Related Contents

ରାୟଗଡାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ରାୟଗଡା ଜିଲ୍ଲା ପ୍ରତିନିଧି(ଅମୁଲ୍ୟ ନିସଙ୍କ): ମଙ୍ଗଳବାର ଦିନ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବିଜ୍ଞାନ ମେଳା ତା:୨୦/୧୧/୨୦୧୮ ଓ ୨୧/୧୧/୨୦୧୮ ଦୁଇଦିନ ଧରି ଅନୁଷ୍ଠିତ ହେବ । ଏହି ବିଜ୍ଞାନ ମେଳାରେ ଜିଲ୍ଲାର ୧୧ଟି ବ୍ଲକର ପ୍ରକଳ୍ପ ଆସିଛି । ୧୧ଟି ବ୍ଲକରୁ ପ୍ରତ୍ୟକ ବ୍ଲକରେ ୧୦ଟି ଲେଖାଏଁ ପ୍ରକଳ୍ପ (ଯେଉଁ ଗୁଡ଼ିକ ବ୍ଲକସ୍ତରୀୟ ବିଜ୍ଞାନ ମେଳାରେ ଚୟନ କରାଯାଇଥିଲା) ଏଥିରେ ସମୁଦାୟ ୧୧୦ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ୫ଟି ଉପବିଭାଗର ପ୍ରକଳ୍ପ ଗୁଡ଼ିକୁ ଭିନ୍ନ ଭିନ୍ନ ଭାବେ ବିଜ୍ଞାନ ମେଳାରେ ସ୍ଥାନିତ କରାଯାଇଥିଲା । ପ୍ରକଳ୍ପ ଗୁଡ଼ିକୁ ଚୟନ କରିବା ପାଇଁ ପ୍ରତ୍ୟେକ ବିଭାଗ ପାଇଁ ୨ଜଣ ଲେଖାଏଁ ଚୟନ କର୍ତ୍ତାଙ୍କୁ ନିମନ୍ତ୍ରିତ କରାଯାଇଥିଲା । ଏହି ଚୟନ କାର୍ଯ୍ୟ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଅଧ୍ୟାପକ ଓ ଅଧ୍ୟାପିକା ମାନେ ପ୍ରକଳ୍ପ ଗୁଡ଼ିକୁ ବୁଲି ଦେଖିବା ସହ ଆସନ୍ତା ରାଜ୍ୟସ୍ତରୀୟ ବିଜ୍ଞାନ ମେଳା ପାଇଁ ୫ଟି ପ୍ରକଳ୍ପକୁ ଚୟନ କରିଥିଲେ । ଏହି ବିଜ୍ଞାନ ମେଳାକୁ ସ୍ଥାନୀୟ ଜିଲ୍ଲାପାଳ ଶ୍ରୀମତି ଗୁହା ପୁନମ ତାପସକୁମାର ଉଦଘାଟନ କରିଥିଲେ । ଏହି ଉତ୍ସବରେ ପୁରୋଧା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବରିହା ଓ ଜିଲ୍ଲା ସଂଯୋଜକ UNICEF ଶ୍ରୀଯୁକ୍ତ ପ୍ରକାଶ କୁମାର ବାରିକଙ୍କ ସହଯୋଗରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ଶ୍ରୀଯୁକ୍ତ ମନୋଜ କୁମାର ଗୌଡ଼ ଜିଲ୍ଲା ବିଜ୍ଞାନ ପରିଦର୍ଶକ ବିଜ୍ଞାନ ମେଳାର ଲକ୍ଷ୍ୟ ଓ ଉଦ୍ଧେଶ୍ୟକୁ ଉଦଘାଟନ ଉତ୍ସବରେ ପାଠ କରିଥିଲେ।

Comments are closed.