Related Contents

ସବୁଜ ପତ୍ରିକାଧାରୀ ମହିଳାଙ୍କ ସମାବେଶ

ବଡମ୍ବା (ଶକ୍ତିସ୍ୱର ରଣା): କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ସୁନାପାଳ ଠାରେ ଥିବା କୋଲେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ସବୁଜ ପତ୍ରିକା ଧରି ମହାସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି |

ଏହି ବୈଠକରେ ଶତାଧିକ ମହିଳା ଯୋଗଦେଇ ଥିବା ବେଳେ ମହାସଂଘର ରାଜ୍ୟ ସଭାନେତ୍ରୀ ବାସନ୍ତୀ କାଠ ଓ ରାଜ୍ୟ ସମ୍ପାଦିକା ରଶ୍ମିତା ପଧାନ ଯୋଗଦେଇଥିଲେ | ଓଡ଼ିଶାର ସବୁଜ ପତ୍ରିକାଧାରୀ ମା ମାନଙ୍କ ଦାବିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଚାରକୁ ନେଇ ଥିବାରୁ ମହାସଂଘ ତରଫରୁ ତାଙ୍କୁ ଧନ୍ୟବାଦ ଦିଆଯିବ ସହିତ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କୁ ମଧ୍ୟ ଧନ୍ୟବାଦ ଦିଆଯାଇଥିଲା | ଏହି ମହାସଂଘ ନାମରେ ମିଥ୍ୟା ପ୍ରଲୋଭନ ଦେଖାଇ କିଛି ମହିଳା ଚାନ୍ଦ ଆଦାୟ କରାଯାଉଥିବା ବେଳେ ତାକୁ ବରଦାସ୍ତ କରାଯିବନାହିଁ ବୋଲି କହିଛନ୍ତି କର୍ମୀମାନେ |

Comments are closed.