ଭାଗବତ ପାରାୟଣ ଓ ସପ୍ତଦୀପ ଧାରଣ

ପଦ୍ମପୁର(ପ୍ରଭାତ ମିଶ୍ର): ପଦ୍ମପୁର ନିକଟ ଲିମାପଦର ସ୍ଥିତ ସୀତାରାମ ମନ୍ଦିର ପ୍ରାଙ୍ଗଣରେ ୭ଦିନ ବ୍ୟାପି ଭାଗବତ ପାରାୟଣ ଷଷ୍ଠୀ ତିଥିରୁ ଆରମ୍ଭ ହୋଇ ଦ୍ଵାଦଶୀ ତିଥି ପର୍ଯ୍ୟନ୍ତ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ପ୍ରତିଦିନ ଭାଗବତ ପାରାୟଣ ସହ କୃଷ୍ଣ ଜନ୍ମ ,ନନ୍ଦ ଉତ୍ସବ ମଧ୍ୟ ରୀତିନୀତି ରେ ପାଳିତ ହୋଇଛି ।ସୂଚନା ଅନୁସାରେ ଗ୍ରାମରେ ଦୀର୍ଘ ବର୍ଷର ଏହି ପରମ୍ପରା ପ୍ରତିବର୍ଷ ପାଳିତ ହୋଇଥାଏ । ତେବେ ଏକାଦଶୀ ତିଥିରେ ସପ୍ତ ଋଷିଙ୍କ ଉଦ୍ୟେଶରେ ତଥା ଜଗତ କଲ୍ୟାଣ ପାଇଁ ମାନସିକଧାରୀଙ୍କ ସପ୍ତଦୀପ ଧାରଣ ମୁଖ୍ୟ ଆକର୍ଷଣ ଥିଲା । ଏହି ସପ୍ତଦୀପ ଧାରଣ ଅଂଚଳରେ ସମ୍ପୂର୍ଣ ଏକ ଭିନ୍ନ ପରମ୍ପରା ରୂପେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହି ଭାଗବତ ପାରାୟଣ ଶ୍ରବଣ ଦ୍ୱାରା ଅଂଚଳରେ ଏକ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ସହ ବିଶ୍ୱ କଲ୍ୟାଣ ପାଇଁ ସହାୟ ହେବ ବୋଲି ଆୟୋଜକ ମାନେ ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମର ଶେଷ ଦିନ ବ୍ୟାସ ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ସହ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ କୁ ଶ୍ରୀ ସୀତାରାମ ଭାଗବତ ପାରାୟଣ କମିଟି ଲିମାପଦରର ସଦସ୍ୟ ମାନେ ପରିଚାଳନା କରିଥିଲେ ।

Comments are closed.