ ଦିନ ଜନଗହଳି ଲାଗି ରହୁଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ସହିତ ପ୍ରେମ ପାହାଡ଼ର ବିକାଶ ଓ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ନିମନ୍ତେ ଜ଼ିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଏହି ଦେଶୀ ମଦ ଭାଟିକୁ ଅନ୍ୟତ୍ର ସ୍ଥାନାଂତର ନିମନ୍ତେ ଦେବା ପାଇଁ ଜନସାଧାରଣ ଦାବି କରୁଛନ୍ତି |

Comments are closed.