ଦୀପ ତଳ ଅନ୍ଧାର, ସହିଦ ମାଟି ଉନ୍ନତି ପାଇଁ ୧୦୦କୋଟି ଦାବି

ବୈପାରୀଗୁଡା (ଏନ ସନ୍ତୋଷ କୁମାର): ୧୮୯୯ ନଭେମ୍ବର ୨୨ତାରିଖ ମାନେ ଆଜି ଦିନକୁ ସାରା ଦେଶରେ ସହିଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳନ କରାଯାଉଛି | କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ତେନ୍ତୁଳୀଗୁମ୍ମାର ଜନ୍ମଗ୍ରହଣ କରିଥଲେ ଏହି ବୀର ସନ୍ତାନ |

ଭାରତ ଛାଡ଼ ଆନ୍ଦୋଳନରେ ନେତୃତ୍ୱ ନେଇଥିବା ଆଦିବାସୀ ବୀର ଲକ୍ଷ୍ମଣ ଅସାଧାରଣ ଦେଶ ପ୍ରେମ ଅଦମ୍ୟ ସାହସ ନିର୍ଭିକ ସଂଗ୍ରାମ ଜୀବନ ଓ ଅସୀମ ତ୍ୟାଗ ଆମ ଜାତି ପାଇଁ ଗର୍ବ ଓ ଗୌରବ | ଗାନ୍ଧିଜୀ ଙ୍କ କର ବା ମର ଆହ୍ୱାନ ରେ ଅନୁପ୍ରାଣିତ ହୋଇ ମାଥିଲି ଥାନା ଆକ୍ରମଣ କରି ଶେଷରେ ନିଜ ମାଟିର ସ୍ୱାଧୀନତା ପାଇଁ ୧୯୪୩ ମାର୍ଚ୍ଚ ୩ତାରିଖ ଦିନ ଫାଶୀ ଖୁଣ୍ଟାରେ ଝୁଲି ଇତିହାସ ରେ ଚିରସ୍ମରଣୀୟ ହୋଇ ରହିଗଲେ ବୀର ଲକ୍ଷ୍ମଣ ନାୟକ |

ସମସ୍ତେ କାନ୍ଦୁଛନ୍ତି କିନ୍ତୁ କାହାରି ଆଖିରେ ଲୁହ ବାହାରୁନାହିଁ | ଏହି ସଂଗ୍ରାମୀଙ୍କ ଅଂଚଳର ଉନ୍ନତି ପାଇଁ କାହାରି ପାଖରେ ସମୟ କି ଆନ୍ତରିକତା ନ ଥିବା ଜଣାପଡିଛି | ସହିଦ ଲକ୍ଷ୍ମଣ ନାୟକଙ୍କ ନାଁରେ ମେଡିକାଲ କଲେଜ ଠାରୁ ଆରମ୍ଭ କରି ସ୍କୁଲ, କଲେଜ, ବିଭିନ୍ନ ଅନୁଷ୍ଠାନ, କମିଟି ଗଠନ ହୋଇଛି ସାରାଦେଶରେ କିନ୍ତୁ ଏବେ ବି ମୌଳିକ ଅଧିକାରରୁ ବଂଚିତ ଥିବା ଅଭିଯୋଗ କରୁଛନ୍ତି ବୀର ପୁରୁଷଙ୍କ ଦାୟାଦ ମାନେ | କେବଳ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଓ ଫାଶୀ ଦିବସରେ ନେତା ଓ ପ୍ରଶାସନ ପ୍ରତିମୂର୍ତ୍ତିରେ ଫୁଲମାଳ ଦେଇ ନିଜ ଦାୟିତ୍ୱ ସାରି ଦେଇଥାନ୍ତି |

ତେନ୍ତୁଳୀଗୁମ୍ମା ପଂଚାୟତ ରେ ମୋଟ ୧୧ଖଣ୍ଡ ଗାଁରୁ ଭେଜିଣିଗୁଡା, ମାଛଗୁଡା, ମାଙ୍କଡପଣି,କଣ୍ଟାବାଉଁଶିଆଗୁଡା, ମାଟିଗୁଡା, ମଧୁପୁର ୫୦୦ରୁ ଉର୍ଦ୍ଧ ଲୋକେ ସଵାରୀ ନଦୀ ଆର ପଟେ ବସବାସ କରୁଛନ୍ତି | ଏମାନଙ୍କୁ ପଂଚାୟତ କାର୍ଯ୍ୟାଳୟ ତେନ୍ତୁଳୀଗୁମ୍ମା ଯିବାକୁ ହେଲେ ନଦୀ ପାର ହେବାକୁ ପଡେ ୱେବନ୍ଦ ଦଣ୍ଡା ବାଡ଼ି ଯିବାକୁ ହେଲେ ପାହାଡ଼ ଜଙ୍ଗଲ ଦେଇ ଯିବାକୁ ହୁଏ | ୧୦୮ ଓ ୧୦୨ ଆମ୍ବୁଲାନସ ସେବା ଏଠାକାର ଲୋକଙ୍କ ପାଇଁ ସାତସପନ | ତେନ୍ତୁଳୀଗୁମ୍ମା ପଞ୍ଚୟତ ସଦର ମହକୁମା ଠାରେ ମିନାକ୍ଷୀ ନାମକ ଏକ ଘରୋଇ କମ୍ପାନୀ ସଵାରୀ ନଦୀକୂଳରେ ବିଦ୍ୟୁତ ଉତ୍ପାଦନ କରୁଥିବା ବେଳେ ଏହି ଏହି ଅଞ୍ଚଳବାସୀ ବିଦ୍ୟୁତ ଆଲୋକରୁ ବଂଚିତ ରହିଛନ୍ତି | ଭୌଗଳିକ ସ୍ଥିତିରେ ଏହି ଅଂଚଳ ବୈପାରୀଗୁଡା ବ୍ଲକ ର ଉପାନ୍ତ ଅଂଚଳ ଭାବେ ଗଣତି କରାଯାଇଛି | ସେଠାରେ ରାସ୍ତା ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ ବିଶୁଦ୍ଧ ପାଣି ପରି ବିଭିନ୍ନ ମୌଳିକ ଅଧିକାରରୁ ବଂଚିତ ରହୁଛନ୍ତି ଏ ଅଞ୍ଚଳବାସୀ |

ଏଣୁ ଏହି ଅଂଚଳର ଉନ୍ନତି ପାଇଁ ବହୁବାର ସରକାରଙ୍କ ପାଖରେ ଗ୍ରାମବାସୀ ଦାବି କରି ଆସୁଛନ୍ତି କିନ୍ତୁ ଏହି ଅଂଚଳର ଉନ୍ନତି ମନ୍ଥର ଗତିରେ ଚାଲିଥିବା ବେଳେ ବର୍ତ୍ତମାନ ତେନ୍ତୁଳୀଗୁମ୍ମା ପଂଚାୟତ ବାସି ସହିଦ ମାଟି ପାଇଁ ୧୦୦କୋଟି ଦାବି କରୁଛନ୍ତି |

Comments are closed.