ଗୁଣୁପୁର ରେ ଅବକାରୀ ବିଭାଗ ର ଚଢ଼ାଉ – ୩୪.୫୬୦ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ

ଗୁଣୁପୁର (ପ୍ରଦୀପ ପାତ୍ର): ଆଜି ରାୟଗଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ଚଢ଼ାଉ କରିଛି |

ଅବକାରୀ ଅଧିକ୍ଷକ ଦଣ୍ଡ ପାଣି ବେହେରାଙ୍କ ତତ୍ତ୍ଵାବଧାନରେ ଗୁଣୁପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଭାସ କୁମାର ଚୌଧୁରୀ ଙ୍କ ନେତୃତ୍ୱରେ ଉକୁମ୍ବା ଗ୍ରାମପଞ୍ଚାୟତ ର ସୁନ୍ଦରୀଗୁଡ଼ା ଗ୍ରାମର ଲିମାଇ ଶବର ନିକଟରୁ ୧୯୨ ଗୋଟି ଆନ୍ଧ୍ର ପ୍ରଦେଶର ବିଦେଶୀ ମଦ ବୋତଲ ପ୍ରତ୍ୟେକରେ ୧୮୦ମିଲି ଲେଖାଏ ସମୁଦାୟ ୩୪.୫୬୦ ଲିଟର ବିଦେଶୀ ମଦ ଜବତ କରିବା ସହ ଆସାମୀକୁ କୋର୍ଟ ଚାଲାଣ କରାଯାଇଛି | ଏହି ଚଢାଉରେ ଅବକାରୀ ସିପାହୀ ଭରତ ପାଣିଗ୍ରାହୀ, ରାଶି ନାୟକ, ସଂଗ୍ରାମ ପ୍ରଧାନ, ପାଲାକା ଆପାୟା, କରୁଣା ପାତ୍ର ଏବଂ ଯଶବନ୍ତି ଶବର ସହଯୋଗ କରିଥିଲେ |

Comments are closed.